UP Election 2022: Samajwadi Party କୁ ମିଳିଲା ଏହି ଦଳର ସମର୍ଥନ, ପ୍ରଚାର କରିବେ ଦଳୀୟ ସୁପ୍ରିମୋ
Advertisement
Article Detail0/zeeodisha/odisha1042057

UP Election 2022: Samajwadi Party କୁ ମିଳିଲା ଏହି ଦଳର ସମର୍ଥନ, ପ୍ରଚାର କରିବେ ଦଳୀୟ ସୁପ୍ରିମୋ

'ଆମର ଲକ୍ଷ୍ୟ ସମାନ। ବିଜେପି ସମେତ ସମସ୍ତ ସାମ୍ପ୍ରଦାୟିକ ଶକ୍ତିକୁ ପରାସ୍ତ କରିବାକୁ ଆମେ କୌଣସି ଉଦ୍ୟମ ଛାଡିବୁ ନାହିଁ। 

UP Election 2022: Samajwadi Party କୁ ମିଳିଲା ଏହି ଦଳର ସମର୍ଥନ, ପ୍ରଚାର କରିବେ ଦଳୀୟ ସୁପ୍ରିମୋ

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ସମୟ ପାଖେଇ ଆସୁଥିବାର ଦଳୀୟ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡି଼ଛନ୍ତି ବିଭିନ୍ନ ରାଜନୈତିକ ଦଳ। ମେଣ୍ଟ ଗଠନ କରିବା ଠାରୁ ଆରମ୍ଭ କରି ଆସନ ବୁଝମଣା ଏବଂ ଦଳୀୟ ନିର୍ବାଚନ ପ୍ରଚାର ଭଳି କାର୍ଯ୍ୟକୁ ଜୋରଦାର କରିଛନ୍ତି ବିଭିନ୍ନ ଦଳ।

ଏହିକ୍ରମରେ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଆରମ୍ଭ କରିଛି ସମାଜବାଦୀ ପାର୍ଟି (Samajwadi Party)। ଏନେଇ ଦଳର ସୁପ୍ରିମୋ ଅଖିଲେଶ ଯାଦବ (Akhilesh Yadav) ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ଦଳୀୟ ପ୍ରଚାର ଅଭିଯାନକୁ ଆଗେଇ ନେଇଛନ୍ତି। ଏହି ନିର୍ବାଚନରେ ଟିଏମସି, ସମାଜବାଦୀ ପାର୍ଟିକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। 

Also Read: ପଶ୍ଚିମବଙ୍ଗ ପରେ ଉତ୍ତର ପ୍ରଦେଶରେ ହେବ 'ଖେଲା ହୋବେ'

ଏନେଇ ମତ ରଖି ଟିଏମସି ନେତା ଲଲିତେଶ ପତି ତ୍ରିପାଠୀ କହିଛନ୍ତି ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଆମେ ଦଳକୁ ମଜବୁତ କରିବା ପାଇଁ ପ୍ରୟାସ କରୁଛୁ। ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ (TMC Supremo Mamat Banerjee) ଚଳିତ ମାସରେ ବାରାଣାସୀ ଗସ୍ତରେ ଆସିବେ ବୋଲି ଯୋଜନା ହୋଇଥିଲା। ହେଲେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହେତୁ ଆମେ ସମୟ ପାଇଲୁ ନାହିଁ। ସେ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ବାରଣାସୀ ଗସ୍ତରେ ଆସିପାରନ୍ତି।

ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ଭୂମିକା କ'ଣ ରହିବ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖି ମମତା ବାନାର୍ଜୀ କହିଥିଲେ ଯଦି ଅଖିଲେଶ ଯାଦବ ଆମର ସହଯୋଗ ଆବଶ୍ୟକ କରୁଛନ୍ତି ତାହେଲେ ଆମେ ତାଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ରହିଛୁ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଲାଗି ପ୍ରଚାର କରିଥିଲେ ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ। ବର୍ତ୍ତମାନ ସମାଜବାଦୀ ପାର୍ଟି ଲାଗି ଭୋଟଭିକ୍ଷା କରିବ ଟିଏମସି। 'ଆମର ଲକ୍ଷ୍ୟ ସମାନ। ବିଜେପି ସମେତ ସମସ୍ତ ସାମ୍ପ୍ରଦାୟିକ ଶକ୍ତିକୁ ପରାସ୍ତ କରିବାକୁ ଆମେ କୌଣସି ଉଦ୍ୟମ ଛାଡିବୁ ନାହିଁ। ଏହି ସଂଗ୍ରାମରେ ଟିଏମସି ସମାଜବାଦୀ ପାର୍ଟି ସହ ରହିଛୁ।

Also Read: UP Poll 2022: ମୁସଲିମ ଭୋଟ ହାତେଇବାରେ ସଫଳ ହେବକି Samajwadi Party?

ଦଳୀୟ ସୁପ୍ରିମୋ ମମତା ବାନାର୍ଜୀ କାହିଁକି ବାରଣାସୀ ଗସ୍ତରେ ଆସୁଛନ୍ତି ତାହାର ଜବାବ ରଖି ଟିଏମସି ନେତା ତ୍ରିପାଠୀ କହିଛନ୍ତି  ପୂର୍ବ ଉତ୍ତର ପ୍ରଦେଶରେ ଦଳୀୟ କାର୍ଯ୍ୟାଳୟ ଏଠାରେ ସ୍ଥାପନ କରାଯାଉଛି। ଏହା ବ୍ୟତୀତ ଦଳରେ ଯୋଗଦାନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଏଠାରେ ଅନୁଷ୍ଠିତ ହେବ। ଅନ୍ୟପଟେ ସମଜବାଦୀ ପାର୍ଟି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିରଣମୟ ନନ୍ଦା କହିଛନ୍ତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିଏମସି ଉଦ୍ଦେଶ୍ୟରେ ସମର୍ଥନ ଘୋଷଣା କରିଥିଲା। ମମତା ବାନାର୍ଜୀଙ୍କ ସହଯୋଗକୁ ଆମେ ସ୍ୱାଗତ କରୁଛୁ। ଆମେ ବିଜେପିକୁ ପରାସ୍ତ କରିବାକୁ ଚାହୁଁ ଏବଂ ଆଉ ଏ ପ୍ରସଙ୍ଗରେ ସେମାନଙ୍କ ଉଦ୍ଦେଶ୍ୟ ମଧ୍ୟ ସମାନ। ଯଦି ସେ ଆମକୁ ସହଯୋଗ କରନ୍ତି ତାହେଲେ ଆମେ ଖୁସି ହେବୁ ଏବଂ ଏହାକୁ ସ୍ୱାଗତ କରିବୁ।