ଏଥରର ନିର୍ବାଚନରେ ଜାତୀୟ ତଥା ବଡ଼ ଦଳ ପରିବର୍ତ୍ତେ ପରିବର୍ତ୍ତେ ନିର୍ଦ୍ଦିଷ୍ଟ ଜାତିଭିତ୍ତିକ ରାଜନୀତି କରୁଥିବା ସ୍ଥାନୀୟ ଆଞ୍ଚଳିକ ଦଳ ସହ ମେଣ୍ଟ କରିବ ସମାଜବାଦୀ ପାର୍ଟି।
Trending Photos
ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ଅନ୍ୟ ଦଳ ମେଣ୍ଟ ଗଠନ କରିବା ପାଇଁ ଜାରି ରଖିଛି ପ୍ରୟାସ। ଦଳ ଏଥର ଜାତୀୟ ରାଜନୈତିକ ଦଳ ପରିବର୍ତ୍ତେ ନିର୍ଦ୍ଦିଷ୍ଟ ଜାତିଭିତ୍ତିକ ରାଜନୀତି କରୁଥିବା ସ୍ଥାନୀୟ ଆଞ୍ଚଳିକ ଦଳ ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛି। ଏଭଳି ଦଳ କେବଳ ରାଜ୍ୟ ରାଜନୀତିରେ ସକ୍ରିୟ ରହିଛନ୍ତି।
ଏହି କ୍ରମରେ ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବ (Akhilesh Yadav) ଆମ୍ ଆଦମୀ ପାର୍ଟି (Aam Aadmi Party) ରାଜ୍ୟ ଦାୟିତ୍ୱରେ ଥିବା ଦଳୀୟ ନେତା ସଞ୍ଚୟ ସିଂହ (Sanjay Singh) ଏବଂ ଅପନା ଦଳ କାମେରାବାଦୀ (Apna Dal Kamerawadi) ସଭାପତି କୃଷ୍ଣ ପଟେଲଙ୍କୁ (Krishna Patel) ଭେଟିଛନ୍ତି। ଅନ୍ୟପଟେ ସମାଜବାଦୀ ପାର୍ଟି (Samajwadi Party) ଏବଂ ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ମଧ୍ୟରେ ମେଣ୍ଟ ହେବା ପ୍ରାୟତଃ ନିଶ୍ଚିତ ହୋଇସାରିଛି।
Also Read: UP Poll 2022: ମେଣ୍ଟ ଗଠନରେ ବଡ଼ ଦଳ ଆଗରେ ଭାରୀ ପଡ଼ୁଛନ୍ତି ଛୋଟ ଦଳ
ଅଖିଲେଶ ଯାଦବଙ୍କୁ ଭେଟିବା ପରେ କୃଷ୍ଣ ପଟେଲ କହିଛନ୍ତି ଦୁଇ ମଧ୍ୟରେ ମେଣ୍ଟ ଗଠନ ନେଇ ଆଲୋଚନା ହୋଇଛି। ସମାନ ବିଚାରଧାରାର ଲୋକ ଏକାଠି କରି ଗଠବନ୍ଧନ କରିବା ପାଇଁ ଆମେ ପ୍ରୟାସ କରୁଛୁ। ଖୁବ ଶୀଘ୍ର ଆମେ ଗୋଟିଏ ମଞ୍ଚରେ ଏକାଠି ହେବୁ। ଆସନ ବୁଝାମାଣା ଆମର ପ୍ରାଥମିକତା ନୁହେଁ ଆମ ସହ ଚାଲୁଥିବା ଲୋକଙ୍କୁ ସାଥିରେ ଆଣିବା ଉପରେ ଆମେ ଗୁରୁତ୍ୱ ଦେଉଛୁ। ଏବେ ଆମର ଗଠବନ୍ଧନ ହୋଇଛି। ଆମେ ଏକାଠି ହୋଇଛୁ।
ଆସନ ବୁଝାମଣାକୁ ନେଇ ସମାଜବାଦୀ ପାର୍ଟି ସହ କଥାବାର୍ତ୍ତା ଜାରି ରହିଛି। ଆମେ ୨୦-୨୫ ଆସନରେ ନିର୍ବାଚନ ଲଢିବା ଉପରେ ବିଚାର କରୁଛୁ। କେବଳ ସମାନ ବିଚାରଧାରା ରଖୁଥିବା ଦଳ ସହ ମେଣ୍ଟ କିମ୍ବା ଆସନ ବୁଝାମଣା ହେବ ବୋଲି କହିଛନ୍ତି କୃଷ୍ଣା ପଟେଲ।
ଅପନା ଦଳ କାମେରାବାଦୀ ସଭାପତି କୃଷ୍ଣ ପଟେଲ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଅପନା ଦଳ ସୋନେଲାଲ ମୁଖ୍ୟ (Apna Dal Sonelal) ଅନୁପ୍ରିୟା ପଟେଲଙ୍କ (Union Minister Anupriya Patel) ମାଆ। ଗତ ୨୦୧୪ ନିର୍ବାଚନ ପରେ ମାଆ ଝିଅଙ୍କ ମଧ୍ୟରେ ହୋଇଥିବା ବିବାଦ କାରଣରୁ ଦଳରେ ବିଭାଜନ ହୋଇଥିଲା। ଏହି ନିର୍ବାଚନରେ କୃଷ୍ଣା ପଟେଲଙ୍କ ନେତୃତ୍ୱରେ ଅପନା ଦଳ ବିଜେପି (BJP) ସହ ମେଣ୍ଟ କରିଥିଲା ଏବଂ ମିର୍ଜାପୁର ଆସନର ଅନୁପ୍ରିୟା ପଟେଲ ଏବଂ ପ୍ରତାପଗଡ ସିଟରୁ କୁୱଁର ହରିବଂଶ ସିଂହ ଅପନା ଦଳ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ବିବାଦ ପରେ ଅନୁପ୍ରିୟା ପଟେଲ ମୂଳ ଅପନା ଦଳ ଠାରୁ ଅଲଗା ହୋଇ ଅପନା ଦଳ ସୋନେଲାଲ୍ ଗଠନ କରିଥିଲେ। ଗତ ୨୦୧୭ ବିଧାନସଭା ନିର୍ବାଚନରେ ଅନୁପ୍ରିୟା ପଟେଲଙ୍କ ନେତୃତ୍ୱରେ ତାଙ୍କ ଦ୍ୱାରା ଗଠିତ ଦଳ ବିଜେପି ସହ ଏକ ମେଣ୍ଟ ରାଜ୍ୟରେ ୯ ଆସନ ହାତେଇଥିଲା। ସେହପରି ଗତ ୨୦୧୯ ଲୋକସଭା ନିର୍ବାଚନରେ ଅନୁପ୍ରିୟା ପଟେଲଙ୍କ ସମେତ ଅପନା ଦଳର ୨ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଅନୁପ୍ରିୟା ପଟେଲ ତାଙ୍କ ମାଆ କୃଷ୍ଣା ପଟେଲଙ୍କ ସହ ମେଣ୍ଟ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ।
Also Read: 2022 UP ନିର୍ବାଚନରେ ହେବ SP-RLD ମେଣ୍ଟ; ଆସନ ଭାଗବଣ୍ଟାକୁ ନେଇ ଜାରି ରହିଛି କଥାବାର୍ତ୍ତା
ଏହା ପୂର୍ବରୁ ଗତ ମଙ୍ଗଳବାର ଅଖିଳେଶ ଯାଦବ, ଜୟନ୍ତ ଚୌଧୁରୀଙ୍କୁ (Jayant Chaudhary) ଭେଟି ସମାଜବାଦୀ ପାର୍ଟି-ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ମେଣ୍ଟ ଗଠନ ନେଇ ଆଲୋଚନା କରିଥିଲେ। ବୁଧବାର ଦିନ ଅଖିଳେଶ ଯାଦବ ଉତ୍ତର ପ୍ରଦେଶ ଆମ୍ ଆଦମୀ ପାର୍ଟି ଦାୟିତ୍ୱରେ ଥିବା ସଞ୍ଜୟ ସିଂହଙ୍କୁ ଭେଟିଥିଲେ।
ଏହି ସାକ୍ଷାତ ପରେ ସଞ୍ଜୟ ସିଂହ କହିଛନ୍ତି ଉତ୍ତର ପ୍ରଦେଶକୁ ଦୁର୍ନୀତିମୁକ୍ତ କରିବା ପାଇଁ ଏକ ସାଧାରଣ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା। ଯେତେବେଳେ ସମଜବାଦୀ ପାର୍ଟି ସହ ମେଣ୍ଟ କରିବା ବାବଦରେ ପଚରାଗଲା ଏହାର ଉତ୍ତରରେ ସିଂହ କହିଥିଲେ ବର୍ତ୍ତମାନ ଆଲୋଚନା ଆରମ୍ଭ ହୋଇଛି ଏବଂ ଏହା ଫଳପ୍ରଦ ରହିଛି। ଯଦିଓ ସିଂହ ଅଖିଳେଶ ଯାଦବଙ୍କୁ ହେଲେ ତାଙ୍କ ଦଳ ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ବୋଲି କହିଥିଲେ ସେ।
Also Read: UP Assembly Election 2022: କ'ଣ ସଙ୍ଗଠନ ବଳରେ ମଇଦାନରେ ଏକାକୀ ବାଜି ମାରିନେବ BJP?
ଆଗାମୀ ନିର୍ବାଚନରେ ଆସନ ବାଣ୍ଟିବା ପାଇଁ ଗତ ମଙ୍ଗଳବାର ଅଖିଳେଶ ଯାଦବ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ଭେଟିଥିଲେ। ଏଥରର ନିର୍ବାଚନରେ ଜାତୀୟ ତଥା ବଡ଼ ଦଳ ପରିବର୍ତ୍ତେ ପରିବର୍ତ୍ତେ ନିର୍ଦ୍ଦିଷ୍ଟ ଜାତିଭିତ୍ତିକ ରାଜନୀତି କରୁଥିବା ସ୍ଥାନୀୟ ଆଞ୍ଚଳିକ ଦଳ (Caste Based Regional Party) ସହ ମେଣ୍ଟ କରାଯିବ ବୋଲି ତାଙ୍କ ବିବୃତ୍ତିରେ ବାରମ୍ବାର କହିଥିଲେ ସମାଜବାଦୀ ପାର୍ଟି ମୁଖ୍ୟ। କେଶବ ଦେବ ମୌର୍ଯ୍ୟଙ୍କ ନେତୃତ୍ୱରେ ମହାନ ଦଳ (Mahan Dal) ଏବଂ ଡ.ସଞ୍ଜୟ ଚୌହାନଙ୍କ ନେତୃତ୍ୱଧିନ ଜନବାଦୀ ପାର୍ଟି ସମାଜବାଦୀ (Janvadi Party Socialist ) ସହ ମେଣ୍ଟ କରୁଛି ସମାଜବାଦୀ ପାର୍ଟି।