ଆମ ଦଳର ସମାଜବାଦୀ ପାର୍ଟି ସହ ବିଲୟ ହୋଇନାହିଁ ବରଂ ମେଣ୍ଟ ଗଠନ ହୋଇଛି।
Trending Photos
ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ଭବିଷ୍ୟବାଣୀ କରିଛନ୍ତି ମହାନ ଦଳ ଅଧ୍ୟକ୍ଷ କେଶବ ଦେବ ମୌର୍ଯ୍ୟ। ଏନେଇ ସେ କହିଛନ୍ତି ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। କୋରୋନା କାଳରେ ପ୍ରତାଡି଼ତ ହୋଇଥିବା ଲୋକଙ୍କୁ ପାଇଁ ନ୍ୟାୟ ଦେବା ପାଇଁ ସମାଜବାଦୀ ସରକାର କ୍ଷମତାକୁ ଫେରୁଛି।
ରାଜ୍ୟରେ ଏପରି ସରକାର ଗଠନ ହେବା ପରେ ଲୋକଙ୍କୁ ଲ୍ୟାପଟପ୍ ଏବଂ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ। କୋରୋନା ଅବଧିରେ ମଦ ଦୋକାନ ଖୋଲା ରହିଲେ ମଧ୍ୟ ଏହା ଦ୍ୱାରା କିଛି ଫରକ ପଡ଼େ ନାହିଁ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ (Deputy Chief Minister of Uttar Pradesh) କେଶବ ପ୍ରସାଦ ମୌର୍ଯ୍ୟଙ୍କୁ (Keshav Prasad Maurya) ସେ ସଖି କଣ୍ଢେଇ (Puppet) ଏବଂ ଝୁମକା ବଜାଉଥିବା ଲୋକ ବୋଲି କହିଛନ୍ତି।
Also Read: ଆଗାମୀ ନିର୍ବାଚନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଆସୁଛନ୍ତି ଅଖିଲେଶ ଯାଦବ: କେଶବ ଦେବ ମୌର୍ଯ୍ୟ
ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ମହାନ ଦଳ (Mahan Dal) ଅଧ୍ୟକ୍ଷ କେଶବ ଦେବ ମୌର୍ଯ୍ୟ (Keshav Dev Maurya) କହିଛନ୍ତି ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବ (Akhilesh Yadav)। ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର (BJP Govt in UP) ଅମଳରେ ଉତ୍ତର ପ୍ରଦେଶ ପୋଲିସ (Uttar Pradesh Police) ବିଭିନ୍ନ ସମୟରେ ଗୁଣ୍ଡାଗର୍ଦ୍ଦି କରିଛି। ରାଜ୍ୟରେ ମୂର୍ଖଙ୍କ ସରକାର ଚାଲିବା ଆବଶ୍ୟକ ନାଁ ଶିକ୍ଷିତ ଲୋକଙ୍କ ସରକାର?
Also Read: UP Poll 2022: ଏକୁଟିଆ ହୋଇଯାଇଛନ୍ତି Akhilesh Yadav! ସାମ୍ନାରେ ରହିଛି ଜବରଦସ୍ତ ଆହ୍ୱାନ
ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ମହାନ ଦଳ ସମାଜବାଦୀ ପାର୍ଟି (Samajwadi Party) ସହ ମେଣ୍ଟ କରିଛି। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ। ରାଜ୍ୟରେ ସମାଜବାଦୀ ସରକାର (Samajwadi Govt in UP) ଗଠନ ହେବା ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମେଣ୍ଟ ସୁନିଶ୍ଚିତ। ଯଦି ସମାଜକୁ ନ୍ୟାୟ ନ ମିଳେ ତାହାଲେ ଏହି ମେଣ୍ଟକୁ ଆଗକୁ ଜାରି ରଖିବା ଉପରେ ବିଚାର କରିବୁ। ଆମ ଦଳର ସମାଜବାଦୀ ପାର୍ଟି ସହ ବିଲୟ ହୋଇନାହିଁ ବରଂ ମେଣ୍ଟ ଗଠନ ହୋଇଛି।
Also Read: UP Elections 2022: ମେଣ୍ଟ ପରେ SP-PSP ମଧ୍ୟରେ ହୋଇପାରୁନାହିଁ ଆସନ ବଣ୍ଟନ
ଅନ୍ୟପଟେ କେଶବ ଦେବ ମୌର୍ଯ୍ୟ କହିଛନ୍ତି ମୁଁ କୌଣସି ନିର୍ବାଚନ ଲଢିବି ନାହିଁ। ଗତ ୨ ବର୍ଷ ହେବ ଆମ ଦଳକୁ ନିର୍ବାଚନ ଆୟୋଗ ପକ୍ଷରୁ କୌଣସି ଦଳୀୟ ସଙ୍କେତ ପ୍ରଦାନ କରାଯାଇନାହିଁ। ଏହି କାରଣରୁ ଆମ ଦଳର ପ୍ରାର୍ଥୀ ସମାଜବାଦୀ ପାର୍ଟି ଚିହ୍ନରେ ନିର୍ବାଚନ ଲଢିବେ। ଆମ ଦଳର ଅନେକ ନେତା ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଲଢିବାକୁ ସକ୍ଷମ ନୁହଁନ୍ତି। ସେମାନେ ଏତେ ଦକ୍ଷ ନୁହଁନ୍ତି ଯେ ନିଜେ ନିର୍ବାଚନ ଲଢି ବିଧାନସଭାରେ ପହଞ୍ଚି ପାରିବେ। ମୁଁ ମୋର ୨ ପୁଅଙ୍କ ପାଇଁ ଟିକେଟ ମାଗୁଛି। ବିଜେପି ମଧ୍ୟ ମୋ ପାଖରେ ଆସି ପହଞ୍ଚିଛି। ମୁଁ ସେମାନଙ୍କ ଦେଖି ହାତ ଯୋଡି ଦେଇଥିଲି। କାରଣ ଯଦି କେହି ମୋ ଦ୍ୱାରକୁ ଆସନ୍ତି ତାହେଲେ ମୁଁ ସେମାନଙ୍କୁ ଫେରାଇ ଦେଇପାରିବି ନାହିଁ। ସମ୍ବିଧାନରେ ଉପମୁଖ୍ୟମନ୍ତ୍ରୀ ନାମରେ କୌଣସି ପଦବୀ ନାହିଁ। ଏହି ପଦରେ ଝୁମକା ବଜାଉଥିବା ଲୋକ ରହିଥାନ୍ତି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ହେଉଛନ୍ତି ଜଣେ ସଖି କଣ୍ଢେଇ। ମୁଁ ଝୁମକା ବଜାଉଥିବା ଲୋକ ନୁହଁନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପଦ ପ୍ରସଙ୍ଗରେ ମତ ରଖି ଏହା କହିଛନ୍ତି ମହାନ ଦଳ ଅଧ୍ୟକ୍ଷ।