'ବିଏସପି ନୁହେଁ ବିଜେପି ସହ ଖୋଲାଖୋଲି ଭାବେ ଯୋଗାଯୋଗରେ ରହିଛି ସମାଜବାଦୀ ପାର୍ଟି'
Advertisement

'ବିଏସପି ନୁହେଁ ବିଜେପି ସହ ଖୋଲାଖୋଲି ଭାବେ ଯୋଗାଯୋଗରେ ରହିଛି ସମାଜବାଦୀ ପାର୍ଟି'

ବିଏସପି ନୁହେଁ ବିଜେପି ସହ ଖୋଲାଖୋଲି ଭାବେ ଯୋଗାଯୋଗରେ ଅଛି ସମାଜବାଦୀ ପାର୍ଟି। 

'ବିଏସପି ନୁହେଁ ବିଜେପି ସହ ଖୋଲାଖୋଲି ଭାବେ ଯୋଗାଯୋଗରେ ରହିଛି ସମାଜବାଦୀ ପାର୍ଟି'
ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବହୁଜନ ସମାଜ ପାର୍ଟି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ। ବିଜେପି ସହ ହାତ ମିଳାଇଥିବା ନେଇ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ଉଭୟ ଦଳ।
 
ସମାଜବାଦୀ ପାର୍ଟି (Samajwadi Party) ଏସପି ଅଧ୍ୟକ୍ଷ (SP President) ଅଖିଲେଶ ଯାଦବ (Akhilesh Yadav) ରଖିଥିବା ବୟାନ ଉପରେ ପାଲଟା ଜବାବ ଦେଇ ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି ମୁଖ୍ୟ ମାୟାବତୀ (BSP Supremo Mayawati) କହିଛନ୍ତି ସମାଜବାଦୀ ପାର୍ଟି ସଂସ୍ଥାପକ (Samajwadi Party Founder ) ମୁଲାୟମ ସିଂହ ଯାଦବ (Mulayam Singh Yadav) ବିଜେପି (BJP) ସହ ଖୋଲାଖୋଲି ଭାବେ ଯୋଗାଯୋଗରେ ଅଛନ୍ତି। ଆମ୍ବେଦକରବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଲୋକେ କେବେ ଅଖିଲେଶ ଯାଦବଙ୍କୁ କେବେ କ୍ଷମା କରିବେ ନାହିଁ। ଯେଉଁ ଦଳ କ୍ଷମତାକୁ ଆସିବା ପରେ ବିଏସପି ସରକାର ଅମଳରେ କାର୍ଯ୍ୟକାରୀ ହୋଇଥିବା ଅଧିକାଂଶ ଯୋଜନା ଏବଂ ଅନୁଷ୍ଠାନର ନାମ ବଦଳାଇ ଦେଇଛି ସେଭଳି କାର୍ଯ୍ୟ ହେଉଛି ଅତି ନିନ୍ଦନୀୟ ଏବଂ ଲଜ୍ଜାଜନକ।
 
 
ବିଏସପି ନୁହେଁ ବିଜେପି ସହ ଖୋଲାଖୋଲି ଭାବେ ଯୋଗାଯୋଗରେ ଅଛନ୍ତି ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂହ। ଯିଏ ଗତ ଥରର ବିଜେପି ସରକାର ଶପଥ ଗ୍ରହଣ ସମାରୋହରେ ବିଜେପି ପାଖରୁ ଅଖିଲେଶ ଯାଦବଙ୍କୁ ଆଶୀର୍ବାଦ ଦେଇଥିଲେ। ନିଜ କାମ ପାଇଁ ସେ ଜଣେ ସଦସ୍ୟଙ୍କୁ ବିଜେପି ଶିବିରକୁ ପଠାଇ ଦେଇଛନ୍ତି।  
 
ମୁଲାୟମ ସିଂହ ଯାଦବଙ୍କ ସାନପୁଅ ପ୍ରତୀକ ଯାଦବଙ୍କ ପତ୍ନୀ ଅପର୍ଣ୍ଣା ଯାଦବ ବିଜେପି ହାତ ଧରିବା ପ୍ରସଙ୍ଗକୁ ଦର୍ଶାଇ ମାୟାବତୀ କହିଛନ୍ତି ଯେ ବିଜେପି ସହ ବିଏସପି ନୁହେଁ ବରଂ ସମାଜବାଦୀ ପାର୍ଟି ଖୋଲାଖୋଲି ଭାବେ ମିଶିଛି। ଅଖିଳେଶ ଯାଦବଙ୍କୁ ମଧ୍ୟ ବିଜେପି ପକ୍ଷରୁ ଆଶୀର୍ବାଦ ମିଳିଛି ଏବଂ ବର୍ତ୍ତମାନ ସେ ତାଙ୍କ କାର୍ଯ୍ୟ ପାଇଁ ବିଜେପି ଶିବିରକୁ ତାଙ୍କର ଜଣେ ପରିବାର ସଦସ୍ୟଙ୍କୁ ପଠାଇଛନ୍ତି। 
 
ଗତ ୨୦୧୭ ବିଧାନସଭା ନିର୍ବାଚନରେ ବାଜିମାତ କରି କ୍ଷମତାକୁ ଆସିଥିବା ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ମୁଲାୟମ ସିଂହ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିଲେ। ଯାହାର ଫଟୋ ବେଶ ଭାଇରାଲ ହୋଇଥିଲା। ଏଥର ବିଧାନସଭା ନିର୍ବାଚନ ପୂର୍ବରୁ ଅପର୍ଣ୍ଣା ଯାଦବ ବିଜେପି ହାତ ଧରିବା ସହ ନିର୍ବାଚନ ପ୍ରଚାର କରିଛନ୍ତି। 
 
 
ସୋମବାର ଆଜମଗଡ଼ ଗସ୍ତ ଅବସରରେ ଅଖିଲେଶ ଯାଦବ ଅଭିଯୋଗ ଆଣି କହିଥିଲେ ବିଏସପି, ବିଜେପି ସହ ଯୋଗାଯୋଗରେ ରହିଛି। ଚଳିତ ବର୍ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଏସପି ପରାଜୟ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଏହା ବିଜେପି ସହ ହାତ ମିଳାଇବା କାରଣରୁ ଦଳକୁ ଏଭଳି ଫଳ ମିଳିଛି। ସେଥିପାଇଁ ସମାଜବାଦୀ ପାର୍ଟି ବିଏସପି ସହିତ ନୁହେଁ ବରଂ ଆମ୍ବେଦକରବାଦୀଙ୍କ ସହ ମେଣ୍ଟ କରିଛି।