ମଦ-ମାଂସ ନୁହେଁ ଜୀଅନ୍ତା ମାଛ ଧରି ବୁଲୁଛନ୍ତି ସରପଞ୍ଚ ପ୍ରାର୍ଥୀ
Advertisement
Article Detail0/zeeodisha/odisha1091652

ମଦ-ମାଂସ ନୁହେଁ ଜୀଅନ୍ତା ମାଛ ଧରି ବୁଲୁଛନ୍ତି ସରପଞ୍ଚ ପ୍ରାର୍ଥୀ

ଜଣେ ସରପଞ୍ଚ ପ୍ରାର୍ଥୀ ଏଭଳି ଅଭିନବ ଉପାୟରେ ଭୋଟ ପ୍ରଚାର କରୁଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଡଙ୍ଗରପଡା ଗ୍ରାମର ଜଣେ ସଫଳ ଚାଷୀ ଅୟସକାନ୍ତ ବଡପଣ୍ତା ମାଛ ଚିହ୍ନରେ ସରପଞ୍ଚ ପ୍ରାର୍ଥୀ ଭାବରେ ଠିଆ ହୋଇଛନ୍ତି। ସେ ମାଛ ଚିହ୍ନକୁ ଅନୁସରଣ କରି ଜୀଅନ୍ତା ମାଛ ସାଙ୍ଗରେ ନେଇ ଘର କ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି।

ଡିଜାଇନ୍ ଫଟୋ

ସମ୍ବଲପୁର: ଆଉ କିଛି ଦିନ ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ନିଜ ପ୍ରଚାର ଶୌଳୀକୁ ନେଇ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ଡଙ୍ଗରପଡା ସରପଞ୍ଚ ପ୍ରାର୍ଥୀ ଏବେ ଚର୍ଚ୍ଚାର ବିଷୟବସ୍ତୁ ପଲଟିଛନ୍ତି। ତାଙ୍କର ନିର୍ବାଚନୀ ଚିହ୍ନ ମାଛ ହୋଇଥିବାରୁ ସେ ଜୀଅନ୍ତା ମାଛ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି।

ଅଭିନବ ଉପାୟରେ ନିର୍ବାଚନ ପ୍ରଚାର କରି ଚର୍ଚ୍ଚାରେ ଅଛନ୍ତି ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ଡଙ୍ଗରପଡା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅୟସକାନ୍ତ ବଡ଼ପଣ୍ଡା। ସେ ଜୀଅନ୍ତା ମାଛ ଧରି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ମାଛ ଚିହ୍ନରେ ଭୋଟ ଦିଅନ୍ତୁ ଓ ମତେ ସରପଞ୍ଚ ଭାବରେ ବିଜୟୀ କରନ୍ତୁ। ମୁଁ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବି ବୋଲି ଅୟସକାନ୍ତ ବଡ଼ପଣ୍ଡା ଲୋକଙ୍କ ଘର ଘର ବୁଲି ପ୍ରଚାର କରୁଛନ୍ତି।

Also Read: ପଶ୍ଚିମା ଝଡ଼ରେ ଦୁଇଦିନ ଭିଜିବ ଓଡ଼ିଶା, ବିଜୁଳି-ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ଆଶଙ୍କା

 

ଜଣେ ସରପଞ୍ଚ ପ୍ରାର୍ଥୀ ଏଭଳି ଅଭିନବ ଉପାୟରେ ଭୋଟ ପ୍ରଚାର କରୁଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଡଙ୍ଗରପଡା ଗ୍ରାମର ଜଣେ ସଫଳ ଚାଷୀ ଅୟସକାନ୍ତ ବଡପଣ୍ତା ମାଛ ଚିହ୍ନରେ ସରପଞ୍ଚ ପ୍ରାର୍ଥୀ ଭାବରେ ଠିଆ ହୋଇଛନ୍ତି। ସେ ମାଛ ଚିହ୍ନକୁ ଅନୁସରଣ କରି ଜୀଅନ୍ତା ମାଛ ସାଙ୍ଗରେ ନେଇ ଘର କ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି। ନିଜେ ଜୀଅନ୍ତା ମାଛ ହାତରେ ଧରି ଗାଁ ଦାଣ୍ଡରେ ଭୋଟ ପ୍ରଚାର କରୁଛନ୍ତି। ଗାଁ ଲୋକେ ମଧ୍ୟ ତାଙ୍କର ଏଭଳି ନିଆରା ଢଙ୍ଗର ପ୍ରଚାରରେ ବେଶ ଖୁସି ହେବା ସହ ଅୟସକାନ୍ତଙ୍କୁ ସହଯୋଗ କରୁଛନ୍ତି। 

fallback

ଅୟସକାନ୍ତ ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀ, ସେ ବିଜୟୀ ହେଲେ ସ୍ଥାନୀୟ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କୁହାଯାଇଛି। ଅୟସକାନ୍ତ ମଧ୍ୟ ଡଙ୍ଗରପଡା ଗାଁକୁ ଏକ ଆଦର୍ଶ ଗ୍ରାମ ଭାବରେ ଗଢିତୋଳିବାକୁ ଇଚ୍ଛା ପ୍ରକଟ କରିଛନ୍ତି। ଏବେ ଏଭଳି ନିଆରା ଢଙ୍ଗର ନିର୍ବାଚନ ପ୍ରଚାର ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।