ସଞ୍ଜୟ ରାଉତଙ୍କ ମଧ୍ୟରାତ୍ରି ଗିରଫ ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ ଏକନାଥ ସିନ୍ଦେ
Advertisement

ସଞ୍ଜୟ ରାଉତଙ୍କ ମଧ୍ୟରାତ୍ରି ଗିରଫ ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ ଏକନାଥ ସିନ୍ଦେ

Sanjay Raut Arrest: ଅର୍ଥ ହେରଫେର ମାମଲାରେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଛି । ତାଙ୍କୁ ତାଙ୍କ ଘରୁ ବଲାର୍ଡ ଇଷ୍ଟେଟ୍ ଅଞ୍ଚଳରେ ଅବସ୍ଥିତ ଇଡି କାର୍ଯ୍ୟାଳୟକୁ ଅଣାଯାଇଛି । ସଞ୍ଜୟ ରାଉତଙ୍କ ଘରୁ ଇଡିକୁ ୧୧.୫ ଲକ୍ଷ ଟଙ୍କା ମିଳିଛି ।

ସଞ୍ଜୟ ରାଉତଙ୍କ ମଧ୍ୟରାତ୍ରି ଗିରଫ ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ ଏକନାଥ ସିନ୍ଦେ

ମୁମ୍ୱାଇ: Sanjay Raut Arrest: ଶିବସେନା (Shiv Sena) ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ (Sanjay Raut) ଙ୍କୁ ଜମି ଦୁର୍ନୀତି ମାମଲାରେ ଗିରଫ କରାଯାଇଛି । ଏହି ସମୟରେ ତାଙ୍କ ଗିରଫଦାରୀକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra CM) ଏକନାଥ ସିନ୍ଦେ (Eknath Shinde) ଙ୍କ ପ୍ରଥମ ପ୍ରତିକ୍ରିୟା ମଧ୍ୟ ଆସିଛି । ସିନ୍ଦେ କହିଛନ୍ତି ଯେ, ଯଦିଓ ଶିବସେନାର ପ୍ରଧାନ ମୁଖପାତ୍ର ତଥା ସାମନାର ସମ୍ପାଦକ ସଞ୍ଜୟ ରାଉତଙ୍କୁ ଇଡି (ED) ଗିରଫ କରିଛି, କିନ୍ତୁ ତଦନ୍ତ ପରେ ସତ୍ୟ ପଦାକୁ ଆସିବ । ସେ ଆହୁରି କହିଛନ୍ତି ଯେ ଯଦିଓ ସଞ୍ଜୟ ରାଉତ ଆମକୁ ଓ ଆମ ସହିତ ଥିବା ୫୦ ଜଣ ବିଧାୟକଙ୍କୁ ବାରମ୍ବାର ସମାଲୋଚନା କରିଛନ୍ତି, କିନ୍ତୁ ଆମେ ତାହା କରିବୁ ନାହିଁ । ଏହି ଅବସରରେ ସିନ୍ଦେ ସ୍ପଷ୍ଟ କରିଛନ୍ତି ଯେ ସେ କାର୍ଯ୍ୟ ମାଧ୍ୟମରେ ତାଙ୍କ ସମାଲୋଚନାର ଉତ୍ତର ଦେବେ ।

ଆପଣଙ୍କୁ କହିରଖୁଛୁ ଯେ, ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗତକାଲି ବିଳମ୍ବିତ ରାତିରେ ଅର୍ଥାତ୍ ଅଗଷ୍ଟ ୩୧ରେ ଗିରଫ କରାଯାଇଥିଲା । ଗିରଫ ହେବାର ପ୍ରାୟ ୧୮ ଘଣ୍ଟା ପୂର୍ବରୁ ତାଙ୍କୁ ପଚରାଉଚରା କରାଯାଇଥିଲା । ସଞ୍ଜୟ ରାଉତଙ୍କୁ ଆଜି ସକାଳ ୧୧.୩୦ରେ ଇଡି କୋର୍ଟରେ ହାଜର କରାଯିବ । ଅନ୍ୟପକ୍ଷରେ, ରାଉତଙ୍କ ଗିରଫଦାରୀରେ ଶିବସେନା କାର୍ଯ୍ୟକର୍ତ୍ତା ଅସନ୍ତୋଷ ଅଛନ୍ତି । ତାଙ୍କୁ ଗିରଫ କରାଯିବା ମାତ୍ରେ ଶିବସେନା କାର୍ଯ୍ୟକର୍ତ୍ତାମାନେ ଇଡି କାର୍ଯ୍ୟାଳୟ ବାହାରେ ଏକାଠି ହୋଇ ନାରା ଲଗାଉଥିଲେ ।

ଅର୍ଥ ହେରଫେର ମାମଲାରେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଛି । ତାଙ୍କୁ ତାଙ୍କ ଘରୁ ବଲାର୍ଡ ଇଷ୍ଟେଟ୍ ଅଞ୍ଚଳରେ ଅବସ୍ଥିତ ଇଡି କାର୍ଯ୍ୟାଳୟକୁ ଅଣାଯାଇଛି । ସଞ୍ଜୟ ରାଉତଙ୍କ ଘରୁ ଇଡିକୁ ୧୧.୫ ଲକ୍ଷ ଟଙ୍କା ମିଳିଛି ।

ଏହା ବି ପଢ଼ନ୍ତୁ:-ଖୁସି ଖବର ଦେଲେ ରେଳ ମନ୍ତ୍ରୀ, ଉପକୃତ ହେବେ ଓଡ଼ିଶାବାସୀ

ଏହା ବି ପଢ଼ନ୍ତୁ:-ସର୍ଭେ:ଲୋକସଭା ନିର୍ବାଚନରେ ରାଜସ୍ଥାନରେ ବିଜେପି ନା କଂଗ୍ରେସ, କାହାକୁ ମିଳିବ ଅଧିକ ଆସନ; ଜାଣନ୍ତୁ କ'ଣ ରହିଛି ଜନତାଙ୍କୁ ମୁଡ୍

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ: LPG ସିଲିଣ୍ଡର ହେଲା ଶସ୍ତା, ଜାଣନ୍ତୁ ଆଜି କେତେ କମିଲା ରେଟ୍

ସୂଚନାଯୋଗ୍ୟ, ୨୦୦୭ ମସିହାରେ ଗୁରୁ ଆଶିଷ ନିର୍ମାଣ କମ୍ପାନୀ (ଯାହାକି HDIL ର ସିଷ୍ଟର କମ୍ପାନୀ) କୁ ପାତ୍ରା ଚଲ୍ ବିକାଶ କରିବାର କାର୍ଯ୍ୟ ମହାରାଷ୍ଟ୍ର ଗୃହ ଏବଂ କ୍ଷେତ୍ର ବିକାଶ ପ୍ରାଧିକରଣ ତରଫରୁ ଦିଆଯାଇଥିଲା । ଗୁରୁ ଆଶିଷ ନିର୍ମାଣ କମ୍ପାନୀକୁ ସେଠାରେ ବାସ କରୁଥିବା ଲୋକଙ୍କୁ ୬୭୨ ଫ୍ଲାଟ ଓ MHADA କୁ ପ୍ରାୟ ୩୦୦୦ ଫ୍ଲାଟ ନିର୍ମାଣ କରି ଦେବାର ଥିଲା । ଏହି ଜମି ୪୭ ଏକର ଥିଲା, ଯେଉଁଠାରେ ସେଠାରେ ରହୁଥିବା ଲୋକମାନେ ଓ MHADA କୁ ଘର ଦେବା ପରେ ବାକି ଜମି ଉପରେ ଘର ନିର୍ମାଣ କରି ନିଜେ ବିକ୍ରି କରିପାରିବେ କିନ୍ତୁ ଗୁରୁ ଆଶିଷ ନିର୍ମାଣ ସେଠାରେ କୌଣସି ବିକାଶ କରି ନାହିଁ ବୋଲି ଅଭିଯୋଗ ହୋଇଛି । ନା ମହଦାକୁ ଫ୍ଲାଟ ଦେଇଛି ବରଂ ସେ ସମଗ୍ର ଜମି ଓ FSI 8 ବିଲଡରକୁ ୧୦୩୪ କୋଟିରେ ବିକ୍ରି କରିଦେଇଥିଲା ।