କୃଷକଙ୍କ କାନ୍ଧରେ ବିରୋଧିଙ୍କ ବନ୍ଧୁକ! ଜାଣନ୍ତୁ ଭାରତ ବନ୍ଦ ପଛର ରାଜନୈତିକ କାରଣ
Advertisement
Article Detail0/zeeodisha/odisha995138

କୃଷକଙ୍କ କାନ୍ଧରେ ବିରୋଧିଙ୍କ ବନ୍ଧୁକ! ଜାଣନ୍ତୁ ଭାରତ ବନ୍ଦ ପଛର ରାଜନୈତିକ କାରଣ

ଭାରତୀୟ ରାଜନୀତିରେ କୃଷକଙ୍କ ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ ଭାବେ ସ୍ଥାନ ପାଇଥାଏ।

କୃଷକଙ୍କ କାନ୍ଧରେ ବିରୋଧିଙ୍କ ବନ୍ଧୁକ! ଜାଣନ୍ତୁ ଭାରତ ବନ୍ଦ ପଛର ରାଜନୈତିକ କାରଣ

ନୂଆଦିଲ୍ଲୀ: କେନ୍ଦ୍ର୍ରୀୟ କୃଷି ଆଇନ ୨୦୨୦ ବିରୁଦ୍ଧରେ ପ୍ରାୟ ୧୧ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଜାରି ରହିଛି କୃଷକ ସଙ୍ଗଠନ। ଏନେଇ ସେପ୍ଟମ୍ବର ୨୭ ତାରିଖ ସୋମବାର ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିଲା ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା। କୃଷି ଆିନ ବିରୁଦ୍ଧରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ।

କେନ୍ଦ୍ର୍ରୀୟ କୃଷି ଆଇନ ବିରୁଦ୍ଧରେ କିଛି ଦିନ ପୂର୍ବେ ଉତ୍ତର ପ୍ରଦେଶରେ ହୋଇଥିବା କିସାନ ମହାପଞ୍ଚାୟତ ପରେ ସେପ୍ଟମ୍ବର ୨୭ ତାରିଖ ସୋମବାର କରାଯାଇଛି ଭାରତ ବନ୍ଦ। ସଂଯୁକ୍ତ କୃଷକ ମୋର୍ଚ୍ଚା (Samyukt Kisan Morcha) ଏବଂ ଭାରତୀୟ କିସାନ ୟୁନିୟନ (Bharatiya Kisan Union) ବିକେୟୁ (BKU) ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ (Bharat Bandh) ଡାକରାକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ କୃଷକ ସଙ୍ଗଠନ ସହ ବିଭିନ୍ନ ରାଜନୈତିକ ଦଳ।    

କେନ୍ଦ୍ର୍ରୀୟ କୃଷି ଆଇନ ୨୦୨୦ ବିରୁଦ୍ଧରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରିଥିବା ଦଳ ହେଉଛନ୍ତି କଂଗ୍ରେସ (Congress),ଆମ ଆଦମୀ ପାର୍ଟି (Aam Aadmi Party), ବହୁଜନ ସମାଜ ପାର୍ଟି (Bahujan Samaj Party),ସମାଜବାଦ ପାର୍ଟି (Samajwadi Party),ରାଷ୍ଟ୍ରୀୟ ଜନତା ଦଳ (Rashtriya Janata Dal),ତୃଣମୂଳ କଂଗ୍ରେସ (Trinamool Congress),ଜନତା ଦଳ ସେକ୍ୟୁଲାର (Janata Dal Secular),ଡିଏମକେ (DMK),ୱାଇଏସଆର କଂଗ୍ରେସ (YSR Congress) ଏବଂ ବାମ ଦଳ (Left Party)।
  
ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ର କୃଷିମନ୍ତ୍ରୀ (Union Agriculture Minister) ନରେନ୍ଦ୍ର ସିଂହ ତୋମାର (Narendra Singh Tomar) କହିଛନ୍ତି  କୃଷକ ଆନ୍ଦୋଳନକୁ ରାଜନୀତି ସହ ଯୋଡିବା ଠିକ ନୁହେଁ। କେନ୍ଦ୍ର ସରକାର ଏ  ପ୍ରସଙ୍ଗରେ କୃଷକ ସଙ୍ଗଠନ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର୍ରୀୟ କୃଷି ଆଇନ ୨୦୨୦ ବିରୁଦ୍ଧରେ ପ୍ରାୟ ୧୧ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ ଚଳାଇଥିବା କୃଷକଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ସେମାନେ ଆନ୍ଦୋଳନ ରାସ୍ତା ଛାଡ଼ନ୍ତୁ। କଥାବାର୍ତ୍ତା ଜରିଆରେ ଏହି ସମସ୍ୟାର ସମାଧାନ କରିବା ପାଇଁ କୃଷକ ସଙ୍ଗଠନ ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ବାରମ୍ବାର ନିବେଦନ କରିସାରିଛନ୍ତି ସରକାର।    

Also Read: କୃଷି ଆଇନକୁ ନେଇ ସଂସଦ ବାହାରେ ମୁହିଁମୁହିଁ ହୋଇଗଲେ Congress-SAD ସାଂସଦ

ସୋମବାର କୃଷକ ସଙ୍ଗଠନ (Farmer Organisation) ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଉପରେ ପ୍ରତିକ୍ରିୟା ରଖି ପଞ୍ଜାବ କଂଗ୍ରେସ କମିଟି (Punjab Congress Committee) ସଭାପତି ନବଜୋତ ସିଂହ ସିଦ୍ଧୁ (Navjot Singh Sidhu) କହିଛନ୍ତି କିସାନ ୟୁନିୟନ (kisan Union) ପକ୍ଷରୁ କରାଯାଉଥିବା ଦାବିକୁ ଦଳ ସମର୍ଥନ ଜଣାଉଛି।    

ସେହିପରି କୃଷକ ନେତା ରାକେଶ ଟିକେତ (Farmer Leader Rakesh Tikait) ଏବଂ ଗୁରୁନାମ ସିଂହ ଚରୁନି (Gurnam Singh Charuni) କେନ୍ଦ୍ର ଉଦ୍ଦେଶ୍ୟରେ ପୁଣି ଥରେ  ଚେତାବନୀ ଦେଇ କହିଛନ୍ତି ଆମ ପକ୍ଷରୁ କରାଯାଉଥିବା ଦାବିକୁ ପୂରଣ କରିବା ପାଇଁ ସରକାର ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତାହେଲେ ପ୍ରଧାନମନ୍ତ୍ରୀଙ୍କ ବାସଭବନ (Prime Ministers Residence) ଆଗରେ ତମ୍ବୁ ଟାଣି ସେଠାରେ ବିକ୍ଷୋଭ କରାଯିବ।   

କେନ୍ଦ୍ର୍ରୀୟ କୃଷି ଆଇନ ବିରୁଦ୍ଧରେ ପ୍ରାୟ ୧୧ ମାସରୁ ଉର୍ଦ୍ଧ୍ୱ ସମୟ ଧରି ରାଷ୍ଟ୍ରୀୟ ରାଜଧାନୀ  ଦିଲ୍ଲୀ (National Capital Delhi) ସୀମାରେ ଅବସ୍ଥିତ ଗାଜିପୁର ବର୍ଡର (Ghazipur Border), ସିଂଘୁ ବର୍ଡର (Singhu Border),ଟିକରି ବର୍ଡର (Tikri Border) ପ୍ରଭୃତି ସ୍ଥାନରେ ଏପରି ତମ୍ବୁ ଟାଣି ଆନ୍ଦୋଳନ ଜାରି ରଖିଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ହେଲେ ଏବେ ପ୍ରଶ୍ନ ଉଠୁଛି ପାଖାପାଖି ବର୍ଷେ ସମୟ ଧରି ଚାଲିଥିବା ଏହି ଆନ୍ଦୋଳନରୁ କାହାକୁ ମିଳିଛି ଏବଂ କାହାର ହୋଇଛି କ୍ଷତି। ଏହା ଦ୍ୱାରା କ'ଣ କୃଷକଙ୍କ ସମସ୍ୟାର ସମାଧାନ ହୋଇପାରିଛି। ଏ ପ୍ରସଙ୍ଗରେ କୃଷକ ସଙ୍ଗଠନ ଏବଂ ସରକାରଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇସାରିବା ପରେ ମଧ୍ୟ ଏହାର କୌଣସି ସମାଧାନର ରାସ୍ତା ବାହାରି  ପାରିନାହିଁ।  

ଭାରତୀୟ ରାଜନୀତିରେ କୃଷକଙ୍କ ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ ଭାବେ ସ୍ଥାନ ପାଇଥାଏ। ଏପରିକି ଅନେକ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ କୃଷକଙ୍କୁ ନଜରରେ ରଖି ସେମାନଙ୍କ ଦଳୀୟ ରଣନୀତି ପ୍ରସ୍ତୁତ କରିଥାନ୍ତି।  ରାଷ୍ଟ୍ରୀୟ ରାଜଧାନୀରେ ଚାଲିଥିବା କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ବିକେୟୁ ନେତା ରାକେଶ ଟିକେତ କେନ୍ଦ୍ରରେ ସରକାର ଗଠନ କରିଥିବା ବିଜେପିକୁ ହରାଇବ ଲାଗି ଖୋଲାଖୋଲି ଭାବେ କହିସାରିଛନ୍ତି। 

Also Read: BJP କୁ ହରାଇବେ Rakesh Tikait: Nandigram ଠାରେ କରିବେ ମହାପଞ୍ଚାୟତ

ଆସନ୍ତାବର୍ଷ ହେବାକୁ ଯାଉଛି ଭଳି ଉତ୍ତର ପ୍ରଦେଶ (Uttar Pradesh), ପଞ୍ଜାବ (Punjab) ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ (Assembly Election 2022)। ଏହି ନିର୍ବାଚନରେ କୃଷକଙ୍କୁ ମାଧ୍ୟମ କରି ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରିବେ। ହେଲେ ଏହା ଦ୍ୱାରା କେଉଁ ରାଜନୈତିକ ଦଳକୁ କେତେ ମାତ୍ରାରେ ଫାଇଦା ମିଳିବ ତାହା ଆଗାମୀ ଦିନରେ ଜଣାପଡି଼ଛି।