Fake Newsର ଶିକାର ଶଶି ଥରୁର, ପୂର୍ବତନ ବାଚସ୍ପତିଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
Advertisement
Article Detail0/zeeodisha/odisha889096

Fake Newsର ଶିକାର ଶଶି ଥରୁର, ପୂର୍ବତନ ବାଚସ୍ପତିଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଗୁରୁବାର ଶଶି ଥରୁର (Shashi Tharoor) ଟ୍ୱିଟରରେ ସୁମିତ୍ରା ମହାଜନ (Sumitra Mahajan) ଙ୍କ ଏକ ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଦେଖୁ ଦେଖୁ ଖବରଟି ନିଆଁ ଭଳି ବ୍ୟାପୀ ଗଲା। ପରେ ଜଣା ପଡିଲା ଯେ, ସୁମିତ୍ରା ମହାଜନ ସୁସ୍ଥ ଅଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଗୁରୁବାର Fake Newsର ଶିକାର ହୋଇଛନ୍ତି। ସେ ଲୋକସଭାରର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଯେଉଁଥିପାଇଁ ଲୋକ ତାଙ୍କୁ ଖୁବ ଟ୍ରୋଲ କରିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଥରୁର ସେହି ଟ୍ୱିଟକୁ ଡିଲିଟ୍ କରି ଦେଇଛନ୍ତି।

ଗୁରୁବାର ଶଶି ଥରୁର (Shashi Tharoor) ଟ୍ୱିଟରରେ ସୁମିତ୍ରା ମହାଜନ (Sumitra Mahajan) ଙ୍କ ଏକ ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଦେଖୁ ଦେଖୁ ଖବରଟି ନିଆଁ ଭଳି ବ୍ୟାପୀ ଗଲା। ପରେ ଜଣା ପଡିଲା ଯେ, ସୁମିତ୍ରା ମହାଜନ ସୁସ୍ଥ ଅଛନ୍ତି। ଏହି ମିଥ୍ୟା ଖବର ପ୍ରସାର ପାଇଁ ଶଶି ଥରୁରଙ୍କୁ ଖୁବ ଟ୍ରୋଲ କରାଗଲା। ପରେ ଅନେକ ବିଜେପି ନେତାଙ୍କ ସ୍ପଷ୍ଟିକରଣ ପରେ ଶଶି ଥରୁର କ୍ଷମା ମାଗିବା ସହ ଟ୍ୱିଟଟିକୁ ହଟେଇ ଦେଲେ।

Also Read: କୋରୋନା ମୃତ୍ୟୁର କାରଣ କହିଲେ ରାହୁଲ ଗାନ୍ଧୀ

ଥରୁର ଲେଖିଥିଲେ ଯେ, "ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ଦେଖାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କ ସହ ବାର୍ତ୍ତାଳାପର ସମୟ ଆଜି ମଧ୍ୟ ମତେ ମନେ ଅଛି। ଏଥିରେ ସେହି କ୍ଷଣ ମଧ୍ୟ ଅଛି, ଯେତେବେଳେ ସେ ଓ ଦିବାଙ୍ଗତ ସୁଷମା ସ୍ୱରାଜ ମୋତେ ମସ୍କୋର BRICS ସମ୍ମିଳନୀରେ ଭାରତୀୟ ସସଂଦୀୟ ପ୍ରତିନିଧିମଣ୍ଡଳିର ନେତୃତ୍ୱ ନେବାକୁ କହିଥିଲେ। ମୋର ସାନ୍ୱନା ତାଙ୍କ ପରିବାର ସହ ଅଛି। ଓମ ଶାନ୍ତି।"

fallback

ତେବେ ଏହି ଟ୍ୱିଟକୁ ନେଇ ୟୁଜର୍ସ ଲେଖିଛନ୍ତି, ଶଶି ଥରୁର ସବୁବେଳେ ମହିଳାମାନଙ୍କୁ ମାରିବାକୁ ଟେଷ୍ଟା କରନ୍ତି। କିନ୍ତୁ ଏଥର ସେ ବିଫଳ ହୋଇଛନ୍ତି। କେବଳ ଶଶି ଥରୁର ନୁହଁ, ସରଦ ପାୱାର ଓ ସୁପ୍ରିୟା ସୁଲେ ମଧ୍ୟ ସୁମିତ୍ରା ମହାଜନଙ୍କ ଦେଖାନ୍ତ ଖବର ଟ୍ୱିଟ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ମଧ୍ୟ ତାହାକୁ ହଟେଇ ଦେଇଛନ୍ତି। ସେପଟେ ସୁମିତ୍ରା ମହାଜନ (former LS speaker) ମିଡିଆ ସମ୍ମୁଖରେ ଆସି ଖବରର ସତ୍ୟା ସତ୍ୟା ଯାଞ୍ଚ କରି ଏପରି ଟ୍ୱିଟ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।