Punjab Politics: ତୁଟୁନାହିଁ କଳି, ବିଧାୟକ ଦଳ ବୈଠକ ଡାକିଲେ Sidhu
ସିଦ୍ଧୁଙ୍କୁ ଦଳୀୟ ସଭାପତି କରିବାକୁ ନେଇ ଦୁଇ ଫାଳରେ ବିଭକ୍ତ ହୋଇଯାଇଛି ପଞ୍ଜାବ କଂଗ୍ରେସ।
ଚଣ୍ଡିଗଡ଼: ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସ କମିଟିରେ ହୋଇଛି ସାଙ୍ଗଠନିକ ପରିବର୍ତ୍ତନ। ହେଲେ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି। ସଦ୍ୟ କ୍ଷମା ପ୍ରାର୍ଥନା କରିବା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ।
ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ (Punjab Congress President) ନିଯୁକ୍ତ ହେବା ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ (CM Amarinder Singh)ଟାର୍ଗେଟ କରି ଆସୁଥିଲେ ନବଜୋତ ସିଂହ ସିଦ୍ଧୁ (Navjot Singh Sidhu)। ଏବେ ଦଳର ସଭାପତି ପଦ ନିଯୁକ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସିଦ୍ଧୁଙ୍କୁ ମନୋଭାବରେ କୌଣସି ପରବର୍ତ୍ତନ ଆସିନାହିଁ।
Also Read: ଥମୁନି ବିବାଦ; କ୍ଷମା ପ୍ରର୍ଥନାକୁ ନେଇ ମୁହାଁମୁହିଁ Sidhu-Amarinder
ପୂର୍ବ ଭଳି ସିଦ୍ଧୁ ଗୋଷ୍ଠୀର ନେତା ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ଜାରି ରଖିଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ପାଲଟା ଆକ୍ରମଣ କରି କହିଛି ସେ କ୍ଷମା ପ୍ରାର୍ଥନା କରିବା ଉଚିତ। କାରଣ ନିର୍ବାଚନ ବେଳେ ଜନତାଙ୍କୁ ଦେଇଥିବା ପ୍ରତିଶୃତି ନିଜେ ମୁଖ୍ୟମନ୍ତ୍ରୀ ରଖିନାହାଁନ୍ତି।
Also Read: ସଭାପତି ନିଯୁକ୍ତି ପରେ ଥମୁନି ବିବାଦ; ପାରବାରିକ ରାଜନୀତିରେ ବଳିପଡିଲେ କି ମୁଖ୍ୟମନ୍ତ୍ରୀ?
ସିଦ୍ଧୁଙ୍କୁ ପକ୍ଷରୁ କରାଯାଉଥିବା ଟାର୍ଗେଟକୁ ନେଇ ଖପ୍ପା ହୋଇଉଠିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ। କାରଣ ଏହା ଦ୍ୱାରା ଉଭୟ ଦଳ ଓ ସରକାରର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଥିଲା। ଏହି କାରଣରୁ ସିଦ୍ଧୁ ତାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ଯାଇ ସେ ତାଙ୍କୁ ଭେଟିବେ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ସିଦ୍ଧୁ କ୍ଷମା ମାଗିନାହାଁନ୍ତି ସେ ପର୍ଯ୍ୟନ୍ତ ତାଙ୍କ ସହ କୈଣସି ବୈଠକ କରିବି ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Also Read: PPCC ଅଧ୍ୟକ୍ଷ ହେଲେ Sidhu; ଗ୍ରହଣ କରିବେ ତ CM Amarinder?
ଏ ମାମଲାରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା (Punjab CM Media Advisor) ରବୀନ ଠୁକରାଲ (Raveen Thukral) କହିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କୌଣସି ସାକ୍ଷାତକାର କିମ୍ବା ବୈଠକ ହେବାର ନାହିଁ। ଯେ ପର୍ଯ୍ୟନ୍ତ ସିଦ୍ଧୁ ସାର୍ବଜନୀନ ଭାବେ କ୍ଷମା ମାଗିନାହାଁନ୍ତି ମୁଖ୍ୟମନ୍ତ୍ରୀଙ୍କ ତାଙ୍କୁ ଭେଟିବେ ନାହିଁ। ଜୁଲାଇ ୨୧ ତାରିଖ ବୁଧବାର ଚଣ୍ଡିଗଡ଼ ଠାରେ ମୁଖ୍ୟମନ୍ତ୍ରୀ ଦଳର ବିଧାୟକ ସାଂସଦଙ୍କୁ ନେଇ ବୈଠକ କରିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ।
Also Read: Punjab Congress: Party High Command ଙ୍କ ନିର୍ଦ୍ଦେଶ ମାନିବେ କି CM Amarinder?
ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବୁଧବାର ନିଜ ବାସଭବନରେ ବିଧାୟକ ଦଳ ବୈଠକ ଡାକିଛନ୍ତି ସିଦ୍ଧୁ। ଏହି ବୈଠକରେ ପ୍ରାୟ ୬୨ ଜଣ ବିଧାୟକ ଯୋଗ ଦେଇଥିବା କୁହାଯାଇଛି। ଏହା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଲାଗି କୌଣସି ଝଟକା ଠାରୁ କମ୍ ନୁହେଁ। କାରଣ ଏହା ପରୋକ୍ଷରେ ତାଙ୍କ ନେତୃତ୍ୱରେ ତାଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ ଦେବା ଭଳି କାର୍ଯ୍ୟ। ବିଧାୟକଙ୍କୁ ଏକାଠି କରି ସିଦ୍ଧୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।
Also Read: ଥମୁନି ବିବାଦ; Punjab Congress ଅଧ୍ୟକ୍ଷ ଆସନକୁ ନେଇ ଛକାପଞ୍ଝା ଜାରି
ଏହି ବୈଠକରେ ଯୋଗ ଦେଇଥିବା କଂଗ୍ରେସ ବିଧାୟକ ପରଗଟ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ସିଦ୍ଧୁ ତାଙ୍କୁ କାହିଁକି କ୍ଷମା ମାଗିବେ। ଏଥିରେ ଜନସାଧାରଣଙ୍କ କୌଣସି ସ୍ୱାର୍ଥ ନାହିଁ। ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାରେ ମୁଖ୍ୟମନ୍ତ୍ରୀ ବିଫଳ ହୋଇଛନ୍ତି। ସେ ଜନତାଙ୍କୁ କ୍ଷମା ମାଗିବା ଆବଶ୍ୟକ।
Also Read: ତେଜିଲା ଅସନ୍ତୋଷ; ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ Punjab CM Amarinder
ସିଦ୍ଧୁଙ୍କୁ ଦଳୀୟ ସଭାପତି କରିବାକୁ ନେଇ ଦୁଇ ଫାଳରେ ବିଭକ୍ତ ହୋଇଯାଇଛି ପଞ୍ଜାବ କଂଗ୍ରେସ। ଏବେ ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଏବଂ ଅପରଗୋଷ୍ଠୀ ଦଳର ଅଧ୍ୟକ୍ଷଙ୍କ ସପକ୍ଷରେ ବାହାରିଛି।