ଥମୁନି ବିବାଦ; Punjab Congress ଅଧ୍ୟକ୍ଷ ଆସନକୁ ନେଇ ଛକାପଞ୍ଝା ଜାରି
Advertisement
Article Detail0/zeeodisha/odisha944789

ଥମୁନି ବିବାଦ; Punjab Congress ଅଧ୍ୟକ୍ଷ ଆସନକୁ ନେଇ ଛକାପଞ୍ଝା ଜାରି

ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବାକୁ ସହଜେ ଗ୍ରହଣ କରି ପାରୁନାହାନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ।

ଥମୁନି ବିବାଦ; Punjab Congress ଅଧ୍ୟକ୍ଷ ଆସନକୁ ନେଇ ଛକାପଞ୍ଝା ଜାରି

ନୂଆଦିଲ୍ଲୀ: ଆସନ୍ତବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ ଦଳୀୟ ସଙ୍ଗଠନକୁ ସଜାଡିବା ଲାଗି କଂଗ୍ରେସ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସ ଫସର ଫାଟିଯିବ ଭଳି ଦୃଶ୍ୟମାନ ହେଉଛି। ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି।  

କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁଙ୍କୁ (Navjot Singh Sidhu) ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (Punjab Pradesh Congress Committee) ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରିବାକୁ ସ୍ଥିର କରିଛନ୍ତି ଦଳର କେନ୍ଦ୍ରୀୟ ନେତୃବୃନ୍ଦ। ଏହା ସହିତ ୪ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ (Punjab Congress Working Presidents) ମଧ୍ୟ ନିଯୁକ୍ତ କରାଯିବ। 

Also Read: ତେଜିଲା ଅସନ୍ତୋଷ; ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ Punjab CM Amarinder

ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସ କମିଟି (Punjab Congress Committee) ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବାକୁ ସହଜେ ଗ୍ରହଣ କରି ପାରୁନାହାନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) କ୍ୟାପ୍ଟେନ ଅମରିନ୍ଦର ସିଂହ (CM Captain Amarinder Singh)। ବେଶ ଲମ୍ବା ସମୟ ଧରି ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍ୟଯୁଦ୍ଧ ଜାରି ରହିଛି।

ଶାସକ ଦଳର ନେତା ହୋଇଥିବା ସତ୍ତ୍ୱେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଆସୁଥିଲେ ସିନ୍ଧୁ। ଆଉ ଯାହାକୁ ସହଜେ ଗ୍ରହଣ କରି ପାରିନଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ଉଭୟଙ୍କ ମଧ୍ୟରେ ତାଲିଥିବା ବିବାଦକୁ ନେଇ ସରଗରମ ହୋଇଉଠିଥିଲା ରାଜ୍ୟନୀତି। 

Also Read: Navjot Singh Sidhu ହେବେ Punjab Congress ମୁଖ୍ୟ!

ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ କମିଟି ଅଧ୍ୟକ୍ଷ କରିବାକୁ ନେଇ ସର୍ତ୍ତ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁ ପ୍ରସଙ୍ଗରେ ସିଦ୍ଧୁ ମୋତେ ଟାର୍ଗେଟ କରୁଥିଲେ ସେ ନେଇ ସେ କ୍ଷମା ମାଗନ୍ତୁ। କ୍ଷମା ମାଗିବା ପରେ ମୁଁ ସିଦ୍ଧୁକୁ ଭେଟିବି ବୋଲି କହିଛନ୍ତି କ୍ୟାପ୍ଟେନ। 

Also Read: ଆମେ ରାଜ୍ୟକୁ MP-Rajasthan ହେବାକୁ ଦେବୁ ନାହିଁ: Punjab Congress Chief

ଅଧ୍ୟକ୍ଷ ପଦକୁ ନେଇ ପଞ୍ଜାବ କଂଗ୍ରେସ କମିଟିରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ଏହା ମଧ୍ୟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅମରିନ୍ଦର ସିଂହ ଏବଂ ପ୍ରତାପ ସିଂହ ବାଜୱା (Pratap Singh Bajwa) ପରସ୍ପରକୁ ଭେଟିଛନ୍ତି। ନବଜୋତ ସିଂହ ସିଦ୍ଧୁଙ୍କୁ ସେମାନେ ଏକାଠି ହୋଇଥିବା ଚର୍ଚ୍ଚା ହେଉଛି। ରବିବାର ପଞ୍ଜାବ କଂଗ୍ରେସର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁ ବୈଠକରେ କୃଷକ ଆନ୍ଦୋଳନ, ଦଳୀୟ ସଙ୍ଗଠନ ବିସ୍ତାର, ଦଳର ରାଜ୍ୟ ସଭାପତି ଆସନ ପ୍ରସଙ୍ଗରେ ଆଲୋଚନା ହେବ।