ବଦଳୁଛି ବିହାରର ରାଜନୈତିକ ପାଣିପାଗ! ନୀତିଶଙ୍କୁ ଭେଟିଲେ ଓୱେସି, ଚିରାଗଙ୍କ ବିଧାୟକ
Advertisement

ବଦଳୁଛି ବିହାରର ରାଜନୈତିକ ପାଣିପାଗ! ନୀତିଶଙ୍କୁ ଭେଟିଲେ ଓୱେସି, ଚିରାଗଙ୍କ ବିଧାୟକ

ଚିରାଗ ପାସୱାନ (Chirag Pashwan) ଙ୍କ LJPର ଜଣେ ବିଧାୟକ ଓ ଅସାଦୁଦ୍ଦିନ ଓୱେସି (Asaduddin Owaisi) ଙ୍କ ୫ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। 

ବଦଳୁଛି ବିହାରର ରାଜନୈତିକ ପାଣିପାଗ! ନୀତିଶଙ୍କୁ ଭେଟିଲେ ଓୱେସି, ଚିରାଗଙ୍କ ବିଧାୟକ

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଆଉ ଏହା ପୂର୍ବରୁ ପଡୋଶୀ ରାଜ୍ୟର ରାଜନୀତିରେ ବଡ ପରିବର୍ତ୍ତନ ଆସିଛି। ବିରୋଧି LJP ଓ AIMIMର ବିଧାୟକମାନେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି। ଏହି ଅନୌପଚାରିକ ସାକ୍ଷାତକୁ ନେଇ ଦଳଡିଆଁ ଅଭିଯାନ ଆରମ୍ଭ ହେବା ନେଇ ଚର୍ଚ୍ଚା ଚାଲିଛି।

ସୂଚନା ମୁତାବକ, ଗତ ଗୁରୁବାର ଚିରାଗ ପାସୱାନ (Chirag Pashwan) ଙ୍କ LJPର ଜଣେ ବିଧାୟକ ଓ ଅସାଦୁଦ୍ଦିନ ଓୱେସି (Asaduddin Owaisi) ଙ୍କ ୫ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ଏକେ ସଂଖ୍ୟକ ବିରୋଧି ବିଧାୟକମାନେ ଶାସକ JDU ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ ନା ନା ଚର୍ଚ୍ଚା ଆରମ୍ଭ ହୋଇଗଲାଣି। AIMIM ଅଧ୍ୟକ୍ଷ ତଥା ବିଧାୟକ ଅଖ୍ତରୁଲ ଇମାନ ଓ ତାଙ୍କର ୪ ଜଣ ଦଳିୟ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ତେବେ ଏହା କୌଣସି ରାଜନୈତିକ ସାକ୍ଷାତକାର ନୁହେଁ ବୋଲି ସେ କହିଛନ୍ତି।

Also Read: 'ଦିଦି'ଙ୍କୁ ପୁଣି ଲାଗିଲା ବଡ଼ ଝଟକା, ଦଳର ୨ଟି ପଦରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

ସେପଟେ ଚିରାଗ ପାସୱାନଙ୍କ LJPର ମାତ୍ର ଜଣେ ବିଧାୟକ ରାଜକୁମାର ସିଂହ ମୁଖ୍ୟମନ୍ତ୍ରୀ (Bihar CM) ଙ୍କୁ ଭେଟିଛନ୍ତି। ସେ ପୂର୍ବରୁ ମଧ୍ୟ ନୀତିଶଙ୍କ ଜଣେ ବିଶ୍ୱସ୍ଥ ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ତେବେ ତାହା ଏକ ବନ୍ଧୁତ୍ୱପୂର୍ଣ୍ଣ ସାକ୍ଷାତ ଥିଲା ବୋଲି ମନ୍ତ୍ରୀ ଅଶୋକ ଚୌଧୁରୀ କହିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ସାକ୍ଷାତରେ ଷଡଯନ୍ତ୍ରର ଗନ୍ଧ ବାରିହୋଇପଡୁଛି। ତଥାପି ଏହି ଆକଳନକୁ ଖଣ୍ଡନ କରିବା ସହ ନିଜ ନିଜ ବିଧାନସଭା ମଣ୍ଡଳୀର ସମସ୍ୟା ବିଷୟରେ ଜଣାଇବାକୁ ଯାଇଥିଲୁ ବୋଲି ୬ ଜଣ ବିରୋଧି ବିଧାୟକ କହିଛନ୍ତି। 

ସୂଚନାଯୋଗ୍ୟ, ନିକଟରେ BSPର ବିଧାୟକ ଜମା ଖାନ JDUରେ ସାମିଲ ହୋଇଛନ୍ତି। ଏହାପରେ ବିହାରରେ ମାୟବତୀ (Mayabati) ଙ୍କ ଖାତା ବନ୍ଦ ହୋଇଯାଇଛି। ସେହିପରି ଜମୁଇର ସ୍ୱାଧିନ ବିଧାୟକ ସୁନିଲ କୁମାର ସିଂହ ମଧ୍ୟ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଛନ୍ତି। ଏହିଭଳି ପରସ୍ଥିତିରେ LJP ଓ AIMIMର ବିଧାୟକମାନେ ନୀତିଶଙ୍କୁ ଭେଟିବା ବିହାର ରାଜନୈତିକ ମହଲରେ ଚହଳ ଖାଳାଇଛି।