ମୋଦିଙ୍କ ମାଷ୍ଟରଷ୍ଟ୍ରୋକ କାରଣରୁ ଆରଏଲଡି-ଏସପି ମେଣ୍ଟର ରଣନୀତି ବିଫଳ ହୋଇଯିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।
Trending Photos
ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ହୋଇଛି ଘୋଷଣା। ହେଲେ ନିର୍ବାଚନ ପୂର୍ବରୁ ଏହି ମେଣ୍ଟର ଅସ୍ଥିତ୍ୱକୁ ନେଇ ଉଠିଛି ପ୍ରଶ୍ନ। ମେଣ୍ଟ ଗଠନ ବାବଦରେ ଉଭୟ ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀକୁ ବାତିଲ କରଯାଇଛି। ଆଉ ଏହା ପଛରେ ରହିଥିବା କାରଣ ହେଉଛି କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ ମୋଦି ସରକାରଙ୍କ ପକ୍ଷରୁ ହୋଇଥିବା ଘୋଷଣା।
ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ସମାଜବାଦୀ ପାର୍ଟି (Samajwadi Party) ଏସପି (SP) ଏବଂ ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ଆରଏଲଡି (RLD) ମଧ୍ୟରେ ମେଣ୍ଟ (RLD-SP Alliance) ହେବା ନେଇ ବେଶ ଦୀର୍ଘ ଦିନ ଧରି ଚର୍ଚ୍ଚା ଜାରି ରହିଥିଲା। ହେଲେ ଅଚାନକ ଏପରି କ'ଣ ହେଲା ଯେ ଉଭୟ ଦଳ ତାଳମେଳ ରହୁନାହିଁ। ଯଦି ଏହାର କାରଣ ଖୋଜାଯାଏ ତାହେଲେ ତାହା ହେଉଛି କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଯାହାର ଫଳସ୍ୱରୂପ ଉଭୟ ଦଳ ନେତାଙ୍କ ମଧ୍ୟରେ ମେଣ୍ଟ ଗଠନକୁ ନେଇ ଜାରି ରହିଥିବା କଥାବାର୍ତ୍ତା ବାଧାପ୍ରାପ୍ତ ହୋଇଛି। ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ମାଷ୍ଟର ଷ୍ଟ୍ରୋକ ଭାବେ ବିବେଚନା କରାଯାଉଛି।
କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯିବା ପରେ ଆନ୍ଦୋଳନ ଜାରି ରଖିବାକୁ କହିଛନ୍ତି ପଞ୍ଜାବ ଭଳି ରାଜ୍ୟର ଚାଷୀ। ସେମାନଙ୍କ ଦାବି ହେଉଛି କେନ୍ଦ୍ର ସରକାର ଏମଏସପି ଉପରେ ଆଇନ ପ୍ରଣୟନ କରନ୍ତୁ। ହେଲେ ଏ ପ୍ରସଙ୍ଗରେ ପଶ୍ଚିମ ଉତ୍ତର ପ୍ରଦେଶର କୃଷକ (Western UP Farmer) ଏପରି ଆଭିମୁଖ୍ୟ ସପକ୍ଷରେ ନାହାଁନ୍ତି। ଏହି ଅଞ୍ଚଳରେ ବସବାସ କରୁଥିବା କୃଷକଙ୍କ ସବୁଠାରୁ ବଡ଼ ବର୍ଗ ଜାଟ ସମ୍ପ୍ରଦାୟର (Jat Community) ମତଦାତା ପରମ୍ପରାଗତ ଭାବେ ବିଜେପି (BJP) ବିରୋଧି ରହିନାହାଁନ୍ତି।
Also Read: ନିର୍ବାଚନ ପରେ ପୁଣି ଆସିବ କୃଷି ଆଇନ; ଆନ୍ଦୋଳନ ଜାରି ରଖିବାକୁ ଜଣାଇଲେ କୃଷକ ସଙ୍ଗଠନ
କୃଷି ଆଇନକୁ ହଟାଇବାକୁ ଘୋଷଣା କରିବା ପରେ ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ହେବାକୁ ଥିବା କ୍ଷତି ହ୍ରାସ ପାଇପାରେ। ଏକଥାକୁ ବହୁତ ଶୀଘ୍ର ଜାଣି ସାରିଲାଣି ଆରଏଲଡି। ଆଗାମୀ ନିର୍ବାଚନରେ ଦଳୀୟ ରଣନୀତିକୁ ସୁଧାରିବା ପାଇଁ କିଛି ସମୟ ନେବାକୁ ଚାହାଁନ୍ତି ଦଳର ମୁଖ୍ୟ ଜୟନ୍ତ ଚୌଧୁରୀ (RLD Chief Jayant Chaudhary)।
ରାଜ୍ୟ ରାଜନୀତିରେ କେବଳ ପଶ୍ଚିମ ଉତ୍ତର ପ୍ରଦେଶରେ (Western Uttar Pradesh) ଆରଏଲଡି ଭଳି ଦଳର ପ୍ରଭାବ ରହିଛି। ଚାଷ କାର୍ଯ୍ୟରେ ନିୟୋଜିତ ଜାଟ ମତାଦାତ ଗତ ପଞ୍ଚାୟତ ନିର୍ବାଚନରେ ପୁନର୍ବାର ଆରଏଲଡି ସହ ଛିଡା ହୋଇଥିଲେ। ଯାହାର ଫଳ ସ୍ୱରୂପ ଏସପି-ଆରଏଲଡି ମେଣ୍ଟ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଥିଲେ। ଏହି ଅଞ୍ଚଳରେ ଦଳର ପ୍ରମୁଖ ଦୁଇଟି ଭୋଟ ବ୍ୟାଙ୍କ ହେଉଛି ଜାଟ-ମୁସଲିମ (Jat-Muslim)। ଗତ ୨୦୧୩ ପୂର୍ବରୁ ଜାଟ ମତଦାତା ପାରମ୍ପରିକ ଭାବେ ଆରଏଲଡି଼ ଭୋଟ୍ ବ୍ୟାଙ୍କ ଥିଲେ ହେଲେ ୨୦୧୩ ମୁଜାଫରନଗର ଦଙ୍ଗା (Muzaffarnagar Riots 2013) ପରେ ଜାଟ-ମୁସଲମାନ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଏହାର ସିଧାସଳଖ ଲାଭ ବିଜେପି ଉଠାଇଥିଲା।
Also Read: UP Poll 2022: Jinnah ଙ୍କୁ ପ୍ରଂଶସା କରି BJP ଜାଲରେ ଫସିଯିବକି Samajwadi Party?
କୃଷକଙ୍କ ଆନ୍ଦୋଳନ ପରେ ପରିସ୍ଥିତି ବଦଳିଲା ଏବଂ ଜାଟ-ମୁସଲିମ ଏକତା ସମୀକରଣ ପୁନଃର୍ବାର ଗଠିତ ହୋଇଥିଲା। ଯାହା ରାଜନୈତିକ ଦୃଷ୍ଟିକୋଣରୁ ବିଜେପି ବିରୋଧି ଆରଏଲଡି-ଏସପି ମେଣ୍ଟ ସପକ୍ଷବାଦୀ ରହିଥିଲା। କୃଷକ ଆଇନକୁ ଫେରାଇ ନେଇ ବିଜେପି ଏହାର ଦଳୀୟ ବିଜୟ ସମୀକରଣକୁ ପୁନର୍ଜୀବିତ କରିଛି। ଯେଉଁ କାରଣରୁ ପଶ୍ଚିମ ଉତ୍ତର ପ୍ରଦେଶରେ ଏହି ମେଣ୍ଟର ସମ୍ପୂର୍ଣ୍ଣ ରଣନୀତି ଭାଙ୍ଗି ଯାଇଛି।
ସମାଜବାଦୀ ପାର୍ଟି ଠାରୁ ଦଳ ଦୂରେଇ ଯାଇନାହିଁ। ଉଭୟ ଦଳର ମୁଖ୍ୟ ପରସ୍ପର ସହ ଯୋଗାଯୋଗରେ ରହିଥିବା ଆରଏଲଡି ପକ୍ଷରୁ କୁହାଯାଇଛି। ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଆରଏଲଡି, ଏସପି ପାଖରୁ ୩୫ ଆସନ ଦାବି କରୁଛି। ମାତ୍ର ଏସପି ୨୫ ସିଟ୍ ଛାଡିବା ସପକ୍ଷରେ ଅଛି। ବର୍ତ୍ତମାନ ୨୨ ଆସନକୁ ନେଇ ଉଭୟ ଦଳ ମଧ୍ୟରେ ସହମତି ହୋଇସାରିଛି। ଆସନ ବୁଝାମଣାକୁ ନେଇ ଉଭୟ ଦଳ ମଧ୍ୟରେ ମତଭେଦ ରହିଛି।
Also Read: UP Poll 2022: ହେବ କି Congress-RLD ମେଣ୍ଟ? ଜବାବ ରଖିଲେ Jayant Chaudhary
ପଶ୍ଚିମ ଉତ୍ତର ପ୍ରଦେଶର ସହାରନପୁର, ବାଗପତ, ମଥୁରା ପ୍ରଭୃତିକୁ ଛାଡି ବୁଲନ୍ଦ ସହର, ମୁଜ୍ଜାଫରନଗର, ମେରଠ, ମୋରାଦବାଦ ପ୍ରଭୃତି ଜିଲ୍ଲାରେ ଅବସ୍ଥିତ ବିଧାନସଭା ଆସନ ଉପରେ ନଜର ପକାଇଛି ଆରଏଲଡି। ହେଲେ ଏତେ ସଂଖ୍ୟକ ସିଟ ଛାଡିବା ସପକ୍ଷରେ ନାହିଁ ଏସପି। ଆରଏଲଡି ମୁଖ୍ୟ ତାଙ୍କ ପିତା ଚୌଧୁରୀ ଅଜିତ ସିଂଙ୍କ ମୃତ୍ୟୁ ସହାନୁଭୂତି ଏବଂ ତାଙ୍କ ସପକ୍ଷରେ କୃଷକଙ୍କ ଆନ୍ଦୋଳନର ପୁଞ୍ଜି ଉପଯୋଗ କରିବାକୁ ଚାହୁଁଥିଲେ। ହେଲେ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ କାରଣରୁ ଆରଏଲଡି-ଏସପି ମେଣ୍ଟର ରଣନୀତି ବିଫଳ ହୋଇଯିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।