Manipur ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ସରଗରମ ରାଜ୍ୟ ରାଜନୀତି; ଜବାବ ରଖିଲା କଂଗ୍ରେସ
Advertisement
Article Detail0/zeeodisha/odisha1111398

Manipur ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ସରଗରମ ରାଜ୍ୟ ରାଜନୀତି; ଜବାବ ରଖିଲା କଂଗ୍ରେସ

ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏକ ବୟାନକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି।

Manipur ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ସରଗରମ ରାଜ୍ୟ ରାଜନୀତି; ଜବାବ ରଖିଲା କଂଗ୍ରେସ

ଇମ୍ଫାଲ: ମଣିପୁର ବିଧାନସଭା ନିର୍ବାଚନ ୨୦୨୨ ଲାଗି ଫେବୃଆରୀ ୨୮ ସୋମବାର ଅନୁଷ୍ଠିତ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ। ମତଦାନ ପୂର୍ବରୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହ ରଖିଥିବା ବୟାନକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ। 

ଗତ ଶୁକ୍ରବାର ମତ ରଖି ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହ କହିଥିଲେ ଯଦି ରାଜ୍ୟରେ ପୁନର୍ବାର ବିଜେପି ସରକାର ଗଠନ ହୁଏ ତାହେଲେ ରାଜ୍ୟରେ ସ୍ୱଦେଶୀ ନିର୍ମିତ ବିଦେଶୀ ମଦ (India Made Foreign Liquor) ଆଇଏମଏଫଏଲ (IMFL) ବିକ୍ରୟ କରିବା ଲାଗି ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯିବ।

Also Read: Manipur Assembly Election 2022: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଏହି ପ୍ରସଙ୍ଗରେ ଜବାବ ରଖି ମଣିପୁର କଂଗ୍ରେସ ପ୍ରଭାରୀ ଜୟରାମ ରମେଶ କହିଛନ୍ତି ମଦ ଖୋଲିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହ ଯେଉଁ ବିବୃତ୍ତି ରଖିଛନ୍ତି ତାହାକୁ ସେ ପ୍ରତ୍ୟାହାର କରନ୍ତୁ। ଏଭଳି ବୟାନ ରଖିଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା, ସାମାଜିକ କର୍ମୀ ତଥା ସାମାଜିକ ଗୋଷ୍ଠୀ ନିକଟରେ କ୍ଷମା ମାଗନ୍ତୁ।

ଗତ ଗୁରୁବାର ରାଜ୍ୟର ପୂର୍ବ ଇମ୍ପାଲ ଜିଲ୍ଲାରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିବା ଅବସରରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହ କହିଥିଲେ ଯଦି ରାଜ୍ୟରେ ପୁନର୍ବାର ବିଜେପି ସରକାର ଗଠନ ହୁଏ ତାହେଲେ ରାଜ୍ୟରେ ସ୍ୱଦେଶୀ ନିର୍ମିତ ବିଦେଶୀ ମଦ ବିକ୍ରୟ କରିବା ଲାଗି ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯିବ ଯେଉଁଠାରେ ମଦ ଉପରେ ସରକାରୀ ଭାବେ ନିଷେଧାଦେଶ ଜାରି କରାଯାଇଛି।

ନିଜ ବିବୃତ୍ତିକୁ ପ୍ରମାଣିତ କରି ସେ କହିଥିଲେ ଯେ ବିଷାକ୍ତ ଦେଶୀ ମଦ ସେବନ ହେତୁ କିଛି ଲୋକଙ୍କ ମୃତ୍ୟୁ ଘଟିଛି। ଯଦି ରାଜ୍ୟରେ ବିଜେପି ସରକାର ଗଠନ ହୁଏ ତାହେଲେ ଲୋକଙ୍କୁ ବଞ୍ଚାଇବା ପାଇଁ ସ୍ୱଦେଶୀ ନିର୍ମିତ ବିଦେଶୀ ମଦକୁ ଦୋକାନରେ ବିକ୍ରି କରିବାକୁ ଅନୁମତି ଦିଆଯିବ।

Also Read: Assembly Election 2022: ଏହି ରାଜ୍ୟରେ ମତଦାନ ତାରିଖ ବଦଳାଇଲେ Election Commission

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଉପରେ ଜବାବ ରଖି ରାଜ୍ୟ କଂଗ୍ରେସ ପ୍ରଭାରୀ ଜୟରାମ ରମେଶ କହିଛନ୍ତି ଏହା ଦ୍ୱାରା ସମାଜର ଗୁରୁତର କ୍ଷତି ଘଟାଇବ। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ରାଜ୍ୟର ମହିଳାଙ୍କୁ ଅପମାନିତ କରି ଲୋକଙ୍କୁ ହତ୍ୟା କରି ରାଜସ୍ୱ ବୃଦ୍ଧି କରିବାର ଏକ ମାଧ୍ୟମ।