'ପଶ୍ଚିମବଙ୍ଗରୁ ମେ ୨ ତାରିଖରେ ଧୂମଧାମରେ ବିଦାୟ ନେବେ ଦିଦି'
Advertisement

'ପଶ୍ଚିମବଙ୍ଗରୁ ମେ ୨ ତାରିଖରେ ଧୂମଧାମରେ ବିଦାୟ ନେବେ ଦିଦି'

ମେ ୨ ତାରିଖରେ ପଶ୍ଚିମବଙ୍ଗରୁ ବିଦାୟ ନେବେ ମମତା ବାନାର୍ଜୀ।

 'ପଶ୍ଚିମବଙ୍ଗରୁ ମେ ୨ ତାରିଖରେ ଧୂମଧାମରେ ବିଦାୟ ନେବେ ଦିଦି'

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ରବିବାର ଠାରୁ ପଞ୍ଚମ ପର୍ଯ୍ୟାୟ ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ତାରକା ପ୍ରଚାରକ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗତ ରବିବାର ସେ ରାଜ୍ୟର ନଦିଆ  ଏବଂ ବସିରହାଟ ଠାରେ ଆୟୋଜିତ ରାଲିରେ ଯୋଗ ଦେଇଛନ୍ତି। ଅନ୍ୟପଟେ ସୋମବାର କାଲିମପୋଙ୍ଗ ଏବଂ ସିଲିଗୁଡି ଠାରେ ରୋଡ ଶୋ କରିବେ। ଏହା ସହିତ ସେ ଉତ୍ତର ଦିନାଜପୁର ଏବଂ ହେମାତବାଦ ଠାରେ ଆୟୋଜିତ ହେଉଥିବା ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।     

ବସିରହାଟ ((Basirhat) ଠାରେ ଆୟୋଜିତ ରାଲିରେ ଯୋଗ ଦେଇ ବିଜେପି ତାରକା ପ୍ରଚାରକ (BJP Star Campaigner) ତଥା କେନ୍ଦ୍ର ଗୃହମନ୍ତ୍ରୀ ( Union Home Minister) ଅମିତ ଶାହ (Amit Shah) ପ୍ରତିଦ୍ୱନ୍ଦ୍ୱୀ ଟିଏମସିକୁ (TMC) ରାଜ୍ୟର ଘଟୁଥିବା ନିର୍ବାଚନୀ ହିଂସାକାଣ୍ଡ (Poll Violence) ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ନିର୍ବାଚନ ସମୟରେ ହିଂସାକାଣ୍ଡ ଭିଆଇବା ପାଇଁ ଟିଏମସି ଲୋକଙ୍କୁ ଉସକାଉଛି ବୋଲି ଅଭିଯୋଗ କରିଛନ୍ତି ସେ। 

Also Read: WB Assembly Election 2021: ପ୍ରଚାର ମୈଦାନରେ ଶକ୍ତି ପ୍ରଦର୍ଶନ କରିବେ BJP-TMC

 

ବସିରହାଟ ରାଲିକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଶାହ ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ପଡୁଥିବା ବଙ୍ଗ ନବ ବର୍ଷ ପାଇଁ ପଶ୍ଚିମବଙ୍ଗବାସୀଙ୍କୁ ଅଗ୍ରୀମ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା ମେ ୨ ତାରିଖରୁ ସୁନାର ବଙ୍ଗଳା  ଗଠନ ପ୍ରକ୍ରିୟା ଆରମ୍ଭ ହେବ। ବଙ୍ଗ ମାଟି ହେଉଛି ବୀରଙ୍କ ମାଟି। ମମତା ଦିଦି ସବୁବେଳେ ମୋତେ ଇସ୍ତଫା ଦେବା ଲାଗି କହୁଛନ୍ତି ହେଲେ ମେ ୨ ତାରିଖରେ ଆପଣ ଇସ୍ତଫା ଦେବା ଲାଗି ପ୍ରସ୍ତୁତ ହୋଇଯାଆନ୍ତୁ। 
ପଶ୍ଚିମବଙ୍ଗବାସୀ ଆପଣଙ୍କ ଇସ୍ତଫା ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। 

Also Read: 'ବଞ୍ଚି ପାରିବେ ନାହିଁ ଟିଏମସି ଗୁଣ୍ଡା, ପାତଳରୁ ଖୋଜି ଦିଆଯିବ ସଜ୍ଜା'

 

ବଙ୍ଗଳାର ଯୁବବର୍ଗ ଆପଣଙ୍କ ସାମ୍ନାରେ ଲଢେଇ କରୁଛି। ଆପଣଙ୍କୁ ବିଦାୟ ଦେବା ଲାଗି ପଶ୍ଚିମବଙ୍ଗବାସୀ ପ୍ରସ୍ତୁତ ହୋଇ ରହିଛନ୍ତି। ଦିଦିଙ୍କୁ ଧୂମଧାମରେ ବିଦାୟ ଦେବା ଲାଗି ବିଜେପିକୁ ୨୦୦ ସିଟ ଆବଶ୍ୟକ। ଆମକୁ ୧୯୯ ସିଟ ମିଳିବ ବୋଲି ଆମେ ଜାଣିସାରିଛୁ। ଆପଣ ଉସକାଇବା କାରଣରୁ କେତେକ ଯୁବକ ମତଦାନ ଚାଲିଥିବା ବେଳେ କୁଚବିହାର ଜିଲ୍ଲାର ଏକ ଭୋଟଗ୍ରହଣ କେନ୍ଦ୍ରରେ ହିଂସାକାଣ୍ଡ ଭିଆଇଥିଲେ। ସୁରକ୍ଷା ଦାୟିତ୍ୱରେ ରହିଥିବା ସିଆଇଏସଏଫ ଯବାନଙ୍କ ରାଇଫଲ ଛଡାଇ ନେବାକୁ ଚେଷ୍ଟା କରିଥିଲେ। ବାଧ୍ୟବାଧକତା କାରଣରୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଗୁଳିଚାଳନା କରିଥିଲା। ଏ ଘଟଣା ଘଟିବା ପୂର୍ବରୁ ଆପଣ ସେଠାର ଆୟୋଜିତ ହୋଇଥିବା ଏକ ସଭାରେ କହିଥିଲେ ସିଆଇଏସଏଫ ଯବାନ ଆସିଲେ ତାଙ୍କୁ ଘେରିନିଅ। ଯାହାର ଫଳସ୍ୱରୂପ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା।  

Also Read: କୋରୋନା ଏକ୍ସପ୍ରେସରେ ପଶ୍ଚିମବଙ୍ଗରୁ ପଳାୟନ କରିବେ ମମତା ବାନାର୍ଜୀ: ଅମିତ ଶାହ

 

ଟିଏମସି ସମର୍ଥିତ ଗୁଣ୍ଡା ଦିନ ଦ୍ୱିପ୍ରହରେ ବିଜେପି ସମର୍ଥକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆପଣ କେନ୍ଦ୍ରୀୟ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ସେହି ୪ ଜଣ ଯୁବକଙ୍କ କଥା କହୁଛନ୍ତି ହେଲେ ଭୋଟଗ୍ରହଣ ସମୟରେ ପ୍ରାଣ ହରାଇଥିବା ସେହି ପଞ୍ଚମ ଲୋକ ବାବଦରେ କାହିଁକି କିଛି କହୁନାହାଁନ୍ତି। ଯିଏକି ଆମ ଦଳର କର୍ମକର୍ତ୍ତା। ଭୋଟ ବ୍ୟାଙ୍କ ଲାଗି ତୁଷ୍ଟିକରଣ ରାଜନୀତି କରୁଥିବା ରାଜନେତା ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠିପାରନ୍ତି ନାହିଁ। ଜଣେ ନେତ୍ରୀ ଯିଏ ଅନୁସୂଚିତ ଜାତି ଲୋକଙ୍କୁ ଭିକାରୀ ବୋଲି କହୁଛନ୍ତି ତାଙ୍କୁ କାହିଁକି ଆପଣ ଦଳରୁ ବରଖାସ୍ତ କରିନାହାଁନ୍ତି। ପଶ୍ଚିମବଙ୍ଗକୁ ଯେଉଁ ଶରଣାର୍ଥୀ ଆସିଛନ୍ତି ସେମାନଙ୍କୁ ନାଗରିକତା ଦିଆଯିବ। ମତୁଆ-ନାମଶୂଦ୍ର ସମାଜର ଲୋକଙ୍କୁ ଆପଣ ସହ୍ୟ କରି ପାରୁନାହାଁନ୍ତି। ରାଜ୍ୟରେ ରହିଥିବା ବେଆଇନ ଅନୁପ୍ରବେଶକାରୀଙ୍କୁ ବାହାର କରାଯିବା ଶୁଣି ଆପଣ ଚିନ୍ତିତ ହୋଇଉଠିଛନ୍ତି।