Tamil Nadu Politics: ହିନ୍ଦୁ ଧର୍ମ ବିରୋଧରେ ବିଷ ଓଗାଳି ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.ରାଜା
Advertisement
Article Detail0/zeeodisha/odisha1351951

Tamil Nadu Politics: ହିନ୍ଦୁ ଧର୍ମ ବିରୋଧରେ ବିଷ ଓଗାଳି ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.ରାଜା

DMK MP on Hinduism:  ହିନ୍ଦୁ କିଏ? ଆମର ଦାବି କରିବାର ଅଧିକାର ରହିବା ଆବଶ୍ୟକ। ଆମେ ହିନ୍ଦୁ ହେବାକୁ ଚାହୁଁନାହୁ। ଆପଣ ମୋତେ ହିନ୍ଦୁ ଭାବେ କାହିଁକି ରଖୁଛନ୍ତି? ମୁଁ ଏଭଳି ଧର୍ମ ଦେଖି ନାହିଁ। କର୍ଣ୍ଣାଟକରେ ଲିଙ୍ଗାୟତ ସମ୍ପ୍ରଦା ସେମାନଙ୍କର ଉପାସନା ତଥା ଧାର୍ମିକ ନୀତି ଭିନ୍ନ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ ଦାଏର କରିଛନ୍ତି। ସେମାନେ ସେମାନଙ୍କୁ ହିନ୍ଦୁ ବୋଲି ଘୋଷଣା ନ କରିବାକୁ କହୁଛନ୍ତି। 

 

Tamil Nadu Politics: ହିନ୍ଦୁ ଧର୍ମ ବିରୋଧରେ ବିଷ ଓଗାଳି ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.ରାଜା

DMK MP A.Raja: ହିନ୍ଦୁ ଧର୍ମ ବାବଦରେ ବିଷ ଓଗାଳି ବିବାଦୀୟ ହୋଇ ପଡିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତାମିଲନାଡୁ ନୀଳଗିରି ଲୋକସଭା ଆସନର ଡିଏମକେ ସାଂସଦ ଏ.ରାଜା। ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ସମୟରେ ସେ ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ବିବାଦୀୟ ବୟାନକୁ ନେଇ ବିଜେପି ମଧ୍ୟ ଡିଏମକେ ସାଂସଦଙ୍କୁ ଟାର୍ଗେଟ କରିଛି ଉପରେ ଆକ୍ରମଣ କରିଛି। 

ଦଳ ପକ୍ଷରୁ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ (Former Union Minister) ତଥା ତାମିଲନାଡୁ (Tamil Nadu) ନୀଳଗିରି ଲୋକସଭା ଆସନର (Nilgiris Lok Sabha Constituency) ଡିଏମକେ ସାଂସଦ ଏ.ରାଜା (DMK MP A.Raja) କହିଛନ୍ତି ଯେ ହିନ୍ଦୁ କିଏ? ଆମର ଦାବି କରିବାର ଅଧିକାର ରହିବା ଆବଶ୍ୟକ। ଆମେ ହିନ୍ଦୁ ହେବାକୁ ଚାହୁଁନାହୁ। ଆପଣ ମୋତେ ହିନ୍ଦୁ ଭାବେ କାହିଁକି ରଖୁଛନ୍ତି? ମୁଁ ଏଭଳି ଧର୍ମ ଦେଖି ନାହିଁ। କର୍ଣ୍ଣାଟକରେ ଲିଙ୍ଗାୟତ ସମ୍ପ୍ରଦାୟ (Karnataka Lingayat Community) ସେମାନଙ୍କର ଉପାସନା ତଥା ଧାର୍ମିକ ନୀତି ଭିନ୍ନ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ ଦାଏର କରିଛନ୍ତି। ସେମାନେ ସେମାନଙ୍କୁ ହିନ୍ଦୁ ବୋଲି ଘୋଷଣା ନ କରିବାକୁ କହୁଛନ୍ତି। ହେଲେ ସୁପ୍ରିମକୋର୍ଟ କ'ଣ କହୁଛନ୍ତି? ସୁପ୍ରିମକୋର୍ଟ କହୁଛନ୍ତି ଯେ ଯଦି ଆପଣ ଖ୍ରୀଷ୍ଟିଆନ, ମୁସଲମାନ କିମ୍ବା ପାର୍ସୀ ନୁହଁନ୍ତି, ତାହେଲେ ଆପଣ ହିନ୍ଦୁ ହେବା ଜରୁରୀ। ଅନ୍ୟ କୌଣସି ଦେଶ ଅଛି ଯେଉଁଠାରେ ଏତେ ନିଷ୍ଠୁରତା ରହିଛି?

ଆପଣ ସେ ପର୍ଯ୍ୟନ୍ତ ଶୁଦ୍ର (Shudra) ଯେ ପର୍ଯ୍ୟନ୍ତ ଆପଣ ହିନ୍ଦୁ (Hindu)। ଆପଣ ସେ ପର୍ଯ୍ୟନ୍ତ ଜଣେ ବେଶ୍ୟାଙ୍କ ପୁତ୍ର (Son of Prostitute) ଯେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ଆପଣ ଶୁଦ୍ର। ଆପଣ ହିନ୍ଦୁ ରହିବା ପର୍ଯ୍ୟନ୍ତ ହେଉଛନ୍ତି ଦଳିତ। ଆପଣଙ୍କ ମଧ୍ୟରୁ କେତେଜଣ ବେଶ୍ୟାଙ୍କ ସନ୍ତାନ ଭାବେ ବଞ୍ଚିବାକୁ ଚାହାଁନ୍ତି? ଆପଣଙ୍କ ମଧ୍ୟରୁ କେତେଜଣ ଅସ୍ପୃଶ୍ୟ ରହିବାକୁ ଚାହାଁନ୍ତି?

Also Read: DMK Leader M Appavu: 'ଯଦି ଖ୍ରୀଷ୍ଟିଆନ ନଥାନ୍ତେ ତାହାଲେ ତାମିଲନାଡୁ ହୋଇଯାଇଥାନ୍ତା ବିହାର'

କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବର୍ଷି ଡିଏମକେ ସାଂସଦ ଏ.ରାଜା କହିଛନ୍ତି ଯେ, ନିର୍ବାଚନ ଆୟୋଗ, ସିବିଆଇ, ସୁପ୍ରିମକୋର୍ଟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଏପରିକି ସଂସଦ ଭଳି ସମସ୍ତ ବ୍ୟକ୍ତିଗତ ଅନୁଷ୍ଠାନ ବିଜେପି ସରକାର ପାଇଁ ବନ୍ଦୀ ହୋଇ ରହିଛନ୍ତି। ସତ୍ୟ ଦେଖାଇବାକୁ ବିଦୁଥଲାଇ ପତ୍ରିକା ବହୁତ ଆବଶ୍ୟକ। ଧର୍ମନିରପେକ୍ଷ, ସମାଜବାଦୀ ଏବଂ ସାର୍ବଭୌମ ଗଣରାଜ୍ୟ ହେଉଛି ସେହି ଦେଶ ଯାହା ସମ୍ବିଧାନରେ ଭାରତ ବାବରେ କୁହାଯାଇଛି।

Also Read: ହିନ୍ଦୀ ବିରୋଧି ବୟାନକୁ ନେଇ ଚର୍ଚ୍ଚାରେ ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ

ଡିଏମକେ ସାଂସଦ ଏ.ରାଜାଙ୍କ ଏଭଳି ବିବାଦୀୟ ବୟାନକୁ ପ୍ରତିକ୍ରିୟାଶୀଳ ହୋଇଉଠିଛି ବିଜେପି (Tamil Nadu BJP Unit)। ଏନେଇ ବିଜେପି ରାଜ୍ୟ ଶାଖା ସଭାପତି କେ.ଅନ୍ନାମଲାଇ (Tamil Nadu BJP President Annamalai) ଟ୍ୱିଟ କରି କହିଛନ୍ତି ଯେ ରାଜ୍ୟରେ ଏଭଳି ରାଜନୈତିକ ପରିସ୍ଥିତି ପାଇଁ ଦୁଃଖିତ। ଡିଏମକେ ସାଂସଦ ପୁଣି ଥରେ ଏକ ସମ୍ପ୍ରଦାୟ ବିରୋଧରେ ଘୃଣା ମନୋଭାବ ବିସ୍ତାର କରିଛନ୍ତି। ଯାହାର ଏକମାତ୍ର ଲକ୍ଷ୍ୟ ହେଉଛି ଅନ୍ୟ ମାନଙ୍କୁ ଖୁସି କରିବା। ଏଭଳି ରାଜନେତାଙ୍କର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ମାନସିକତା ରହିଛି। ଯାହା ଦେଖାଯାଉଛି ସେମାନେ ହେଉଛନ୍ତି ତାମିଲନାଡୁର ମାଲିକ। 

Also Read: Karnataka Politics: ହିନ୍ଦୀ ଦିବସ ଉପରେ ବୟାନ ରଖି ବିବାଦରେ ଜେଡିଏସ ନେତା କୁମାରସ୍ୱାମୀ

ଅନ୍ୟପଟେ ରାଜ୍ୟର ଦକ୍ଷିଣ କୋଏମ୍ବାଟୁର ବିଧାନସଭା ଆସନର (Coimbatore South Assembly Constituency) ବିଧାୟିକା ତଥା ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା (BJP Mahila Morcha National President) ବନଥୀ ଶ୍ରୀନିବାସନ୍ (Tamil Nadu BJP MLA Vanathi Srinivasan) ଟ୍ୱିଟ୍ କରି କହିଛନ୍ତି ଯେ ଡିଏମକେ ସାଂସଦ ରାଜା ଅନେକ ଥର ମହିଳା ତଥା ହିନ୍ଦୁଙ୍କୁ ଅପମାନିତ କରିଛନ୍ତି। ଏଥର ମଧ୍ୟ ସେ ବିଷ ଓଗାଳିଛନ୍ତି। ଶୁଦ୍ର ହେଉଛନ୍ତି ବେଶ୍ୟାଙ୍କ ସନ୍ତାନ। ସେମାନେ ସେ ପର୍ଯ୍ୟନ୍ତ ରହିବେ ଯେ ପର୍ଯ୍ୟନ୍ତ ହିନ୍ଦୁ ଧର୍ମରେ ରହିବେ।