Karnataka Politics: ହିନ୍ଦୀ ଦିବସ ଉପରେ ବୟାନ ରଖି ବିବାଦରେ ଜେଡିଏସ ନେତା କୁମାରସ୍ୱାମୀ
Advertisement

Karnataka Politics: ହିନ୍ଦୀ ଦିବସ ଉପରେ ବୟାନ ରଖି ବିବାଦରେ ଜେଡିଏସ ନେତା କୁମାରସ୍ୱାମୀ

Hindi Diwas Celebration: ଜେଡିଏସ ନେତା କୁମାରସ୍ୱାମୀଙ୍କ ପକ୍ଷରୁ ଲେଖା ଯାଇଥିବା ପତ୍ର ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କୌଣସି ଜବାବ ରଖା ଯାଇନାହିଁ। ହେଲେ ଏହାକୁ ନେଇ ବିବାଦ ଆହୁରି ତେଜିପାରେ।

Karnataka Politics: ହିନ୍ଦୀ ଦିବସ ଉପରେ ବୟାନ ରଖି ବିବାଦରେ ଜେଡିଏସ ନେତା କୁମାରସ୍ୱାମୀ

Kumarawamy on Hindi Diwas: ହିନ୍ଦୀ ଦିବସ ଅବସରରେ କର୍ଣ୍ଣାଟକ ସରକାରଙ୍କୁ ପତ୍ର ଲେଖି ବିବାଦ ସୃଷ୍ଟି କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ। ନିଜେ ଲେଖିଥିବା ପତ୍ରରେ କୁମାରସ୍ୱାମୀ ଅଭିଯୋଗ ଆଣି କହିଛନ୍ତି ଯେ, ରାଜ୍ୟର କରଦାତାଙ୍କ ଟଙ୍କା ବ୍ୟବହାର କରି ବିନା କାରଣରେ ହିନ୍ଦୀ ଦିବସ ପାଳନ କରାଯିବା ଉଚିତ ନୁହେଁ। ସେପ୍ଟେମ୍ବର ୧୪ ତାରିଖରେ ରାଜ୍ୟରେ କେନ୍ଦ୍ର ସରକାର ପ୍ରାୟୋଜିତ ହିନ୍ଦୀ ଦିବସ କାର୍ଯ୍ୟକ୍ରମକୁ କର୍ଣ୍ଣାଟକ ସରକାର ଜବରଦସ୍ତ ପାଳନ କରିବା କନ୍ନଡ ଭାଷାଭାଷୀ ଲୋକଙ୍କ ପ୍ରତି ଅନ୍ୟାୟ ହେବ।

ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ (JDS ଥeader Kumaraswamy) କହିବା କଥା କଥା ଭାରତ (India) ହେଉଛି ବହୁ ଭାଷୀୟ ଦେଶ (Multi Lingual Country)। ଯଦି ହିନ୍ଦୀ ଦିବସ (Hindi Diwas) ପାଳନ କରାଯାଏ, ତାହେଲେ ଏହା ଜାତୀୟ ଏକତା (National Integrity) ଅନୁରୂପ ହେବ ନାହିଁ। ଏହା ପ୍ରଥମ ନୁହେଁ ଯେ କୁମାରସ୍ୱାମୀ ହିନ୍ଦୀ ଦିବସ ଉତ୍ସବ ପାଳନକୁ ବିରୋଧ କରିଛନ୍ତି। ଜେଡିଏସ ନେତା କୁମାରସ୍ୱାମୀଙ୍କ ପକ୍ଷରୁ ଲେଖା ଯାଇଥିବା ପତ୍ର ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ଣ୍ଣାଟକ ସରକାରଙ୍କ (Karnataka Govt) ପକ୍ଷରୁ କୌଣସି ଜବାବ ରଖା ଯାଇନାହିଁ। ହେଲେ ଏହାକୁ ନେଇ ବିବାଦ ଆହୁରି ତେଜିପାରେ।

ଏହା ବ୍ୟତୀତ ଦାକ୍ଷିଣାତ୍ୟ ରାଜ୍ୟର (South Indian State) ତାମିଲନାଡୁରେ (Tamilnadu) କ୍ଷମତାସୀନ ଡିଏମକେ (DMK) ମଧ୍ୟ ଚେତାବନୀ ମଧ୍ୟ ଦେଇଛି ଯେ ତାମିଲ ଭାଷାଭାଷୀ (Tamil Speaking People) ଲୋକେ କରୁଣାନିଧିଙ୍କ (Karunanidhi) ହିନ୍ଦୀ ବିରୋଧୀ ଆନ୍ଦୋଳନକୁ (Anti Hindi Agitation) ଭୁଲି ନାହାଁନ୍ତି। ଡିଏମକେ କହିବା ଅନୁଯାୟୀ ହିନ୍ଦୀ ଭାଷା ଲାଗୁ କରାଯାଇ ପାରିବ ନାହିଁ। ହିନ୍ଦୀ ଭାଷା ଲାଗୁ ନ କରିବାକୁ ଦଳ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛି। ଦଳର ଦିବଂଗତ ନେତା ସ୍ୱର୍ଗତ କରୁଣାନିଧିଙ୍କ ହିନ୍ଦୀ ବିରୋଧୀ ଆନ୍ଦୋଳନକୁ ତାମିଲ ଭାଷାଭାଷୀ ଭୁଲି ନାହାଁନ୍ତି। ହିନ୍ଦୀ ଭାଷା ଲାଗୁ କରିବାକୁ ଦିଆ ଯିବ ନାହିଁ ବୋଲି ଡିଏମକେ କହିଛି। 

Also Read: 'ଗୋଟିଏ ଦେଶ ଗୋଟିଏ ଭାଷା' ସମର୍ଥନରେ ଆସିଲେ ଶିବସେନା ନେତା ସଞ୍ଜୟ ରାଉତ

ଏହି ପ୍ରସଙ୍ଗରେ କଂଗ୍ରେସ-ଟିଏମସି (Congress-TMC) ମଧ୍ୟ ବିଜେପି (BJP) ଉଦ୍ଦେଶ୍ୟରେ ବର୍ଷିଛନ୍ତି। କଂଗ୍ରେସ ବିଜେପି ବିରୋଧରେ ସାଂସ୍କୃତିକ ଆତଙ୍କବାଦର ଅଭିଯୋଗ ଆଣିଛି। ଅନ୍ୟପକ୍ଷରେ ଟିଏମସି ସମାଲୋଚନା କରି କହିଛି ଯେ ଆମେ ହିନ୍ଦୀକୁ ସମ୍ମାନ କରୁ ହେଲେ ଆମେ ହିନ୍ଦୀ ଭାଷା ଲାଗୁ କରିବାକୁ ବିରୋଧ କରୁଛୁ। 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah) ସରକାରୀ ଭାଷା ଉପରେ ସଂସଦୀୟ ସମିତିର ୩୭ ତମ ବୈଠକରେ ଯୋଗ ଦେବା ଅବସରରେ କହିଛନ୍ତି ଯେ  ଇଂରାଜୀ ଭାଷାର ବିକଳ୍ପ ରୂପେ ହିନ୍ଦୀ ଭାଷାକୁ ସ୍ୱୀକାର କରାଯିବା ଆବଶ୍ୟକ। ହେଲେ ଏହାକୁ ଆଞ୍ଚଳିକ ଭାଷାର ବିକଳ୍ପ ପାଇଁ ବ୍ୟବହାର କରାଯିବ ନାହିଁ। ହିନ୍ଦୀ ଅଭିଧାନରେ ସ୍ଥାନୀୟ ଭାଷାର ଶବ୍ଦ ଗ୍ରହଣ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ପରାମର୍ଶ ଦେଇଛନ୍ତି।

ହିନ୍ଦୀ ଅଭିଧାନର ସଂଶୋଧନ ଏବଂ ପୁନଃ ପ୍ରକାଶନ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶାହ। ଏନେଇ ସେ କହିଛନ୍ତି ଯେ, ଦେଶର ୮ ପୂର୍ବୋତ୍ତର ରାଜ୍ୟରେ (North East State) ୨୨ ହଜାର ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଏବଂ ୯ ଆଦିବାସୀ ସମ୍ପ୍ରଦାୟ ମଧ୍ୟ ସେମାନଙ୍କର ଉପଭାଷାର ଲିପି ପରିବର୍ତ୍ତନ କରିଛନ୍ତି। 

Also Read: ହିନ୍ଦୀ ବିରୋଧି ବୟାନକୁ ନେଇ ଚର୍ଚ୍ଚାରେ ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ

ଦେଶର ସ୍ୱାଧୀନତା ପରେ (Indian Independence Day) ହିନ୍ଦୀ ଦିବସ  ପାଳନ ଆରମ୍ଭ ହୋଇଥିଲା। ୧୯୪୬ ମସିହା ସେପ୍ଟେମ୍ବର ୧୪ ତାରିଖରେ ସମ୍ବିଧାନସଭା ହିନ୍ଦୀକୁ ଭାରତର ସରକାରୀ ଭାଷା ଭାବରେ ସ୍ୱୀକୃତି ଦେଇଥିଲା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ (First Indian Prime Minister Jawahar Lal Nehru) ୧୪ ସେପ୍ଟେମ୍ବରକୁ ହିନ୍ଦୀ ଦିବସ ଭାବେ ଘୋଷଣା କରିଥିଲେ। ପ୍ରଥମେ ୧୯୫୩ ମସିହାରେ ସରକାରୀ ସ୍ତରରେ ହିନ୍ଦୀ ଦିବସ ପାଳନ କରାଯାଇଥିଲା। ହିନ୍ଦୀ ହେଉଛି ବିଶ୍ୱରେ ଚତୁର୍ଥ ବୃହତ୍ତନ କଥିତ ଭାଷା। ଭାରତରେ କୁହାଯାଉଥିବା କଥିତ ଭାଷା ତାଲିାକରେ ହିନ୍ଦୀ ପ୍ରଥମ ସ୍ଥାନରେ ରହିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୀ ଜାତୀୟ ଭାଷାର ମାନ୍ୟତା ପାଇନାହିଁ।