Tamil Nadu: ହିନ୍ଦୁଙ୍କ ଉପରେ ବିବାଦୀୟ ଦେଲେ ଅଭିନେତା କମଲ ହାସନ, ଜବାବ ରଖିଲେ ପୁଦୁଚେରୀ ଉପରାଜ୍ୟପାଳ
Advertisement

Tamil Nadu: ହିନ୍ଦୁଙ୍କ ଉପରେ ବିବାଦୀୟ ଦେଲେ ଅଭିନେତା କମଲ ହାସନ, ଜବାବ ରଖିଲେ ପୁଦୁଚେରୀ ଉପରାଜ୍ୟପାଳ

Hinduism: ଚଳଚ୍ଚିତ୍ର ନିର୍ଦ୍ଦେଶକ ବେତ୍ରିମାରନ କହିଥିଲେ ଯେ ରାଜା ରାଜ ଚୋଳ ଜଣେ ହିନ୍ଦୁ ରାଜା ନୁହଁନ୍ତି। ଅଭିନେତା କମଲ ହାସନ ମଧ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବେତ୍ରିମାରନଙ୍କ ମତକୁ ସମର୍ଥନ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ରାଜା ରାଜ ଚୋଳଙ୍କ ଶାସନ କାଳରେ ଦେଶରେ ହିନ୍ଦୁ ଧର୍ମ ବୋଲି କିଛି ନ ଥିଲା। 

Tamil Nadu: ହିନ୍ଦୁଙ୍କ ଉପରେ ବିବାଦୀୟ ଦେଲେ ଅଭିନେତା କମଲ ହାସନ, ଜବାବ ରଖିଲେ ପୁଦୁଚେରୀ ଉପରାଜ୍ୟପାଳ

Tamilisai Soundararajan: ହିନ୍ଦୁ ଧର୍ମ ଉପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବେତ୍ରିମାରନ ଏବଂ ଅଭିନେତା କମଲ ହାସନ ରଖିଥିବା ବୟାନ ଉପରେ ପାଲଟା ଜବାବ ଦେଇଛନ୍ତି ତାମିଲସାଇ ସୁନ୍ଦରରାଜନ। ସମ୍ରାଟ ରାଜା ରାଜ ଚୋଳଙ୍କ ବାବରେ ଚଳଚ୍ଚିତ୍ର ନିର୍ଦ୍ଦେଶ ମନ୍ତବ୍ୟ ଏବଂ ଅଭିନେତା କମଲ ହାସନଙ୍କ ଦ୍ୱାରା ଦିଆଯାଇଥିବା ସମର୍ଥନ ଉପରେ ଜବାବ ରଖି ଉପରାଜ୍ୟପାଳ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ପାଳନ ପୋଷଣ ରାଜା ଚୋଳଙ୍କ ଶାସନକାଳ ସମୟରେ ତାଞ୍ଜୌର ଠାରେ ନିର୍ମିତ ହୋଇଥିବା ବିଶାଳକାୟ ବୃହଦେଶ୍ୱ ମନ୍ଦିର ନିକଟସ୍ଥ ଅଞ୍ଚଳରେ ହୋଇଥିଲା। 

ଚଳଚ୍ଚିତ୍ର ନିର୍ଦ୍ଦେଶକ ବେତ୍ରିମାରନ (Film Director Vetrimaaran) କହିଥିଲେ ଯେ ରାଜା ରାଜ ଚୋଳ (Raja Raja Chola) ଜଣେ ହିନ୍ଦୁ (Hindu) ରାଜା ନୁହଁନ୍ତି। ଏକ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ କହିଥିଲେ ଯେ, ଆମର ପ୍ରତୀକକୁ କ୍ରମାଗତ ଭାବେ ଆମଠାରୁ ଛଡ଼ାଇ ନିଆଯାଉଛି। ବଲ୍ଲୁବରକୁ ଭଗୱାକରଣ କରିବା କିମ୍ବା ରାଜା ରାଜ ଚୋଳନଙ୍କୁ ହିନ୍ଦୁ ରାଜା ବୋଲି କହିବା ଜାରି ରହିଛି। ହେଲେ ଆମେ ଏହାକୁ କେବେ ମଧ୍ୟ ଅନୁମତି ଦେବା ଠିକ ନୁହେଁ। ତାଙ୍କର ଏହି ମନ୍ତବ୍ୟ ମଣି ରତ୍ନାମଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୋନିୟିନ୍ ସେଲଭାନ୍: ୧' ରିଲିଜ୍ ହେବାର କିଛି ଦିନ ପରେ ଆସିଛି। ଏହି ଚଳଚ୍ଚିତ୍ର ରାଜା ରାଜ ଚୋଳନଙ୍କ ଦ୍ୱାରା ଅନୁପ୍ରାଣିତ କାଲକୀ କୃଷ୍ଣମୂର୍ତ୍ତିଙ୍କ କାଳ୍ପନିକ ଉପନ୍ୟାସ ଉପରେ ଆଧାରିତ।

ଏହା ପରେ ମକ୍କଲ ନିଧି ମାୟ୍ୟମ ସଭାପତି (Makkal Needhi Maiam President) ତଥା ଚଳଚ୍ଚିତ୍ର ଅଭିନେତା କମଲ ହାସନ (Film Actor Kamal Haasan) ମଧ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବେତ୍ରିମାରନଙ୍କ ମତକୁ ସମର୍ଥନ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ରାଜା ରାଜ ଚୋଳଙ୍କ ଶାସନ କାଳରେ ଦେଶରେ ହିନ୍ଦୁ ଧର୍ମ ବୋଲି କିଛି ନ ଥିଲା। ରାଜା ରାଜ ଚୋଳନଙ୍କ ସମୟରେ ହିନ୍ଦୁ ଧର୍ମ ନାମକ କୌଣସି ଶବ୍ଦ ନଥିଲା। ସେଠାରେ ବୈଷ୍ଣବମ୍ (Vaishnavite), ଶିବମ (Shivaite), ଶ୍ରମଣମ୍ (Shramana Tradition) ଥିଲେ। ହିନ୍ଦୁ ଶବ୍ଦ ବ୍ରିଟିଶ ସରକାର ପ୍ରସ୍ତୁତ କରିଥିଲେ।

Also Read:  Tamil Nadu Politics: ହିନ୍ଦୁ ଧର୍ମ ବିରୋଧରେ ବିଷ ଓଗାଳି ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.ରାଜା

ପଦୁଚେରୀ ଉପରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ (Puducherry Lieutenant Governor Tamilisai Soundararajan) କହିଛନ୍ତି ଯେ ଏପରି ଅନେକ ପରିଚୟ ଲୁଚି ରହିଛି ଏବଂ ଏହାକୁ ନିଜ ସ୍ୱାର୍ଥ ପାଇଁ ଅପବ୍ୟବହାର କରିବା ଗ୍ରହଣୀୟ ନୁହେଁ। ପୂଜାପାଠ ଧାରଣା ତାମିଲ ସମ୍ପ୍ରଦାୟରେ ରହିଛି। ଉଭୟ ଶୈବ ଧର୍ମ ଏବଂ ବୈଷ୍ଣବ ଧର୍ମ ହିନ୍ଦୁଙ୍କ ଚିହ୍ନ। ମୋର ପାଳନ ପୋଷଣ ରାଜା ଚୋଳଙ୍କ ଶାସନକାଳ ସମୟରେ ତାଞ୍ଜୌର ଠାରେ ନିର୍ମିତ ହୋଇଥିବା ବିଶାଳକାୟ ବୃହଦେଶ୍ୱ ମନ୍ଦିର ନିକଟସ୍ଥ ଅଞ୍ଚଳରେ ହୋଇଥିଲା।