Mathura Govardhan Parvat: ଯୋଗୀ ସରକାର ବିରୋଧରେ ବର୍ଷିଲେ ତେଜ ପ୍ରତାପ ଯାଦବ
Advertisement

Mathura Govardhan Parvat: ଯୋଗୀ ସରକାର ବିରୋଧରେ ବର୍ଷିଲେ ତେଜ ପ୍ରତାପ ଯାଦବ

Tej Pratap Yadav: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ମଥୁରା ଏସଏସପି ଏବଂ ଗୋବର୍ଦ୍ଧନ ଥାନା ପ୍ରଭାରୀ ତାଙ୍କୁ ଅଟକାଇଥିବା ଅଭିଯୋଗ କରିଛନ୍ତି ତେଜ ପ୍ରତାପ ଯାଦବ।

Mathura Govardhan Parvat: ଯୋଗୀ ସରକାର ବିରୋଧରେ ବର୍ଷିଲେ ତେଜ ପ୍ରତାପ ଯାଦବ

Tej Pratap Yadav: ନୂଆଦିଲ୍ଲୀସ୍ଥିତ ଏମ୍ସ ଠାରେ ଚିକିତ୍ସିତ ହେଉଥିବା ପିତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ କାମନା କରି ମଙ୍ଗଳବାର ଉତ୍ତର ପ୍ରଦେଶ ମଥୁରା ଠାରେ ପହଞ୍ଚିଥିଲେ ଆରଜେଡି ବିଧାୟକ ତେଜ ପ୍ରତାପ ଯାଦବ। ମଥୁରା ଠାରେ ପହଞ୍ଚିବା ପରେ ତାଙ୍କୁ ଗୋବର୍ଦ୍ଧନ ପର୍ବତ ପରିକ୍ରମା କରିବା ପାଇଁ ମଥୁରା ପୋଲିସ ତାଙ୍କୁ ଅଟକାଇଥିବାର ଅଭିଯୋଗ କରିଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ। ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ ତେଜ ପ୍ରତାପ ଯାଦବଙ୍କୁ ମଥୁରା ପୋଲିସ ଥାନାରେ ପ୍ରାୟ ଅଧ ଘଣ୍ଟା ରଖାଯାଇଥିଲା। ଏହି ପ୍ରସଙ୍ଗରେ ମଥୁରା ପୋଲିସ ସ୍ପଷ୍ଟୀକରଣ ରଖିଛି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ମଥୁରା ଏସଏସପି ଏବଂ ଗୋବର୍ଦ୍ଧନ ଥାନା ପ୍ରଭାରୀ ତାଙ୍କୁ ଅଟକାଇଥିବା ଅଭିଯୋଗ କରିଛନ୍ତି ତେଜ ପ୍ରତାପ ଯାଦବ। ମଙ୍ଗଳବାର ବୃନ୍ଦାବନସ୍ଥିତ ଗୋବର୍ଦ୍ଧନ ପର୍ବତ ଠାରେ ପହଞ୍ଚିଥିଲେ ସେ। ଯେଉଁଠି ସେ ନିଜ ଗାଡିରେ ଗୋବର୍ଦ୍ଧନ ପର୍ବତ ପରିକ୍ରମା କରିବାକୁ ଚାହୁଁଥିଲେ। ହେଲେ ମଥୁରା ପୋଲିସ କହିବା ଅନୁସାରେ ପରିକ୍ରମା ମାର୍ଗରେ ଗାଡି ଚଳାଚଳା ନିଷେଧ ରହିଥିବାରୁ କେହି ଗାଡି଼ ନେଇ ଗୋବର୍ଦ୍ଧନ ପର୍ବତ ପରିକ୍ରମା କରିପାରିବେ ନାହିଁ।।

ଅନ୍ୟପଟେ ତେଜ ପ୍ରତାପ ଯାଦବ କହିଥିଲେ ମଥୁରା ପୋଲିସ ମୋତେ ମୋ ଗାଡ଼ି ସହ ଗୋବର୍ଦ୍ଧନ ପର୍ବତ ପରିକ୍ରମା କରିବାକୁ ଅଟକାଇଥିବାବେଳେ ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ପରିବାରକୁ ଅନୁମତି ଦିଆଯାଇଥିଲା। ମୁଁ ମୋର ପିତା ଲାଲୁ ପ୍ରସାଦ ଯାଦବଙ୍କ ସୁସ୍ଥତା କାମନା କରି ପ୍ରାର୍ଥନା କରିବାକୁ ଏଠାକୁ ଆସିଥିଲି। ଜୁଲାଇ ୮ ତାରିଖରୁ ହେଉଥିବା ମୁଡିୟା ପୂର୍ଣ୍ଣିମା ମେଳାକୁ ଦୃଷ୍ଟିରେ ରଖି ପରିକ୍ରମା ମାର୍ଗରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ଏଥିପାଇଁ ଗୋବର୍ଦ୍ଧନ ଯାଉଥିବା ପ୍ରତ୍ୟେକ ରାସ୍ତାରେ ପାର୍କିଂ କରାଯାଇଛି।

ପୂର୍ବରୁ ତେଜ ପ୍ରତାପ ଯାଦବ ଅଭିଯୋଗ କରିଛନ୍ତି ଯେ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କୁ ଏମ୍ସ ଠାରେ ଶ୍ରୀମଦ୍ ଭଗବଦ୍ ଗୀତା ପାଠ କରିବାକୁ ଏବଂ ଶୁଣିବାକୁ ବାରଣ କରାଯାଉଛି। ଏନେଇ ଟ୍ୱିଟ କରି ସେ କହିଛନ୍ତି ଯେ ମୋ ବାପାଙ୍କୁ ହସ୍ପିଟାଲ ପରିସରରେ ଶ୍ରୀମଦ୍ ଭାଗବତ ଗୀତା ପାଠ କରିବା ଏବଂ ଶୁଣିବାକୁ ରୋକା ଯାଇଥିବାବେଳେ ବାପା ଗୀତା ପାଠ କରିବାକୁ ଏବଂ ଶୁଣିବାକୁ ଭଲ ପାଆନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେହି ତାଙ୍କୁ ଗୀତା ପଢିବାକୁ ଅଟକାଇ ନାହାଁନ୍ତି। ଯେଉଁମାନେ ତାଙ୍କୁ ଗୀତା ପଢିବାକୁ କିମ୍ବା ଶୁଣିବାକୁ ଅଟକାଇଛନ୍ତି ସେମାନେ ଏକଥା  ଜାଣନ୍ତି ନାହିଁ ଯେ ସେମାନଙ୍କୁ ଏହି ଜନ୍ମରେ କେତେ ବଡ଼ ପାପର ମୂଲ୍ୟ ଦେବାକୁ ହେବ।

Also Read: ବାସଭବନରେ ହୋଇଥିବା ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ତେଜ ପ୍ରତାପ ଯାଦବ