Telangana Politics: ମୁଖ୍ୟମନ୍ତ୍ରୀ କେସିଆରଙ୍କ ନୂଆ ନାମକରଣ କଲେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ
Advertisement
Article Detail0/zeeodisha/odisha1361472

Telangana Politics: ମୁଖ୍ୟମନ୍ତ୍ରୀ କେସିଆରଙ୍କ ନୂଆ ନାମକରଣ କଲେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ

Telangana BJP Praja Sangrama Yatra: ତେଲେଙ୍ଗାନା ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା, 'ପ୍ରଜା ସଂଗ୍ରାମ ଯାତ୍ରା' ବ୍ୟାପକ ଜନସମର୍ଥନ ହାସଲ କରୁଛି। ଯେଉଁଥିପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଭୟଭୀତ ହୋଇ ଏହି ଯାତ୍ରାକୁ ଅବରୋଧ କରିବାକୁ ଚେଷ୍ଟା କରୁଛନ୍ତି। 

Telangana Politics: ମୁଖ୍ୟମନ୍ତ୍ରୀ କେସିଆରଙ୍କ ନୂଆ ନାମକରଣ କଲେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ

Telangana BJP Unit: ଆସନ୍ତା ବର୍ଷ ଶେଷ  ଆଡକୁ ହେବାକୁ ଯାଉଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ। ମାତ୍ର ଏହି ନିର୍ବାଚନ ଲାଗି ସାମ୍ଭାବ୍ୟ ମେଣ୍ଟ ଗଠନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବନ୍ଦୀ ସଞ୍ଜୟ କୁମାର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ, ଅସାଦୁଦ୍ଦିନ ଓୱେସୀଙ୍କ ନେତୃତ୍ୱାଧୀନ ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମନ୍ ଏଆଇଏମଆଇଏମ ସହ ମେଣ୍ଟ ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ରଜାକର ମିଲିସିଆ ପ୍ରତିଷ୍ଠାତା କାସୀମ ରିଜଭିଙ୍କ ସହ ତୁଳନା କରିଛନ୍ତି ବିଜେପି ନେତା। ଏହା ସହିତ ଟିଆରଏସ କୁ ଏଆଇଏମଆଇଏମ ସହ ହାତ ମିଳାଇବା ଲାଗି ଚ୍ୟାଲେଞ୍ଜ ଦେଇଛି ବିଜେପି। 

ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବନ୍ଦୀ ସଞ୍ଜୟ କୁମାର (Telangana BJP President Bandi Sanjay Kumar) ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ (Telangana CM KCR) କଟାକ୍ଷ କରି କହିଛନ୍ତି, “କାସିମ ଚନ୍ଦ୍ରଶେଖର ରିଜଭି” (Qasim Chandrashekar Razvi) ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି, ଯଦି ଆପଣ ମିମ୍ ପାର୍ଟି (MIM Party) ଆଣିବାକୁ ଚାହୁଁଛନ୍ତି, ତାହେଲେ ଦୟାକରି ଏହାକୁ ଆଣନ୍ତୁ। ସ୍ଥାନ ଏବଂ ସମୟ ଠିକ୍ କରନ୍ତୁ ଏବଂ ଆମେ ଆମର ଶକ୍ତି ଦେଖାଇବାକୁ ପ୍ରସ୍ତୁତ। ଆମେ ଭଗୱା ଏବଂ ଭଗୱା ଶକ୍ତିର ପୁତ୍ର। 

Also Read: 'ନିଜାମଙ୍କ କବଳରୁ ମୁକ୍ତ ହେବ ହାଇଦ୍ରାବାଦ'

 

ତେଲେଙ୍ଗାନା ବିଜେପି (Telangana BJP Unit) ପକ୍ଷରୁ ଚାଲିଥିବା ପ୍ରଜା ସଂଗ୍ରାମ ଯାତ୍ରା (Telangana BJP Praja Sangrama Yatra) କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ନିଜର ଗସ୍ତ ସମୟରେ ଉପ୍ପଲ ନିର୍ବାଚନମଣ୍ଡଳୀର ଜନତାଙ୍କୁ ସମ୍ବୋଧିତ କରିଛନ୍ତି ବନ୍ଦୀ ସଞ୍ଜୟ କୁମାର। ଏହି ଅବସରରେ ସେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ରଜାକର ମିଲିସିଆ ପ୍ରତିଷ୍ଠାତା କାସୀମ ରିଜଭିଙ୍କ (Razakar Militia Founder Qasim Razvi) ସହ ତୁଳନା କରିଛନ୍ତି। 

ବିଜେପି ନେତା କହିଛନ୍ତି ଯେ, 'ଆମେ ସେହି ଲୋକ ଯିଏ ମୁଖ୍ୟମନ୍ତ୍ରୀଙ୍କ ସହ ଲଢିବେ। ଆପଣଙ୍କ ଶକ୍ତି କ’ଣ? ଆମର ଶକ୍ତି କ’ଣ? ବିଜେପି କର୍ମକର୍ତ୍ତାଙ୍କ ଶକ୍ତି କ’ଣ? ଆମେ ହେଉଛି ଭଗୱା ପୁତ୍ର ଏବଂ ଆମେ ଭଗୱା ତାକତ। ଆମେ ଭଗୱା ପୁତ୍ରଙ୍କ ଶକ୍ତି ଦେଖାଇବାକୁ ପ୍ରସ୍ତୁତ। ଆମେ ଛତ୍ରପତି ଶିବାଜୀ ମହାରାଜ, ସର୍ଦ୍ଦାର ବଲ୍ଲବଭାଇ ପଟେଲ ଏବଂ ଭାଗବତ ସିଂହଙ୍କ ବଂଶଧର ଭାବରେ ଆସିବୁ।

ଏହା ପୂର୍ବରୁ ଗତ ସୋମବାର ବନ୍ଦୀ ସଞ୍ଜୟ କୁମାର ଦମ୍ମଇଗୁଡା ଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ତେଲେଙ୍ଗାନାରେ କ୍ଷମତାସୀନ ଟିଆରଏସ ସରକାର ବିରୋଧରେ ବର୍ଷିଥିଲେ। ଏନେଇ ସେ କହିଛନ୍ତି ତେଲେଙ୍ଗାନା ସରକାର ଭେଣ୍ଟିଲେଟର ମଧ୍ୟରେ ଅଛନ୍ତି ଏବଂ ଖୁବ୍ ଶୀଘ୍ର ଏହା ଭୁଶୁଡି ପଡ଼ିବ। ଏହା ସହ ଜନସାଧାରଣଙ୍କୁ ବିଜେପିକୁ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି।

ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ କହିଛନ୍ତି ଯେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା, 'ପ୍ରଜା ସଂଗ୍ରାମ ଯାତ୍ରା' ବ୍ୟାପକ ଜନସମର୍ଥନ ହାସଲ କରୁଛି। ଯେଉଁଥିପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଭୟଭୀତ ହୋଇ ଏହି ଯାତ୍ରାକୁ ଅବରୋଧ କରିବାକୁ ଚେଷ୍ଟା କରୁଛନ୍ତି। ଆସନ୍ତା ୨୨ ତାରିଖରେ ଇବ୍ରାହିମପଟନମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।