ଲୋକସଭାରେ କେହିନଥିଲେ ମୁସଲିମ ସାଂସଦ; ଆମେ କୈରାନାରୁ ଜିତାଇ ପଠାଇଥିଲୁ: ଅଖିଲେଶ ଯାଦବ
Advertisement
Article Detail0/zeeodisha/odisha1091382

ଲୋକସଭାରେ କେହିନଥିଲେ ମୁସଲିମ ସାଂସଦ; ଆମେ କୈରାନାରୁ ଜିତାଇ ପଠାଇଥିଲୁ: ଅଖିଲେଶ ଯାଦବ

ଏପରି ଏକ ସମୟ ଥିଲା ଯେତେବେଳେ ଲୋକସଭାରେ କୌଣସି ମୁସଲମାନ ସାଂସଦ ନଥିଲେ ସେତେବେଳେ ଆମେ ଜଣେ ମୁସଲମାନଙ୍କୁ ସାଂସଦ ଭାବେ ନିର୍ବାଚିତ କରି ସଂସଦ ପଠାଇଥିଲୁ।  

ଲୋକସଭାରେ କେହିନଥିଲେ ମୁସଲିମ ସାଂସଦ; ଆମେ କୈରାନାରୁ ଜିତାଇ ପଠାଇଥିଲୁ: ଅଖିଲେଶ ଯାଦବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ଏହିକ୍ରମରେ ଦଳୀୟ ପ୍ରଚାର ଅଭିଯାନରେ ମେଣ୍ଟ ସହଯୋଗୀ ଆରଏଲଡି଼ ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ସହ ସାମିଲ ହୋଇଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ।  

ଦଳୀୟ ପ୍ରଚାର କରିବା ଅବସରରେ ସୋମବାର ସହାରନପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସମାଜବାଦୀ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଲେଶ ଯାଦବ (Akhilesh Yadav)। ଏହି ଅବସରରେ ସେ କହିଛନ୍ତି ଏପରି ଏକ ସମୟ ଥିଲା ଯେତେବେଳେ ଲୋକସଭାରେ କୌଣସି ମୁସଲମାନ ସାଂସଦ (Muslim MP in Lok Sabha) ନଥିଲେ ସେତେବେଳେ ରାଜ୍ୟର କୈରାନା ଲୋକସଭା ଆସନରୁ (Kairana Lok Sabha Constituency)  ଏସପି-ଆରଏଲଡି ମେଣ୍ଟ (SP-RLD Alliance) ଜଣେ ମୁସଲମାନଙ୍କୁ (Muslim) ସାଂସଦ ଭାବେ ନିର୍ବାଚିତ କରି ସଂସଦ ପଠାଇଥିଲୁ।  

ସୋମବାର ଆଗ୍ରା ଠାରେ ଏକ ଜନସଭା କରିବା ଅବସରରେ ଏସପି ସୁପ୍ରିମୋ କହିଛନ୍ତି ରାଜ୍ୟର ମଦ କାରଖାନା ଏବଂ ଆଳୁ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରତିଶୃତି ଦେଇଛନ୍ତି। ଏନେଇ ଅଖିଳେଶ ଯାଦବ କହିଛନ୍ତି ଯେ ଆଳୁରୁ ଭୋଡ଼କା (Vodka) ପ୍ରସ୍ତୁତ କରାଯିବ। 

Also Read: ସାମ୍ବାଦିକ ସମ୍ମିଳନୀରେ କାହିଁକି ଲାଲ କପଡା ବଣ୍ଡଲ ଦେଖାଇଲେ ସମାଜବାଦୀ ପାର୍ଟି ସୁପ୍ରିମୋ?

ବର୍ତ୍ତମାନ ଆମେ ଅନ୍ୟଜଣେ ପ୍ରଫେସରଙ୍କୁ ଧରିଛୁ। ସେ କୃଷି ବିଭାଗ ପ୍ରଫେସର। ଯଦି କୃଷି ପ୍ରଫେସରଙ୍କୁ ବିଧାୟକ କରାଯାଏ ତାହେଲେ ଆଳୁ ପ୍ରକ୍ରିୟାକରଣ ଶିଳ୍ପ (Potato Processing Unit) କିମ୍ବା ଭୋଡ଼କା ପ୍ଲାଣ୍ଟ (Vodka Plant) ସ୍ଥାପନ କରିବାକୁ ହେବ। ଏହାକୁ ଆମେ କାମରେ କରି  ଦେଖାଇବୁଯ। ଆଳୁରୁ ଭୋଡ଼କା ତିଆରି ହୋଇପାରିବ ନା ନାହିଁ ତାହା ଆପଣ ମୋତେ କୁହନ୍ତୁ। ଆମେ ଆପଣଙ୍କୁ ପଚାରୁଛି। କାରଣ ଆମେ ଆମର ଅଧ୍ୟୟନ ଭୁଲି ଯାଇଛୁ।