ସାମ୍ବାଦିକ ସମ୍ମିଳନୀରେ କାହିଁକି ଲାଲ କପଡା ବଣ୍ଡଲ ଦେଖାଇଲେ ସମାଜବାଦୀ ପାର୍ଟି ସୁପ୍ରିମୋ?
Advertisement

ସାମ୍ବାଦିକ ସମ୍ମିଳନୀରେ କାହିଁକି ଲାଲ କପଡା ବଣ୍ଡଲ ଦେଖାଇଲେ ସମାଜବାଦୀ ପାର୍ଟି ସୁପ୍ରିମୋ?

ସାମ୍ବାଦିକ ସମ୍ମିଳନୀ କରିବା ଏକ ଲାଲ କପଡ଼ା ବଣ୍ଡଲ ବାହାର କରି ସମସ୍ତଙ୍କୁ ଦେଖାଇଥିଲେ ସମାଜବାଦୀ ପାର୍ଟି ସୁପ୍ରିମୋ। 

ସାମ୍ବାଦିକ ସମ୍ମିଳନୀରେ କାହିଁକି ଲାଲ କପଡା ବଣ୍ଡଲ ଦେଖାଇଲେ ସମାଜବାଦୀ ପାର୍ଟି ସୁପ୍ରିମୋ?

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରଚାର କରିବା ଲାଗି ଶୁକ୍ରବାର ରାଜ୍ୟର ମୁଜାଫରନଗର ଜିଲ୍ଲାରେ ପହଞ୍ଚିଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ। ଏଠାରେ ସେ ମେଣ୍ଟ ସହଯୋଗୀ ଆରଏଲଡି ସଭାପତି ଜୟନ୍ତ ଚୌଧୁରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ଅବସରରେ ସେ କୃଷି ପ୍ରସଙ୍ଗରେ ବିଜେପି ଉପରେ ଆକ୍ରମଣ କରିବା ସହ ତାଙ୍କ ଦଳ ରାଜ୍ୟରେ ପୁନର୍ବାର ତାଙ୍କ ସରକାର ଗଠନ କରିବାକୁ ଦାବି କରିଥିଲେ।

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ କହିଛନ୍ତି ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେଉଛି ଚୌଧୁରୀ ଚରଣ ସିଂହଙ୍କ ରାଜନୈତିକ ସାମ୍ରାଜ୍ୟକୁ ଆଗକୁ ବଢାଇବା ପାଇଁ ଏକ ସୁଯୋଗ। ଯିଏ କୃଷକଙ୍କୁ ସମୃଦ୍ଧିଶାଳୀ କରିବାକୁ ଚାହୁଁଥିଲେ। ବିଜେପି ମିଛ କଥା କହି କୃଷକଙ୍କୁ ଠକିଛି। ସେମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଠାରୁ ଆରମ୍ଭ କରି ଫସଲ କ୍ରୟ କରିବା ଲାଗି ମିଥ୍ୟା ପ୍ରତିଶୃତି ଦେଇ ବିଜେପି ଚାଷୀଙ୍କୁ ଠକିଛି। କୃଷକଙ୍କ ମତାମତ ନ ନେଇ ତିନୋଟି ବିବାଦୀୟ କୃଷି  ଆଇନ ଆଣିଥିଲା କେନ୍ଦ୍ରର ବିଜେପି ସରକାର।

Also Read: କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର; ବିରୋଧିଙ୍କ ଉଦ୍ୟମ ପଣ୍ଡ କରିଦେଲେ ମୋଦି ସରକାର

ବିବାଦୀୟ କୃଷି ଆଇନ ରଦ୍ଦ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ପ୍ରାୟ ବର୍ଷେ କାଳ ଧରି ଆନ୍ଦୋଳନ ଚଳାଇଥିବା କୃଷକ। ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର। କୃଷକଙ୍କ ଏକତା କାରଣରୁ କେନ୍ଦ୍ର ସରକାର ସେହି ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିଛନ୍ତି। ଏହି ତିନୋଟି କୃଷି ଆଇନ କାହିଁକି ଅଣାଯାଇଥିଲା ଏବଂ ପରେ ଏହାକୁ କାହିଁକି ପ୍ରତ୍ୟାହାର କରାଗଲା ତାହାର ଜବାବ ବିଜେପି ଦେଇପାରିବ ନାହିଁ। 

Also Read: କୃଷି ଆଇନ ପ୍ରତ୍ୟାହାର: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସହ କ'ଣ ରହିଛି ଏହାର ସମ୍ପର୍କ?

ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ଅଖିଳେଶ ଯାଦବ ଏକ ଲାଲ ବଣ୍ଡଲ ବାହାର କରି ସମସ୍ତଙ୍କୁ ଦେଖାଇଥିଲେ। ଏହା ପରେ ସେ କହିଥିଲେ ଯେ ମୁଁ ବର୍ତ୍ତମାନ ସମୟରେ ଏକ ଲାଲ କପଡା ବଣ୍ଡଲ ସାଥିରେ ନେଇ ଯାତ୍ରା କରୁଛି।    ଯେଉଁଥିରେ ଅନ୍ନ ରହିଛି। ଏନେଇ ସେ କହିଛନ୍ତି ଯେ ଆମେ ଅନ୍ନାଦାଙ୍କ ସପକ୍ଷରେ ଦୃଢ ଭାବେ ଠିଆ ହୋଇଛୁ। ଆମେ ହେଉଛୁ କୃଷକଙ୍କ ପୁଅ ଏବଂ ସେମାନଙ୍କ ଅଧିକାର ପାଇଁ ସଂଗ୍ରାମ କରିଛୁ ଏବଂ ସେମାନଙ୍କ ପାଇଁ ଆଗକୁ ମଧ୍ୟ ଲଢିବୁ।

Also Read: ନିର୍ବାଚନ ପରେ ପୁଣି ଆସିବ କୃଷି ଆଇନ; ଆନ୍ଦୋଳନ ଜାରି ରଖିବାକୁ ଜଣାଇଲେ କୃଷକ ସଙ୍ଗଠନ

ନିର୍ବାଚନ ସମୟରେ ନିଜ ପାଖରେ ଲାଲ କପଡା ବଣ୍ଡଲ କାହିଁକି ରଖୁଛନ୍ତି ତାହାର ଜବାବ ରଖି ଅଖିଲେଶ ଯାଦବ କହିଛନ୍ତି ମୁଁ ସାଥିରେ ଲାଲ ଟୋପି ସହ ଲାଲ କପଡ଼ା ବଣ୍ଡଲ ନେଇ ଯାତ୍ରା କରୁଛି। ଏହା ଅନ୍ନାତାଙ୍କ ସପକ୍ଷରେ ରହିଛି ଏବଂ ବିଜେପି ଭଳି ଦଳକୁ ପରାସ୍ତ କରିବାର ସଙ୍କଳ୍ପ ଆମକୁ ମନେ ପକାଇ ଦେଇଛି।