Union Minister Anurag Thakur: 'ରାଜସ୍ଥାନ ରାଜନୀତିରେ ଚାଲିଛି ମଜାଳିଆ ଖେଳ'
Advertisement
Article Detail0/zeeodisha/odisha1370280

Union Minister Anurag Thakur: 'ରାଜସ୍ଥାନ ରାଜନୀତିରେ ଚାଲିଛି ମଜାଳିଆ ଖେଳ'

Union Minister  targets Congress:  ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ବର୍ତ୍ତମାନ କାର୍ଯ୍ୟକାଳ କେବଳ କଂଗ୍ରେସ ସରକାରକୁ ବଞ୍ଚାଇବାରେ ଖର୍ଚ୍ଚ ହୋଇଛି।  

Union Minister Anurag Thakur: 'ରାଜସ୍ଥାନ ରାଜନୀତିରେ ଚାଲିଛି ମଜାଳିଆ ଖେଳ'

Rajasthan Political Crisis: ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ନେଇ କଂଗ୍ରେସକୁ କଟାକ୍ଷ କରିଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଏନେଇ କଟାକ୍ଷ କରି ସେ କହିଛନ୍ତି ଯେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ ଦ୍ୱାରା ଶାସିତ ରାଜ୍ୟରେ ଏବେ ଏକ ମଜାଦାର ଖେଳ ଚାଲିଛି। ଦୁଇ ଦିନିଆ ନିଜ ଜିଲ୍ଲା ହମିରପୁର ଗସ୍ତରେ ଆସିବା ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ। 

ନିଜ ଗୃହ ଜିଲ୍ଲା (Hamirpur District) ତଥା ନିଜର ସଂସଦୀୟ କ୍ଷେତ୍ର ହମିରପୁର (Hamirpur Lok Sabha Constituency) ଗସ୍ତରେ ଆସି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଅନୁରାମ ଠାକୁର (Union Minister Anurag Thakur) କହିଛନ୍ତି ଯେ, ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan CM Ashok Gehlot) କଂଗ୍ରେସ ସଭାପତି ପଦ (Congress President Election) ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ଏବଂ ଅନ୍ୟପଟେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳରେ ସଂଘର୍ଷ ଜାରି ରହିଥିବାରୁ ସେ ତାଙ୍କ ସରକାରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ସେ କହିଛନ୍ତି ଯେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ କେବଳ ତାଙ୍କ ସରକାରକୁ ବଞ୍ଚାଇବାରେ ଖର୍ଚ୍ଚ ହୋଇଛି।  'ଯଦି ଲୋକ ସମର୍ଥନ କରନ୍ତି, ମିଳେ ବିଜେପି ପୁଣିଥରେ ରାଜସ୍ଥାନକୁ ବିକାଶ ପଥରେ ଆଣିବ।'

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ (Congress Leader Rahul Gandhi) ଟାର୍ଗେଟ କରି କହିଛନ୍ତି ଯେ ତାଙ୍କର 'ଭାରତ ଯୋଡା ଯାତ୍ରା' (Bharat Jodo Yatra) ଦେଶକୁ ଏକଜୁଟ କରିବା ପରିବର୍ତ୍ତେ ଦେଶକୁ ବିଭାଜନ କରିବା ବାବଦରେ ଅଧିକ ରହିଛି। 

ଶନିବାର ଦିନ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ମଣ୍ଡି ଠାରେ କଂଗ୍ରେସ ନେତାଙ୍କ ବିବୃତ୍ତି ବାବଦରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ହିମାଚଳ ପ୍ରଦେଶ ଗସ୍ତ କରନ୍ତି ଏବଂ ସେ  ଏହି ରାଜ୍ୟକୁ ତାଙ୍କର ଦ୍ୱିତୀୟ ଘର ବୋଲି ବିବେଚନା କରିଥାନ୍ତି।

Also Read:  Rajasthan Politics: ରଙ୍ଗ ବଦଳାଇଲେ କଂଗ୍ରେସ ବିଧାୟକ!

 

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, 'ଯଦି ପାଗ ସ୍ପଷ୍ଟ ହୋଇଥାନ୍ତା ତାହେଲେ ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବେ ଆସିଥାନ୍ତେ। ସେ ଯୁବକଙ୍କୁ ସମ୍ବୋଧିତ କରିଥିଲେ। ଯାହା ଦ୍ୱାରା ସମସ୍ତେ ଠିକ୍ ସମୟରେ ଘରେ ପହଞ୍ଚି ପାରିବେ।  ନିଜର ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ତାଙ୍କ ସଂସଦୀୟକ୍ଷେତ୍ରରେ ୧୯.୩୧ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।