ମହିଳାଙ୍କ ପାଇଁ ଅଲଗା ନିର୍ବାଚନୀ ଇସ୍ତାହାର ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କ'ଣ ସବୁ ପ୍ରତିଶ୍ରୁତି ଦେଲେ ପ୍ରିୟଙ୍କା
Advertisement

ମହିଳାଙ୍କ ପାଇଁ ଅଲଗା ନିର୍ବାଚନୀ ଇସ୍ତାହାର ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କ'ଣ ସବୁ ପ୍ରତିଶ୍ରୁତି ଦେଲେ ପ୍ରିୟଙ୍କା

UP Assembly Election 2022: ଆଗାମୀ ୟୁପି ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିଛନ୍ତି । ଏହି କ୍ରମରେ କଂଗ୍ରେସ (Congress) ମଧ୍ୟ ଦଳ ଓ ସଙ୍ଗଠନକୁ ମଜଭୁତ କରିବାରେ ଲାଗିଛି । ଏହା ଅନ୍ତର୍ଗତ ଉତ୍ତର ପ୍ରଦେଶର କଂଗ୍ରେସ ପ୍ରଭାରୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Va

ମହିଳାଙ୍କ ପାଇଁ ଅଲଗା ନିର୍ବାଚନୀ ଇସ୍ତାହାର ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କ'ଣ ସବୁ ପ୍ରତିଶ୍ରୁତି ଦେଲେ ପ୍ରିୟଙ୍କା

ଲକ୍ଷ୍ନୌ: UP Assembly Election 2022: ଆଗାମୀ ୟୁପି ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିଛନ୍ତି । ଏହି କ୍ରମରେ କଂଗ୍ରେସ (Congress) ମଧ୍ୟ ଦଳ ଓ ସଙ୍ଗଠନକୁ ମଜଭୁତ କରିବାରେ ଲାଗିଛି । ଏହା ଅନ୍ତର୍ଗତ ଉତ୍ତର ପ୍ରଦେଶର କଂଗ୍ରେସ ପ୍ରଭାରୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ମଧ୍ୟ ୟୁପିର ରାଜନୀତିରେ ସକ୍ରିୟ ହୋଇଛନ୍ତି । ଲଗାତର ୟୁପି ଗସ୍ତ କରିବା ସହ ବିଭିନ୍ନ ଜନସଭାକୁ ସମ୍ୱୋଧନ କରୁଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ (Uttar Pradesh Assembly Election) ରେ ​​କଂଗ୍ରେସର ନଜର ମହିଳା ଭୋଟ୍ ବ୍ୟାଙ୍କ ଉପରେ ରହିଛି । ମହିଳା ଭୋଟ ପାଇଁ କଂଗ୍ରେସ ଅନେକ ବଡ଼ ବଡ଼ ଘୋଷଣା କରୁଛି । ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ବିଧାନସଭା ନିର୍ବାଚନରେ ​​ମହିଳାମାନଙ୍କ ପାଇଁ ୪୦ ପ୍ରତିଶତ ଟିକେଟ୍  ଏବଂ ଛାତ୍ରୀମାନଙ୍କୁ ସ୍କୁଟି ଏବଂ ସ୍ମାର୍ଟଫୋନ୍ ଦେବାର ପ୍ରତିଶ୍ରୁତି ଦେଇସାରିଛି । ସେପଟେ ପ୍ରିୟଙ୍କା ମହିଳାମାନଙ୍କ ପାଇଁ ଏକ ପୃଥକ ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ସୋମବାର ସକାଳେ ନିର୍ବାଚନ ଇସ୍ତାହାର ଘୋଷଣା କରି ପ୍ରିୟଙ୍କା ୟୁପି ମହିଳାମାନଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ସକାଳେ ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ଟ୍ୱିଟ୍ କରି କହିଛନ୍ତି ଯେ, ୟୁପିର ମୋର ପ୍ରିୟ ଭଉଣୀମାନେ ଆପଣଙ୍କ ପ୍ରତ୍ୟେକ ଦିନ ସଂଘର୍ଷରେ ପରିପୂର୍ଣ୍ଣ । ଏହାକୁ ବୁଝି କଂଗ୍ରେସ ଆପଣଙ୍କ ପାଇଁ ଏକ ଅଲଗା ମହିଳା ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛି ।

ନିର୍ବାଚନୀ ଇସ୍ତାହାରରେ କ’ଣ ଘୋଷଣା କରାଯାଇଛି?

ପ୍ରିୟଙ୍କା ଗାନ୍ଧୀ (Priyanka Gandhi) କହିଛନ୍ତି ଯେ ଯଦି ୟୁପିରେ କଂଗ୍ରେସ ସରକାର (Congress Government) ଗଠନ ହୁଏ ତେବେ ପ୍ରତିବର୍ଷ ତିନୋଟି ଏଲପିଜି ସିଲିଣ୍ଡର (LPG Gas Cylinder) ମାଗଣାରେ ଦିଆଯିବ । ଏହା ବ୍ୟତୀତ ରାଜ୍ୟର ସରକାରୀ ବସରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା, ଆଶା ଓ ଅଙ୍ଗନୱାଡି କର୍ମଚାରୀଙ୍କୁ ପ୍ରତ୍ୟେକ ମାସରେ ୧୦ ହଜାର ଟଙ୍କାର ମାନଦେୟ ମିଳିବ ।

ଅଧିକ ପଢ଼ନ୍ତୁ:-ଏହା ବି ପଢ଼ନ୍ତୁ:-ହାତ ଛାଡ଼ିଥିବା ନେତାଙ୍କୁ ନିର୍ବାଚନୀ ସିଜନରେ ଘରକୁ ଫେରାଇ ନେବାକୁ ଚାହୁଁନି କଂଗ୍ରେସ, ଏହା ହେଉଛି କାରଣ

ଅଧିକ ପଢ଼ନ୍ତୁ:-ଦଶନ୍ଧି ଧରି ଦେଶରେ ପ୍ରଭାବଶାଳୀ ରହିବ BJP, ପ୍ରଶାନ୍ତ କିଶୋରଙ୍କ ଏହି ବୟାନକୁ ନେଇ କ'ଣ କହିଲେ ମମତା ବାନାର୍ଜୀ

 

ଇସ୍ତାହାର ଅନୁଯାୟୀ, ନୂତନ ସରକାରୀ ପଦବୀରେ ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ୪୦ ପ୍ରତିଶତ ପଦବୀରେ ମହିଳାଙ୍କ ନିଯୁକ୍ତି, ବୃଦ୍ଧାବୃଦ୍ଧଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ୍‌ ଏବଂ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ଟିକେଟ୍ ମହିଳାଙ୍କୁ ଦେବାର ଘୋଷଣା କରାଯାଇଛି । ଏହା ସହିତ କଂଗ୍ରେସ ଛାତ୍ରୀମାନଙ୍କୁ ସ୍ମାର୍ଟଫୋନ୍ ଏବଂ ସ୍କୁଟି ମଧ୍ୟ ଦେବାକୁ ପ୍ରତିଶୃତି ଦେଇଛି ।

ଏହା ବି ପଢ଼ନ୍ତୁ:-ନଭେମ୍ୱର ୧ରୁ ବଦଳି ଯାଇଛି LPG ଗ୍ୟାସ ସିଲିଣ୍ଡର ବୁକିଂ ପ୍ରକ୍ରିୟା, ଜାଣି ନିଅନ୍ତୁ ନଚେତ୍...

ଅଧିକ ପଢ଼ନ୍ତୁ:-ଆସିଯାଇଛି ନଭେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ୨୫୧ ମୃତ