Block Chairman Elelction: ଶନିବାର ପକାଶ ପାଇବ ଫଳାଫଳ
Advertisement
Article Detail0/zeeodisha/odisha939337

Block Chairman Elelction: ଶନିବାର ପକାଶ ପାଇବ ଫଳାଫଳ

ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଲାଗି ଚଳିତ ମାସ  ୮ ତାରିଖ ଗୁରୁବାର ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।

Block Chairman Elelction: ଶନିବାର ପକାଶ ପାଇବ ଫଳାଫଳ

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବ ଉତ୍ତର ପ୍ରଦେଶ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଲାଗି ଜୁଲାଇ ୧୦ ତାରିଖ ଶନିବାର ଅନୁଷ୍ଠିତ ହୋଇଯାଇଛି ଭୋଟଗ୍ରହଣ। ଏହି ମତଦାନ ପ୍ରକ୍ରିୟା ଦିନ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟର ମୋଟ ୮୨୫ ବ୍ଲକରୁ ୩୪୯ ବ୍ଲକ ଅଧ୍ୟକ୍ଷ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୪୭୬ଟି ବ୍ଲକ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।    

ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଲାଗି ଚଳିତ ମାସ  ୮ ତାରିଖ ଗୁରୁବାର ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଏନେଇ ଉତ୍ତର ପ୍ରଦେଶ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଗତ ଗୁରୁବାର ଠାରୁ ନିଜର ନାମାଙ୍କନ ପତ୍ର ଭରିବା ଆରମ୍ଭ କରିଥିଲେ। ଶୁକ୍ରବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଥିଲା। ଶନିବାର ଏହି ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି।    

Also Read: Block Chairman ନିର୍ବାଚନକୁ ନେଇ ଲଙ୍କାକାଣ୍ଡ; ଗୁଳିମାଡରେ ଥରିଉଠିଲା UP

ଏହି ନିର୍ବାଚନରେ ପ୍ରତିଦ୍ୱଦ୍ୱିତା କରିବା ଲାଗି ୧୭୧୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହା ମଧ୍ୟରୁ ୬୮ ପ୍ରାର୍ଥୀପତ୍ର ଖାରଜ ହୋଇଯାଇଥିବା ବେଳେ ୧୮୭ ଜଣ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ। ଏହା ପରେ ନିର୍ବାଚନ ମୈଦାନରେ ୧୭୧୦ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ। ଗତ ଶୁକ୍ରବାର ୩୪୯ ବ୍ଲକ ଅଧ୍ୟକ୍ଷ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଉତ୍ତର ପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି।  

ପ୍ରାୟ ୩୩୪ ଜଣ ଦଳ ସମର୍ଥିତ ପ୍ରାର୍ଥୀ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବାଜିମାତ କରିଥିବା ବିଜେପି ପକ୍ଷରୁ କୁହାଯାଇଛି। ଏହି ନିର୍ବାଚନରେ ଶାସକ ବିଜେପି ବ୍ୟାପକ ଜାଲିଆତି କରିଥିବା ନେଇ ବିରୋଧି ସମାଜବାଦ ପାର୍ଟି, ବହୁଜନ ସମାଜ ପାର୍ଟି, କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବିରୋଧିଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ ଜବାବ ରଖି ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ରାଜ୍ୟରେ ଜାତିବାଦ, ଦୁର୍ନୀତି, ଭ୍ରଷ୍ଟାଚାର ଭଳି ଘଟଣା ଶେଷ ହୋଇଯାଇଛି। ରାଜ୍ୟ ପ୍ରଗତି ପଥରେ ଆଗେଇ ଚାଲିବା ସହ ସୁଶାସନ ପ୍ରତିଷ୍ଠା କରାଯାଇଛି। ଯାହାର ଫଳ ସ୍ୱରୂପ ଦଳ ଏହି ନିର୍ବାଚନରେ  ବାଜିମାତ କରିଛି।