ନଗଦ ଟଙ୍କା, ସୁନା ଚେନ୍ ଲୁଟିବା ଏବଂ ଦଙ୍ଗା ଉସକାଇବା ଅଭିଯୋଗରେ ବିଜେପି ନେତା ଦୀପରାଜ ଖରୱାର ସଂଘମିତ୍ରା ମୌର୍ଯ୍ୟ, ତାଙ୍କ ଭାଇ ଅଶୋକ ମୌର୍ଯ୍ୟଙ୍କ ସମେତ ମୋଟ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
Trending Photos
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର କୁଶୀନଗର ଜିଲ୍ଲାର ଫାଜିଲ ନଗର ଆସନର ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ତାଙ୍କ ଝିଅ ତଥା ବଦାୟୁଁ ଲୋକସଭା ଆସନର ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ଗତ ମଙ୍ଗଳାବାର ସନ୍ଧ୍ୟାରେ ଏକ ରୋଡ୍ ସୋ କରିବା ସମୟରେ ମୌର୍ଯ୍ୟଙ୍କ କନଭୟ ଉପରେ ହୋଇଥିଲା ଆକ୍ରମଣ।
ନଗଦ ଟଙ୍କା, ସୁନା ଚେନ୍ ଲୁଟିବା ଏବଂ ଦଙ୍ଗା ଉସକାଇବା ଅଭିଯୋଗରେ ବିଜେପି ନେତା ଦୀପରାଜ ଖରୱାର ସଂଘମିତ୍ରା ମୌର୍ଯ୍ୟ, ତାଙ୍କ ଭାଇ ଅଶୋକ ମୌର୍ଯ୍ୟଙ୍କ ସମେତ ମୋଟ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏସସି/ଏସଟି ଅଧିନିୟମ ଅନୁଯାୟୀ ଏହି ମାମଲା ପଞ୍ଜୀକୃତ ହୋଇଛି।
ଗତ ମଙ୍ଗଳବାର ସନ୍ଧ୍ୟାରେ ଫାଜିଲନଗର ବିଧାନସଭା ଆସନରେ ଏକ ରୋଡ୍ ସୋ କରିବା ସମୟରେ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ କନଭୟ ଉପରେ ହୋଇଥିଲା ଆକ୍ରମଣ। ଖାଲୱା ପଟ୍ଟୀ ଗ୍ରାମରେ ମୌର୍ଯ୍ୟଙ୍କ କନଭୟ ଉପରେ ହୋଇଥିଲା ପଥର ମାଡ଼। ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ବିଜେପି ସମର୍ଥକ ତାଙ୍କ ଉପରେ ଆକ୍ରମଣ କରିଥିବା ନେଇ ମୌର୍ଯ୍ୟ ଅଭିଯୋଗ କରିଥିବାବେଳେ ବିଜେପି ନେତା କହିଛନ୍ତି ମୌର୍ଯ୍ୟଙ୍କ ସମର୍ଥକ ପ୍ରଥମେ ଆକ୍ରମଣ କରିଥିଲେ। ଏହି ଆସନରୁ ସୁରେନ୍ଦ୍ର ସିଂହ କୁଶୱାହା ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଲଢୁଛନ୍ତି।
Also Read: UP Election 2022: ଦଳିତ ବ୍ୟକ୍ତି ଏବଂ ଯୁବତୀଙ୍କୁ ରାସ୍ତାରେ ନିର୍ଘାତ ମାଡ଼
ଏହି ଆକ୍ରମଣ ପରେ ସଂଘମିତ୍ରା ମୌର୍ଯ୍ୟ ତାଙ୍କ ପିତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମର୍ଥନରେ ଆସି କହିଥିଲେ ଯେ ଶାନ୍ତି ଦଙ୍ଗା ମୁକ୍ତ ରାଜ୍ୟ ବାବଦରେ ବିଜେପି କଥାବାର୍ତ୍ତା କରୁଛି ହେଲେ ଏହି ଦଳର ପ୍ରାର୍ଥୀ ମୋ ବାପାଙ୍କ ଉପରେ ଆକ୍ରମଣ କରିଛନ୍ତି। ଯିଏ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି। ମୁଁ ଫାଜିଲ ନଗର ମତଦାତା ଙ୍କୁ ନିବେଦନ କରୁଛି ଯେ ସେମାନେ ତାଙ୍କ ପିତାଙ୍କୁ ଭୋଟ୍ ଦେଇ ସେମାନଙ୍କ ସମର୍ଥନ ଜଣାନ୍ତୁ। ମାର୍ଚ୍ଚ ୩ ତାରିଖରେ ଲୋକେ ବିଜେପି ଉଦ୍ଦେଶ୍ୟରେ ଏକ ଶିକ୍ଷା ଦେବେ।
ପ୍ରଥମ ଥର ପାଇଁ ସଂଘମିତ୍ରା ମୌର୍ଯ୍ୟ ତାଙ୍କ ପିତାଙ୍କ ସମର୍ଥନରେ ଆସିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ବାପା ଏହା ଦାବି କରୁନାହାଁନ୍ତି ଯେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଏହା ରାସ୍ତାରେ ଦୃଶ୍ୟମାନ ହେଉଛି। କାର କିପରି ଭାଙ୍ଗିଲା? ଲୋକଙ୍କ ମୁଣ୍ଡରୁ କିପରି ରକ୍ତ ବୋହିଲା? ଲୋକଙ୍କ ଗୋଡ଼ କିପରି ଭାଙ୍ଗିଲା? ମୋ ବାପା କିପରି ଆଘାତ ପାଇଲେ?
Also Read: ପ୍ରଚାର ବେଳେ BJP ସାଂସଦଙ୍କ ସହ ଧସ୍ତାଧସ୍ତି; ଗାଡି଼ରେ ବସାଇ ନେଇଗଲା ପୋଲିସ
କନଭୟ ଉପରେ ହୋଇଥିବା ଆକ୍ରମଣ ଉପରେ ଜବାବ ରଖି ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତ ଏକ ସୁଚିନ୍ତିତ ଷଡଯନ୍ତ୍ର କରି ବିଜେପି ସମର୍ଥକ ଏହି ଆକ୍ରମଣ କରିଛନ୍ତି। ମୋର ଡ୍ରାଇଭର ଏ ଘଟଣାରେ ଆଘାତ ପାଇ ତଳେ ପଡ଼ିଗଲେ। ଆକ୍ରମଣରେ ଶହ ଶହ ଗାଡି଼ ଭାଙ୍ଗିରୁଜି ଯାଇଛି। ଏହା ସହିତ ଶହ ଶହ ଦଳୀୟ କର୍ମକର୍ତ୍ତା ମଧ୍ୟ ଆହତ ହୋଇଛନ୍ତି।