UP Election 2022: ଦଳିତ ବ୍ୟକ୍ତି ଏବଂ ଯୁବତୀଙ୍କୁ ରାସ୍ତାରେ ନିର୍ଘାତ ମାଡ଼
Advertisement
Article Detail0/zeeodisha/odisha1107683

UP Election 2022: ଦଳିତ ବ୍ୟକ୍ତି ଏବଂ ଯୁବତୀଙ୍କୁ ରାସ୍ତାରେ ନିର୍ଘାତ ମାଡ଼

ନିର୍ବାଚନ ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ରହିଛି ତାହା ସଦ୍ୟ ଘଟିଥିବା ଘଚଣାରୁ ଜଣାପଡୁଛି। 

UP Election 2022: ଦଳିତ ବ୍ୟକ୍ତି ଏବଂ ଯୁବତୀଙ୍କୁ ରାସ୍ତାରେ ନିର୍ଘାତ ମାଡ଼

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ମତଦାନ ଜାରି ରହିଥିବା ବେଳେ ସଦ୍ୟ ରାଜ୍ୟ ୨ ଜିଲ୍ଲାରେ ଘଟିଯାଇଥିବା ଘଟଣା ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ନିର୍ବାଚନ ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ରହିଛି ତାହା ସଦ୍ୟ ଘଟିଥିବା ଘଚଣାରୁ ଜଣାପଡୁଛି। 

ସଦ୍ୟ ସୋସିଆଲ ମଡ଼ିଆ ଜରିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଯୁବକ ତାଙ୍କର ପଡୋଶୀ ଯୁବତୀଙ୍କୁ ରାସ୍ତାରେ ଘୋଷାଡ଼ି ଘୋଷାଡି଼ ମାଡ ମାରୁଛନ୍ତି। ରାଜ୍ୟର ସହାରନପୁର ଜିଲ୍ଲାର ସଦର ପୋଲିସ ଥାନା ଅଧିନସ୍ଥ  ଗୌରୀ ଶଙ୍କର ସ୍କୁଲ ଠାରେ ଘଟିଯାଇଛି ଏଭଳି ଘଟଣା। 

ଯୁବତୀଙ୍କୁ ମାଡ଼ ମାରିଥିବା ଯୁବକ ଜଣକ ଜଣେ ଓକିଲ ବୋଲି କୁହାଯାଉଛି। ଏହି ଘଟଣାର ଭିଡିଓ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ଆକ୍ରୋଶର ଶୀକାର ହୋଇଥିବା ଯୁବତୀଙ୍କ ପରିଚୟ ମିଳିଛିଷ। ସେ ହେଉଛନ୍ତି ଶବନମ କ୍ୟୁରଶୀ। ଗତ ୨୦୧୯ ଲୋକସଭା ନିର୍ବାଚନରେ ଶବନମ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ।

ଏ ଘଟଣାରେ ହୋଇଥିବା ତଦନ୍ତରୁ ଜଣାପଡି଼ଛି ମାଡ ମାରୁଥିବା ଯୁବକଙ୍କ ସହ ଆକ୍ରୋଶର ଶୀକାର ହୋଇଥିବା ଯୁବତୀଙ୍କ ପୁରୁଣା ବିବାଦ ରହିଥିଲା। ଏନେଇ ଉଭୟ ପକ୍ଷରୁ ସଦର ପୋଲିସ ଥାନାରେ ଅଭିଯୋଗ କରାଯାଇଛି। ଗତ ଫେବୃଆରୀ ୧୦ ତାରିଖରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଝଗଡା ହୋଇଥିଲା। ସେହି ସମୟରେ ଯୁବତୀଙ୍କୁ ମାଡ ମରା ଯାଉଥିବାର ଭିଡିଓ କେହି ଜଣେ ରେକର୍ଡିଂ କରିନେଇଥିଲେ।

Also Read: Attack on BJP Candidate: କେଉଁଠି ଗୋବର ଆଉ କେଉଁଠି ହୋଇଛି ପଥର ମାଡ଼

ଅନ୍ୟପଟେ ରାଜ୍ୟର ମୁଜାଫରନଗର ଜିଲ୍ଲାରେ ଘଟିଯାଇଛି ଏକ ଘଟଣା। ଯେଉଁଠି ଜିଲ୍ଲାର ଏକ ଗ୍ରାମର ଗାଁ ମୁଖିଆଙ୍କ ସ୍ୱାମୀ ଏବଂ ତାଙ୍କ ସମ୍ପର୍କୀୟ ମାନବିକତାର ସମସ୍ତ ସୀମା ଅତିକ୍ରମ କରି ସର୍ବସାଧାରଣରେ ଜଣେ ଦଳିତ ବ୍ୟକ୍ତିଙ୍କୁ ଜୋତାରେ ପିଟିବା ସହ ତାଙ୍କ ବେକକୁ ଏକ କପଡାରେ ବାନ୍ଧି ଗାଁ ରାସ୍ତାରେ ବୁଲାଇଛନ୍ତି। 

ଦଳିତ ବ୍ୟକ୍ତିଙ୍କୁ ମାଡ଼ ମରାଯିବାର ଭିଡି଼ଓ ସୋସିଆଲ ମଡ଼ିଆ ଜରିଆରେ ଭାଇରାଲ ହେବା ପରେ ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଗାଁ ମୁଖିଆଙ୍କ ସ୍ୱାମୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ଦାଏର କରି ସେମାନଙ୍କୁ ଜେଲ ପଠାଇଛି। 

ଗତ ସୋମବାର ଜିଲ୍ଲାର ଭୋପା ଥାନା ଅଞ୍ଚଳର ବିହାରଗଡ ଠାରେ ଜବର ସିଂହ ଓରଫ କାଲା ନାମକ ଜଣେ ଦଳିତ ସମ୍ପ୍ରଦାୟର ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଗାଁ ମୁଖିଆଙ୍କ ସ୍ୱାମୀ ସଞ୍ଜୟ ଠାକୁରଙ୍କୁ କିଛି ଅଶାଳୀନ କଥା କହିଥଲେ। ଯାହା ସଞ୍ଜୟ ଠାକୁର ଏବଂ ତାଙ୍କ ସମ୍ପର୍କୀୟ ଓମପ୍ରକାଶ ସର୍ବସାଧାରଣରେ ଜବର ସିଂହଙ୍କୁ  ଜୋତାରେ ପଟିଥିଲେ। ଏହା ପରେ ତାଙ୍କ ବେକକୁ ଏକ କପଡାରେ ବାନ୍ଧି ଗାଁ ରାସ୍ତାରେ ବୁଲାଇଥିଲେ। 

Also Read: ନିର୍ବାଚନ ବେଳେ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ନିର୍ଘାତ ମାଡ଼; ଦୌଡି଼ ଦୌଡ଼ି ବଞ୍ଚାଇଲେ ଜୀବନ

fallback

ଯେତେବେଳେ ଅଭିଯୁକ୍ତ ଜବର ସିଂହଙ୍କୁ ଗାଁ ରାସ୍ତାରେ ବୁଲାଇଥିଲେ ସେତେବେଳେ ତାଙ୍କ ସମ୍ପର୍କୀୟ ତାଙ୍କୁ ବଞ୍ଚାଇବାକୁ ଆସିଥିଲେ। ହେଲେ ଗାଁ ମୁଖିଆଙ୍କ ସ୍ୱାମୀ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାର ଭିଡି଼ଓ ଗ୍ରାମର ଜଣେ ବ୍ୟକ୍ତି ରେକର୍ଡ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା।