ମୁସଲମାନଙ୍କ ସମସ୍ୟାକୁ ନେଇ BSP-Congress-SP କୁ ଟାର୍ଗେଟ କଲେ Asaduddin Owaisi
Advertisement
Article Detail0/zeeodisha/odisha1021822

ମୁସଲମାନଙ୍କ ସମସ୍ୟାକୁ ନେଇ BSP-Congress-SP କୁ ଟାର୍ଗେଟ କଲେ Asaduddin Owaisi

କଂଗ୍ରେସ, ସମାଜବାଦ ପାର୍ଟି, ବହୁଜନ ସମାଜ ପାର୍ଟି ଭଳି ଦଳ ମୁସଲମାନଙ୍କୁ କେବଳ ରାଜନୈତିକ ଲାଭ ପାଇଁ ବ୍ୟବହାର କରିଛି।

ମୁସଲମାନଙ୍କ ସମସ୍ୟାକୁ ନେଇ BSP-Congress-SP କୁ ଟାର୍ଗେଟ କଲେ Asaduddin Owaisi

ଲକ୍ଷ୍ନୌ: ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ପରେ ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲଢିବ ଏଆଇଏମଆଇଏମ। ଜନସମର୍ଥନ ହାତେଇବା ଲାଗି ଦଳ ପକ୍ଷରୁ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଦଳୀୟ ସୁପ୍ରିମୋ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଅନେକ ପ୍ରସଙ୍ଗରେ ରାଜ୍ୟରେ ଶାସନ କରିଥିବା ବିଭିନ୍ନ ଦଳକୁ ଟାର୍ଗେଟ କରିଛନ୍ତି। 

ଏହିକ୍ରମରେ ରାଜ୍ୟର ସାହାରନପୁର ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମରେ ଆୟୋଜିତ ହୋଇଥିବା ଶୋଷିତ ବଞ୍ଚିତ ସମାଜ ସମ୍ମିଳନୀକୁ ସମ୍ବୋଧିତ କରି ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମ (All India Majlis-e-Ittehadul Muslimeen) ଏଆଇଏମଆଇଏମ ସୁପ୍ରିମୋ (AIMIM Supremo) ଅସାଦୁଦ୍ଦିନ ଓୱେସୀ (Asaduddin Owaisi) ରାଜ୍ୟରେ ବସବାସ କରୁଥିବା ମୁସଲମାନଙ୍କ (Uttar Pradesh Muslim) ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ସମାଜବାଦ ପାର୍ଟି (Samajwadi Party), କଂଗ୍ରେସ (Congress), ବହୁଜନ ସମାଜ ପାର୍ଟି (Bahujan Samaj Party) ପ୍ରଭୃତି ଦଳକୁ ଚାର୍ଗେଟ କରିଛନ୍ତି। 

Also Read: AIMIM Supremo Asaduddin Owaisi BSP Congress Samajwadi Party    
 
ସାହାରନପୁର ଠାରେ ଆୟୋଜିତ ହୋଇଥିବା ସମ୍ମିଳନୀକୁ ସମ୍ବୋଧିତ କରି ଅସାଦୁଦ୍ଦିନ ଓୱେସୀ କହିଛନ୍ତି ମୁସଲମାନ ସମାଜ କଂଗ୍ରେସ, ସମାଜବାଦ ପାର୍ଟି, ବହୁଜନ ସମାଜ ପାର୍ଟି ଭଳି ସୁବିଧାବାଦୀ ଦଳର ପ୍ରଲୋଭନରେ ପ୍ରତାରିତ ହେବାର ଆବଶ୍ୟକତା ନାହିଁ। ଏହି ଦଳ ମୁସଲମାନଙ୍କୁ କେବଳ ରାଜନୈତିକ ଲାଭ ପାଇଁ ବ୍ୟବହାର କରିଛି। ମୁସଲମାନଙ୍କୁ ସେମାନଙ୍କ ରାଜନୈତିକ ନେତୃତ୍ୱ ପ୍ରସ୍ତୁତ କରିବାକୁ ହେବ। କାରଣ ଯାହା ପାଖରେ ତାକତ ରହିଥାଏ ତାହାର କଥା ଶୁଣାଯାଇଥାଏ ଏବଂ ସେ ନିଜର ଅଧିକାର ପାଇବାରେ ସକ୍ଷମ ହୋଇଥାଏ।    

Also Read: Assembly Election 2021: ବିହାରରେ Pass, ପଶ୍ଚିମବଙ୍ଗରେ Fail ହୋଇଗଲା AIMIM

ଯେପର୍ଯ୍ୟନ୍ତ ମୁସଲମାନ ନିଜ ଭୋଟ୍ ଦ୍ୱାରା ନିଜ ନେତା ଚୟନ କରିନାହାଁନ୍ତି ସେପର୍ଯ୍ୟନ୍ତ ସେମାନଙ୍କ ସମସ୍ୟାର ସମାଧାନ ହେବା ନାହିଁ। ସେମାନେ ବିଭିନ୍ନ ରାଜନୈତିକ ଦଳ ଠାରୁ ସେମାନଙ୍କ ଅଧିକାର ମାଗୁଥିବେ। ଉତ୍ତର ପ୍ରଦେଶରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟର ଭୋଟ (Muslim Community Vote) ଜରିଆରେ ରାଜ୍ୟ ରାଜନୀତିରେ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀ। 

Also Read: ଉତ୍ତର ପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ବେତୁକା ବୟାନ, ଏହା କହିଲେ

ଗତ ୧-୨ ବର୍ଷ ମଧ୍ୟରେ ତେଲେଙ୍ଗାନା, ମହାରାଷ୍ଟ୍ର, ବିହାର ଭଳି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଚକିତ କରିବା ଭଳି ସଫଳତା ହାତେଇଥିବା ଏଆଇଏମଆଇଏମ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଖାତା ଖୋଲିବାରେ ସକ୍ଷମ ହୋଇନଥିଲା। ଏପରିକି ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଗୋଟିଏ ହେଲେ ଆସନ ପାଇବାକୁ ସକ୍ଷମ ହୋଇନଥିଲା ଦଳ। ହେଲେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ସମେତ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରିଛି ଏଆଇଏମଆଇଏମ।