UP Election 2022: ମତଗଣନାକୁ ନେଇ ସତର୍କ ହୋଇଉଠିଲେ BSP-SP-RLD
Advertisement
Article Detail0/zeeodisha/odisha1117759

UP Election 2022: ମତଗଣନାକୁ ନେଇ ସତର୍କ ହୋଇଉଠିଲେ BSP-SP-RLD

ଇଭିଏମ ରହିଥିବା ଷ୍ଟ୍ରଙ୍ଗରୁମ୍ ଉପରେ ସତର୍କ ନଜର ରଖିବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛି BSP-SP-RLD । 

UP Election 2022: ମତଗଣନାକୁ ନେଇ ସତର୍କ ହୋଇଉଠିଲେ BSP-SP-RLD

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ମାର୍ଚ୍ଚ ୭ ତାରିଖ ସୋମବାର ଅନୁଷ୍ଠିତ ହୋଇଯାଇଛି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ମାର୍ଚ୍ଚ ୧୦ ତାରିଖ ଗୁରୁବାର ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ଏହି ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ମତଗଣନାକୁ ନେଇ ସତର୍କ ହୋଇଉଠିଛନ୍ତି ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳ ଏବଂ ବହୁଜନ ସମାଜ ପାର୍ଟି ଭଳି ରାଜନୈତିକ ଦଳ। 

ଇଭିଏମ ରହିଥିବା ଷ୍ଟ୍ରଙ୍ଗରୁମ୍ (EVM in Strongroom) ଉପରେ ସତର୍କ ନଜର ରଖିବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛି ସମାଜବାଦୀ ପାର୍ଟି (Samajwadi Party) ଏସପି (SP) ଏବଂ ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି (BSP)। ଏହିକ୍ରମରେ ରାଜ୍ୟର ମେରଠ ଜିଲ୍ଲାର ହସ୍ତିନାପୁର ଆସନରୁ ନିର୍ବାଚନ ଲଢୁଥିବା ଏସପି ବିଧାୟକ (SP MLA Candidate) ପ୍ରାର୍ଥୀ ତଥା ଏଠାକାର ପୂର୍ବତନ ବିଧାୟକ ଯୋଗେଶ ବର୍ମା ଏବଂ ତାଙ୍କ ସମର୍ଥକ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (Electronic Voting Machine) ଇଭିଏମ୍ (EVM) ଉପରେ ନଜର ରଖିବା ଆରମ୍ଭ କରିଛନ୍ତି। ଗତ ରବିବାର ସେ ଏକ ଦୂରବୀକ୍ଷଣ ଯନ୍ତ୍ର ନେଇ ନିଜେ ଜିଲ୍ଲାରେ ଅବସ୍ଥିତ କୃଷି ବିଶ୍ୱବିଦ୍ୟାଳୟ ଠାରେ ପହଞ୍ଚିଥିଲେ। 

Also Raed: UP Election 2022: ନିର୍ବାଚନ ଲଢୁଥିବା ୯୦ ପ୍ରତିଶତରୁ ଅଧିକ ବିଧାୟକ ହୋଇଛନ୍ତି ଧନୀ

ହେଲେ ଯେତେବେଳେ ଏଠାକୁ ଆସିବାର କାରଣ ଗଣମାଧ୍ୟମ ତାଙ୍କ ଠାରୁ ଜାଣିବାକୁ ଚାହିଁଲା ସେତେବେଳେ ସେ ଏହାର ଜବାବ ରଖି ସେ କହିଥିଲେ ବିଜେପି ନେତା ସମର୍ଥକ କିଛି କରିପାରନ୍ତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଇଭିଏମ୍ ମେସିନ୍ ଉପରେ ନଜର ରଖିବାକୁ ଆସିଛି। ହସ୍ତିନାପୁର ଆସନରୁ ଯେଉଁ ଦଳର ପ୍ରାର୍ଥୀ ନିର୍ବାଚନ ଜିତିଥାନ୍ତି ସେହି ଦଳର ରାଜ୍ୟରେ ସରକାର ଗଠନ କରିଥାଏ। ଇଭିଏମ୍ ମେସିନ୍ ଉପରେ ନଜର ରଖିବା ଆମର ଦାୟିତ୍ୱ। ଇଭିଏମ୍ ଉପରେ ନଜର ରଖିବା ପାଇଁ ବିଶ୍ୱବିଦ୍ୟାଳୟ ଠାରେ ଦଳୀୟ ସମର୍ଥକଙ୍କ ଲାଗି ୮ ଘଣ୍ଟିଆ ଡ୍ୟୁଟି ଲାଗୁ କରିଛି ଦଳ।

ଅନ୍ୟପଟେ ମେରଠ ଜିଲ୍ଲା ସମାଜବାଦୀ ପାର୍ଟ ସଭାପତି ରାଜପାଲ ସିଂ କହିଛନ୍ତି ସମାଜବାଦୀ ମେଣ୍ଟ ପକ୍ଷରୁ ପ୍ରତ୍ୟେକ ପ୍ରାର୍ଥୀଙ୍କ ୩ ଜଣ ପ୍ରତିନିଧୀ ଦିନରାତି ଜିଲ୍ଲାର ୨ ମତଗଣନା କେନ୍ଦ୍ର ଠାରେ ରହିଛନ୍ତି। ଯାହା ଦ୍ୱାରା ଇଭିଏମ୍ ଉପରେ ନଜର ରଖାଯାଇ ପାରିବ। ନିରପେକ୍ଷ ମତଗଣନାକୁ ସୁନିଶ୍ଚିତ କରିବା ପାଇଁ ମେଣ୍ଟର ହଜାର ହଜାର ସମର୍ଥକ ମତ ଗଣନା କେନ୍ଦ୍ର ଠାରେ ଉପସ୍ଥିତ ରହିବେ। ଯାହା ଦ୍ୱାରା କୌଣସି ପ୍ରକାର ଅନିୟମିତତାକୁ ରୋକା ଯାଇପାରିବ।

ମାର୍ଚ୍ଚ ୧୦ ତାରିଖ ଗୁରୁବାର ହେବାକୁ ଥିବା ଭୋଟ୍ ଗଣତି ସମୟରେ କୌଣସି ପ୍ରକାର ଇଭିଏମ ଟାମ୍ପରିଂ (EVM Tampering) ନହେବାକୁ ଦଳୀୟ ସମର୍ଥକଙ୍କୁ ନିଶ୍ଚିତ କରିବାକୁ କହିଛି ସମାଜବାଦୀ ପାର୍ଟି। ଏନେଇ ପ୍ରତିକ୍ରିୟା ରଖି ଦଳର ରାଜ୍ୟସଭା ସାଂସଦ ପ୍ରଫେସର ଡ.ରାମ ଗୋପାଳ ଯାଦବ ଦଳୀୟ ସଭାପତି ଅଖିଳେଶ ଯାଦବଙ୍କୁ ନିକଟକୁ ଏକ ପତ୍ର ଲେଖିବା ସହ ଏହାର ଏକ କପି ସମସ୍ତ ପ୍ରାର୍ଥୀଙ୍କ ନିକଟକୁ ପଠାଇଛନ୍ତି। ଯାହା ଦ୍ୱାରା ଏସପି ବିଧାୟକ ପ୍ରାର୍ଥୀଙ୍କ ପ୍ରତିନିଧୀମାନେ ସମସ୍ତ ମତଗଣନା କେନ୍ଦ୍ରରେ ଉପସ୍ଥିତ ରହିବେ। ଯାହା ଫଳରେ କୌଣସି ପ୍ରକାର ଗଡ଼ବଡ଼ ହୋଇପାରିବ ନାହିଁ।

Also Read: ବିଧାନସଭା ନିର୍ବାଚନ ବେଳେ ରଙ୍ଗକୁ ନେଇ ସରଗରମ ଉତ୍ତର ପ୍ରଦେଶ ରାଜନୀତି

ଅନ୍ୟପଟେ ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ଆରଏଲଡି (RLD) ଏହାର ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ (RLD MLA Candidate) ସେମାନଙ୍କ ନିର୍ବାଚନମଣ୍ଡଳୀରେ ଅନ୍ତତଃପକ୍ଷେ ୧ ହଜାର ସମର୍ଥକଙ୍କୁ ସଜାଗ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି। ଭୋଟ ଗଣତି ସମୟରେ ପ୍ରାୟ ୧୦ ହଜାର ସମର୍ଥକ ଉପସ୍ଥିତ ରହିବେ ବୋଲି ଆରଏଲଡି ଜାତୀୟ ସଚିବ କୁଲଦେରେ ଉଜ୍ୱଲ କହିଛନ୍ତି।

Also Read: ବିଧାନସଭା ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଲେ ନିର୍ବାଚନ ଆୟୋଗ

ମତଗଣନା ସମୟରେ ପୋଷ୍ଟାଲ ବାଲାଟ ଉପରେ ନଜର ରଖାଯିବା ଆବଶ୍ୟକ। ଭୋଟ୍ ଗଣତି ପୂର୍ବରୁ ଇଭିଏମ୍ ଉପରେ ନଜର ରଖିବା ପାଇଁ ଏକ ବ୍ୟବସ୍ଥା ମଧ୍ୟ କରିଛି ବିଏସପି। ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ସେମାନେ ତାଙ୍କର ଦଳୀୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଶ୍ୱାସ କରୁନାହାଁନ୍ତି। କାରଣ ସେମାନେ କୌଣସି କାମ କରିପାରନ୍ତି। ଇଭିଏମ୍ ରଖାଯାଉଥିବା ଷ୍ଟ୍ରଙ୍ଗରୁମ୍ ବାହାରେ ସଜାଗ ରହିବାକୁ ସମସ୍ତ ଦଳୀୟ ପ୍ରାର୍ଥୀ (BSP MLA Candidate) ଏବଂ ସେକ୍ଟର ପ୍ରଭାରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଏସପି। ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଭୋଟ ଗଣତି ସମୟର ଭିଡ଼ିଓ ଫୁଟେଜ୍ ପଠାଇବା କୁହାଯାଇଛି।