UP Election 2022: ପ୍ରଚାର ଅଭିଯାନରୁ ନେତା ଗାଏବ; ନେତୃତ୍ୱ ନେଉଛନ୍ତି ନେତ୍ରୀ
Advertisement
Article Detail0/zeeodisha/odisha1100190

UP Election 2022: ପ୍ରଚାର ଅଭିଯାନରୁ ନେତା ଗାଏବ; ନେତୃତ୍ୱ ନେଉଛନ୍ତି ନେତ୍ରୀ

ପକ୍ଷରୁ ଜାରି ରହିଥିବା ନିର୍ବାଚନ ପ୍ରଚାର ଅଭିଯାନରୁ ଦଳୀୟ ନେତା ଗାଏବ ହୋଇଯାଉଥିବା ବେଳେ ଏହାର ନେତୃତ୍ୱ ନେଉଛନ୍ତି ନେତ୍ରୀ। 

UP Election 2022: ପ୍ରଚାର ଅଭିଯାନରୁ ନେତା ଗାଏବ; ନେତୃତ୍ୱ ନେଉଛନ୍ତି ନେତ୍ରୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ଲାଗି ବିଭିନ୍ନ ଦଳର ଦଳୀୟ ତାରକା ପ୍ରଚାରକଙ୍କ ପକ୍ଷରୁ ଜାରି ରହିଛି ପ୍ରଚାର। ଏହି କ୍ରମରେ କଂଗ୍ରେସ ପକ୍ଷରୁ ଜାରି ରହିଥିବା ନିର୍ବାଚନ ପ୍ରଚାର ଅଭିଯାନରୁ ନେତା ଗାଏବ ହୋଇଯାଉଥିବା ବେଳେ ଏହାର ନେତୃତ୍ୱ ନେଉଛନ୍ତି ନେତ୍ରୀ। 

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ୨ ପର୍ଯ୍ୟାୟ ପ୍ରଚାରରୁ ଦୂରେଇ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ନେତାଙ୍କ ଅନୁପସ୍ଥିତିରେ ଦଳୀୟ ପ୍ରଚାର ଅଭିଯାନର ଦାୟିତ୍ୱ ନେଇଛନ୍ତି ରାଜ୍ୟ ଦାୟିତ୍ୱରେ ଥିବା କଂଗ୍ରେସ ମହସଚିବ ପ୍ରିୟଙ୍କା ଗାନ୍ଧୀ। ଦଳୀୟ ପାର୍ଟି ସୂତ୍ରରୁ ପ୍ରକାଶ ଯେ ଯଦିଓ ରାହୁଲ ଗାନ୍ଧୀଙ୍କ ନାଁ ଦଳୀୟ ତାରକା ପ୍ରଚାରକ ତାଲିକାରେ ରହିଛି ହେଲେ ରାଜ୍ୟରେ ଦଳ ଲାଗି କମ ସମ୍ଭାବନା ରହିବା କାରଣରୁ ତାଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳୁନାହିଁ। 

ନିର୍ବାଚନରେ ଦଳକୁ ଯେତିକି ଆସନ ମିଳିବା ନେଇ ଆଶା କରାଯାଉଥିଲା ​​ସେତିକି ମିଳିବାର ସମ୍ଭାବନା ନାହିଁ। ବିଗତ ୨ ଦଶନ୍ଧି ମଧ୍ୟରେ  କଂଗ୍ରେସ ଏକାକୀ ରାଜ୍ୟର ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ନିଜେ ପ୍ରିୟଙ୍କା ଗାନ୍ଧୀ  ଉତ୍ତର ପ୍ରଦେଶ ଲାଗି ଦଳୀୟ ତାରକା ପ୍ରଚାରକ ଭାବେ ନିଯୁକ୍ତ ହୋଇଛନ୍ତି। ବୁଧବାର ଦିନ ବାରାଣାସୀ ଠାରେ ରବିଦାସ ଜୟନ୍ତୀ ଅବସରରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମ ରହିଥିଲା। ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ଖବର ମିଳିନାହିଁ।

Also Read: 'କଂଗ୍ରେସକୁ ଆବଶ୍ୟକ ନାହିଁ ଶତ୍ରୁ; ଦଳକୁ ଶେଷ କରି ଦେବେ ଜଣେ ଦଳୀୟ ନେତା'

ଏନେଇ କୁହାଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ମତଦାନ ଶେଷ ହେବା ପରେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶ ପାଇଁ ପ୍ରଚାର ଆରମ୍ଭ କରିପାରନ୍ତି। କାରଣ ଉତ୍ତର ପ୍ରଦେଶ ଅପେକ୍ଷା ପଞ୍ଜାବରେ କଂଗ୍ରେସକୁ ଅଧିକ ଆସନ ମିଳିପାରେ। 

ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢିଥିଲା। ହେଲେ ଦଳକୁ ଏହି ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବାକୁ ପଡିଥିଲା। ଦଳକୁ ମାତ୍ର ୭ ଆସନ ମିଳିଥିଲା। ଏହା ପରେ ୨୦୧୯ ଲୋକସଭା ନିର୍ବାଚନରେ ଦଳର ଅବସ୍ଥା ଆହୁରି ବିଗିଡି ଯାଇଥିଲା। ନିଜେ  ରାହୁଲ ଗାନ୍ଧୀଙ୍କୁ ତାଙ୍କର ପାରମ୍ପରିକ ଗଡ଼ ଅମେଠି ଆସନରୁ ପରାସ୍ତ ହୋଇଥିଲେ।        

ଗତ ବର୍ଷ ଡିସେମ୍ବରରେ ରାହୁଲ ଗାନ୍ଧୀ ଆମେଠି ଗସ୍ତରେ ଆସି ପ୍ରିୟଙ୍କା ଗାନ୍ଧୀଙ୍କ ସହ ପ୍ରତିଜ୍ଞା ଯାତ୍ରାରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କହିଥିଲେ ଆମେଠି ହେଉଛି ତାଙ୍କ ଘର ଏବଂ ତାଙ୍କୁ ଏଠାରୁ ଚାଲିଯିବାକୁ କେହି ବାଧ୍ୟ କରିପାରିବେ ନାହିଁ।

Also Read: ଦଳୀୟ ପ୍ରଚାର କରିବାକୁ ପହଞ୍ଚିଥିଲେ ତାରକା ପ୍ରଚାରକ; ଅଚାନକ ଗାଏବ ହୋଇଯାଇଥିଲେ ପ୍ରାର୍ଥୀ

ରାହୁଲ ଗାନ୍ଧୀ ପ୍ରଥମେ ଗତ ୨୦୦୪ ଲୋକସଭା ନିର୍ବାଚନରେ ଆମେଠି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ଏହି ଆସନରୁ ୨୦୦୪ ସହ ୨୦୦୯, ୨୦୧୪ ନିର୍ବାଚନରେ ସଂସଦକୁ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୯ ନିର୍ବାଚନରେ ତତ୍କାଳୀନ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ସେ ପରାସ୍ତ ହୋଇଥିଲେ। ଯଦିଓ ସେ ୱାୟନାଡ ଆସନରୁ ନିର୍ବାଚିତ ହୋଇଥିଲେ।

ଗତ ରବିବାର ପଞ୍ଜାବ ଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ ମୁଁ ମୋ ଭାଇ ରାହୁଲ ଗାନ୍ଧୀ ପାଇଁ ଜୀବନ ଦେଇପାରେ। ତାଙ୍କ ଭାଇ ତାଙ୍କ ଲାଗି ମଧ୍ୟ ଜୀବନ ଦେଇପାରେ। କଂଗ୍ରେସ ନୁହେଁ ବିଜେପିରେ ସଂଘର୍ଷ ଚାଲିଛି। ପ୍ରଧାମମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟରେ ସଂଘର୍ଷ ହେଉଛି।   

Also Read: ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଲୋଗାନକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

 କଂଗ୍ରେସ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ରଖିଥିବା ବୟାନର ଜବାବ ଦେବାକୁ ଯାଇ ପ୍ରିୟଙ୍କା ଗାନ୍ଧୀ ସଂଘର୍ଷ କଥା କହି ଥାଇ ପାରନ୍ତି ବୋଲି କୁହାଯାଇଛି। ନିକଟରେ ଉତ୍ତରାଖଣ୍ଡ ଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ସମଗ୍ର ଦେଶରେ କଂଗ୍ରେସ ଡୁବି ଯାଉଛି। ଯେଉଁଠାରେ ଦଳର ସାମାନ୍ୟତମ ଉପସ୍ଥିତି ଥିଲା ତାହାକୁ ଉଭୟ ଭାଇଭଉଣୀ (ପ୍ରିୟଙ୍କା ଗାନ୍ଧୀ-ରାହୁଲ ଗାନ୍ଧୀ ) ଡୁବାଇବାରେ ଲାଗି ପଡି଼ଛନ୍ତି।