UP Election 2022: ଶେଷ ଗଡ଼ ବଞ୍ଚାଇବାରେ ସଫଳ ହେବ କି କଂଗ୍ରେସ?
Advertisement

UP Election 2022: ଶେଷ ଗଡ଼ ବଞ୍ଚାଇବାରେ ସଫଳ ହେବ କି କଂଗ୍ରେସ?

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଲାଗି ସବୁ ଠାରୁ ବଡ଼ ପ୍ରଶ୍ନ ଉଭା ହୋଇଛି କିପରି ଦଳର ପାରମ୍ପରିକ ଗଡ଼କୁ ଦଳୀୟ ନିୟନ୍ତ୍ରଣରେ ରଖାଯିବା। 

UP Election 2022: ଶେଷ ଗଡ଼ ବଞ୍ଚାଇବାରେ ସଫଳ ହେବ କି କଂଗ୍ରେସ?

ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ହୋଇସାରିଛି କାର୍ଯ୍ୟସୂଚୀ ଘୋଷଣା। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାରକୁ ଜୋରଦାର କରିବାରେ ଲାଗିପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହି କ୍ରମରେ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରସ୍ତୁତି।  

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଲାଗି ସବୁ ଠାରୁ ବଡ଼ ପ୍ରଶ୍ନ ଉଭା ହୋଇଛି କିପରି ଦଳର ପାରମ୍ପରିକ ଗଡ଼କୁ ଦଳୀୟ ନିୟନ୍ତ୍ରଣରେ ରଖାଯିବା। ଏହି ପାରମ୍ପରିକ ଗଡ଼ ଦ୍ୱୟ ହେଉଛି ରାଏବରେଲି (Rae Bareli Lok Sabha constituency) ଏବଂ ଆମେଠି ଲୋକସଭା ଆସନ (Amethi Lok Sabha Constituency)।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress President Sonia Gandhi) ରାଏବରେଲି ଆସନରୁ ୨୦୦୪-୨୦୧୯ ପର୍ଯ୍ୟନ୍ତ କ୍ରମାଗତ ଭାବେ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ ୧୯୫୨ ମସିହାରୁ ୧୯୯୯ ପର୍ଯ୍ୟନ୍ତ କେବଳ  ୩ ଥର ଏହି ଆସନରୁ ଅଣକଂଗ୍ରେସ ପାର୍ଥୀ ନିର୍ବାଚିତ ହୋଇଛନ୍ତି। ଗାନ୍ଧୀ ପରିବାର (Gandhi Family) କିମ୍ବା ସେମାନଙ୍କର କୌଣସି ସମର୍ଥକ ଏହି ଆସନରୁ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି।

Also Read: UP Poll 2022: ପାରମ୍ପରିକ ଗଡ଼ ବଞ୍ଚାଇବାକୁ ମଇଦାନରେ ରାହୁଲ ଗାନ୍ଧୀ

ରାଏବରେଲି ଆସନରେ ୧୯୭୭ ମସିହା ଲୋକସଭା ନିର୍ବାଚନରେ ରାଜ ନାରାୟଣ (Raj Narain) ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ  ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ ୧୯୯୬ ଏବଂ ୧୯୯୮ ଲୋକସଭା ନିର୍ବାଚନରେ ତତ୍କାଳୀନ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ଅଶୋକ ସିଂହ ସଂସଦକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଛାଡି଼ ବିଜେପି ହାତ ଧରିଥିବା ରାଏବରେଲି ବିଧାୟକ ଆଦିତି ସିଂହଙ୍କ ସେ ହେଉଛନ୍ତି ସମ୍ପର୍କୀୟ।

ଗତ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଅଦିତି ସିଂହ ରାଏବରେଲି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ତାଙ୍କୁ ୨୦୨୦ ବର୍ଷରେ ଦଳରୁ ବହିଷ୍କୃତ କରାଯାଇଥିଲା। ଚଳିତ ୨୦୨୨ ନିର୍ବାଚନରେ ସେ ଏଥର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ। 
 
ବିଜେପି ସହ ଅଦିତି ସିଂହଙ୍କ ପରିବାରର ପୁରୁଣା ସମ୍ପର୍କ ରହିଛି। ତାଙ୍କ ପରିବାର ଏହି ନିର୍ବାଚନଣ୍ଡଳୀରୁ କଂଗ୍ରେସ ଦଳକୁ ପରାସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୨୦୨୨ ବିଧାନସଭା ଏବଂ ୨୦୨୪ ଲୋକସଭା ନିର୍ବାଚନରେ ରାଏବରେଲି ଆସନକୁ ଗାନ୍ଧୀ ପରିବାର କବଳରୁ ମୁକ୍ତ କରିବାକୁ ଶପଥ ନେଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଅଦିତି। 
 
ଗତ ୨୦୧୯ ଲୋକସଭା ନିର୍ବାଚନରେ ଆମେଠି ଆସନରେ କଂଗ୍ରେସଙ୍କୁ ଘେରିବାରେ ସଫଳ ହୋଇଥିଲା ବିଜେପି। ଏହି ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିଥିଲେ। ଯେଉଁଠୁ ୨୦୦୪, ୨୦୦୯, ୨୦୨୪ ଲୋକସଭା ନିର୍ବାଚନରେ କ୍ରମାଗତ ଭାବେ ୩ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ରାହୁଲ ଗାନ୍ଧୀ। ଅନ୍ୟପଟେ ୨୦୨୪ ୨୦୧୯ ନିର୍ବାଚନରେ ମୋଦି ଲହର ସତ୍ତ୍ୱେ ରାଏବେରେଲି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସୋନିଆ ଗାନ୍ଧୀ। 

Also Read: UP Politics: ଶେଷ ଗଡ଼ରେ ଫାଟ, ଦଳ ଛାଡି ବିଜେପି ହାତ ଧରିଲେ କଂଗ୍ରେସ ବିଧାୟିକା ଅଦିତି ସିଂହ

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନକୁ ଏହା ଚର୍ଚ୍ଚା ହେଉଛି ଯେ ଏଠାକାର ଲୋକ ବିଜେପି କିମ୍ବା ସମାଜବାଦୀ ପାର୍ଟିକୁ ଭୋଟ ଦେଇପାରନ୍ତି। ରାଏବରେଲି ଜିଲ୍ଲାରେ (Rae Bareli District) ମୋଟ ୬ ବିଧାନସଭା ଆସନ (Assembly Constituency of Rae Bareli) ରହିଛି। ଗତ ୨୦୧୭ ନିର୍ବାଚନରେ ବିଜେପି ୩, କଂଗ୍ରେସ ୨ ଏବଂ ସମାଜବାଦୀ ପାର୍ଟି ଗୋଟିଏ ଆସନ ପାଇଥିଲା। ମାତ୍ର ରାଏବରେଲି ବିଧାୟିକା ଅଦିତି ସିଂହ ଏବଂ ହରଚନ୍ଦପୁର ବିଧାୟକ ରାକେଶ ପ୍ରତାପ ସିଂହଙ୍କ ଦଳ ଛାଡି ବିଜେପି ହାତ ଧରି ସାରିଛନ୍ତି। ଅନ୍ୟପଟେ ବଛରାୱଁ ଆସନରୁ ବିଜେପି ପ୍ରାର୍ଥୀ ରାମନରେଶ ରାୱତ ଏବଂ ସଲୋନ ଆସନରୁ ବିଜେପି ପ୍ରାର୍ଥୀ ଦଲ ବାହାଦୂର କୋରୀ, ସରେନି ଆସନରୁ ବିଜେପି ପ୍ରାର୍ଥୀ ଧୀରେନ୍ଦ୍ର ବାହାଦୂର ସିଂହ, ଉଞ୍ଚାହାର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡ଼ ମନୋଜ ପାଣ୍ଡେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ ବର୍ତ୍ତମାନ ସମଗ୍ର ଜିଲ୍ଲାରେ କଂଗ୍ରେସ ଖାତାର ଗୋଟିଏ ବିଧାନସଭା ଆସନ ନାହିଁ।