"ମୁଁ ହେମା ମାଳିନୀ ହେବାକୁ ଚାହେଁନାହିଁ"। ମୋତେ ଖୁସି କରି ତୁମେ କ’ଣ ପାଇବ?"
Trending Photos
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଶେଷ ହେବା ପୂର୍ବରୁ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ଏକ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଗୁରୁବାର ରାଜ୍ୟର ଅନୁପସହର ଠାରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି ଜୟନ୍ତ ଚୌଧୁରୀ ଅନୁଭବ କରୁଛନ୍ତି ଯେ ଯଦି ରାଜ୍ୟରେ ସମାଜବାଦୀ ସରକାର ଗଠନ ହୁଏ ତାହେଲେ ତାଙ୍କ କଥା ଶୁଣାଯିବ। ହେଲେ ସେ ଏହାକୁ ନେଇ ଏକ ଭୁଲ ବୁଝାମଣାରେ ଅଛନ୍ତି ହେଲେ ଏହା ଘଟିବ ନାହିଁ।
ଅନୁପସହର ଠାରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କେନ୍ଦ୍ରମନ୍ତ୍ରୀ ଅମିତ ଶାହ (Union Minister Amit Shah) କହିଛନ୍ତି ବିଗତ ଦିନରେ ଅଖିଳେଶ ଯାଦବ, ଜୟନ୍ତ ଚୌଧୁରୀଙ୍କୁ ତାଙ୍କ ପାଖରେ ବସାଇଛନ୍ତି। ସେ ଅନୁଭବ କରୁଛନ୍ତି ଯେ ଯଦି ରାଜ୍ୟରେ ସମାଜବାଦୀ ସରକାର ଗଠନ ହୁଏ ତାହେଲେ ତାଙ୍କ କଥା ଶୁଣାଯିବ। ହେଲେ ଏହାକୁ ନେଇ ଜୟନ୍ତ ଚୌଧୁରୀ ଏକ ଭୁଲ ବୁଝାମଣାରେ ଅଛନ୍ତି ହେଲେ ଏହା ଘଟିବ ନାହିଁ। ହେଲେ ଯିଏ ନିଜ ବାପା କିମ୍ବା ଚାଚା କଥା ଶୁଣେ ନାହିଁ ସେ ତାଙ୍କ କଥା ଶୁଣିବ ବୋଲି ଅଖିଳେଶ ଯାଦବଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି।
Also Read: ମେଣ୍ଟ ପାଇଁ ଆସିଲା ପ୍ରସ୍ତାବ; ସ୍ୱୀକାର କରିବେ କି RLD ମୁଖ୍ୟ ଜୟନ୍ତ ଚୌଧୁରୀ?
ଆରଏଲଡ଼ି (RLD) ଲାଗି ଦଳର ଦ୍ୱାର ସବୁବେଳେ ଖୋଲା ରହିଛି ବୋଲି ବିଜେପି (BJP) ପକ୍ଷରୁ କୁହାଯାଇଛି। ଏନେଇ ଆସିଥିବା ନିମନ୍ତ୍ରଣ ଉପରେ ଜବାବ ରଖି ପୂର୍ବରୁ ଜୟନ୍ତ ଚୌଧୁରୀ (Jayant Chaudhary) କହିଥିଲେ ସେମାନେ ମୋ ବଦଳରେ ସେହି ୭୦୦ କୃଷକଙ୍କ ପରିବାରକୁ ନିମନ୍ତ୍ରଣ ପଠାନ୍ତୁ ଯେଉଁମାନେ ପ୍ରାୟ ବର୍ଷେ କାଳ ଧରି ଚାଲିଥିବା କୃଷି ଆନ୍ଦୋଳନରେ ଯୋଗ ଦେଇ ନିଜର ଜୀବନ ହାରିଥିଲେ। କେନ୍ଦ୍ରମନ୍ତ୍ରୀ ଶାହଙ୍କ ଉଦ୍ଦେଶ୍ୟରେ ଜବାବ ଦେଇ ସେ କହିଛନ୍ତି ଜଣେ ବରିଷ୍ଠ ବିଜେପି ନେତା ଗତଥର ନିର୍ବାଚନ ଲଢୁଥିବା ଯୋଗେଶ ନୋହୱାରଙ୍କୁ ଦଳ ଠାରୁ ଦୂରେଇ ଦେବାକୁ ଚେଷ୍ଟା କରିଥିଲେ ଏବଂ କହିଥିଲେ ଯେ ଯଦି ସେ ବିଜେପି ହାତ ଧରନ୍ତି ତାଙ୍କୁ ହେମାମାଳିନୀ କରିଦେବେ। ହେଲେ ଯୋଗେଶ ତାଙ୍କୁ ମନା କରି ଦେଇଥିଲେ। ମୁଁ ହେମାମାଳିନୀ ହେବାକୁ ଚାହେଁ ନାହିଁ, ମୋତେ ଖୁସି କରି ତୁମେ କ’ଣ ପାଇବ? ଆପଣ ଲୋକଙ୍କ ପାଇଁ କ’ଣ କରିବେ? ସେହି କୃଷକ ପରିବାର ପାଇଁ ଆପଣ କ’ଣ କରିଛନ୍ତି?
ଗତ ବୁଧବାର ମଥୁରା (Mathura) ଜିଲ୍ଲାରେ ଅବସ୍ଥିତ ମାଣ୍ଟ ବିଧାନସଭା ଆସନରୁ (Mant Assembly Constituency) ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଯୋଗେଶ ନୋହୱାରଙ୍କ ଲାଗି ଦଳୀୟ ପ୍ରଚାର କରିବା ଅବସରରେ ଆରଏଲଡି ମୁଖ୍ୟ କହିଥିଲେ "ମୁଁ ହେମା ମାଳିନୀ ହେବାକୁ ଚାହେଁନାହିଁ"। ମୋତେ ଖୁସି କରି ତୁମେ କ’ଣ ପାଇବ?"
Also Read: ଆରଏଲଡି ପାଇଁ ବିଜେପି ଉପକାରୀ, ହେବ କି ଉଭୟ ଦଳ ମଧ୍ୟରେ ମେଣ୍ଟ?
ବିଜେପି ହାତ ଧରିଲେ ତାଙ୍କୁ ହେମା ମାଳିନୀ କରିଦିଆଯିବ ବୋଲି ଯୋଗେଶ ନୋହୱାରଙ୍କ ଉଦ୍ଦେଶ୍ୟରେ କହିଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଆପଣ କ’ଣ କହୁଛନ୍ତି ତାହା ଜାଣନ୍ତି ନାହିଁ। ମୁଁ କହିବାକୁ ଚାହୁଁଛି ମୁଁ ହେମା ମାଳିନୀ (Hema Malini) ହେଲେ କ’ଣ ପାଇବି? ଆପଣ ଲୋକଙ୍କ ପାଇଁ କ’ଣ କରିବେ? ସେହି ୭ ଶହ କୃଷକଙ୍କ ପରିବାର ପାଇଁ ଆପଣ କ’ଣ କରିଛନ୍ତି? ଅଜୟ ମିଶ୍ରା ଟେନି କାହିଁକି ମନ୍ତ୍ରୀ ପଦରେ ଏ ପର୍ଯ୍ୟନ୍ତ ଅଛନ୍ତି? ସକାଳୁ ଉଠିବା ମାତ୍ରେ ସେ ଘୃଣାଭାବ ସୃଷ୍ଟି କରିବା ଭଳି କାମ ଆରମ୍ଭ କରନ୍ତି। ତାଙ୍କର ଅନ୍ୟ କୌଣସି କାମ ନାହିଁ। '