UP MLC Election: ସଂଖ୍ୟାଗଣିତ ଖେଳରେ ଫସିଗଲା ସମାଜବାଦ ପାର୍ଟି
Advertisement
Article Detail0/zeeodisha/odisha1280906

UP MLC Election: ସଂଖ୍ୟାଗଣିତ ଖେଳରେ ଫସିଗଲା ସମାଜବାଦ ପାର୍ଟି

Samajwadi Party: ଉତ୍ତର ପ୍ରଦେଶ ବିଧାନ ପରିଷଦର ୨ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ସମାଜବାଦୀ ମେଣ୍ଟର ସଂଖ୍ୟା ଗଣିତ କମ ହେବାର କାରଣ ହେଉଛି ସମାଜବାଦୀ ପାର୍ଟି ଠାରୁ ସୁହଲଦେବ ଭାରତୀୟ ସମାଜ ପାର୍ଟି ଏବଂ ପ୍ରଗତିଶୀଳ ସମାଜବାଦୀ ପାର୍ଟି ମଧ୍ୟରେ ବଢୁଥିବା ଦୂରତା। 

UP MLC Election: ସଂଖ୍ୟାଗଣିତ ଖେଳରେ ଫସିଗଲା ସମାଜବାଦ ପାର୍ଟି

Uttar Pradesh Politics: ଉତ୍ତର ପ୍ରଦେଶ ବିଧାନ ପରିଷଦର ୨ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ଅଗଷ୍ଟ ୧୧ ତାରିଖରେ ହେବାକୁ ଯାଉଛି ମତଦାନ। ଗତ ସୋମବାର ଏହି ନିର୍ବାଚନ ପାଇଁ ଜାରି ହୋଇସାରିଛି ବିଜ୍ଞପ୍ତି। ଏହି ନିର୍ବାଚନରେ ବିରୋଧି ସମାଜବାଦୀ ପାର୍ଟିକୁ ଲାଗିପାରେ ଜୋରଦାର ଝଟକା। ବିଧାନ ପରିଷଦରେ ଗୋଟିଏ ଆସନ ଜିତିବା ଲାଗି କୌଣସି ଦଳକୁ ୨୦୦ ଭୋଟ ଆବଶ୍ୟକ ହେବ। ଅନେକ ନିର୍ବାଚନରେ ​​କ୍ରମାଗତ ପରାଜୟ ପରେ ସମାଜବାଦୀ ପାର୍ଟି ପୁଣି ଥରେ ପରାଜୟ ବରଣ କରିବାକୁ ଯାଉଛି।

ସମାଜବାଦୀ ମେଣ୍ଟରେ (Samajwadi Alliance) ସଂଖ୍ୟା ଗଣିତ କମ ହେବାର କାରଣ ହେଉଛି ସମାଜବାଦୀ ପାର୍ଟି (Samajwadi Party) ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ (Akhilesh Yadav) ଠାରୁ ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଅଧ୍ୟକ୍ଷ ଓମପ୍ରକାଶ ରାଜଭାର (Om Prakash Rajbhar) ଏବଂ ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ଅଧ୍ୟକ୍ଷ ଶିବପାଲ ଯାଦବଙ୍କ (Shivpal Yadav) ଦୂରତା। ରାଷ୍ଟ୍ରପତି ନିର୍ବାଚନରେ ​ଉଭୟ ଦଳ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସମର୍ଥନରେ ମତଦାନ କରିନଥିଲେ। ଅଖିଳେଶ ଯାଦବଙ୍କ ଚାଚା ଶିବପାଲ ଯାଦବ ରାଜ୍ୟର ଜସୱନ୍ତନଗର ଆସନର ବିଧାୟକ ହୋଇଥିବାବେଳେ ଉତ୍ତର ପ୍ରଦେଶ ବିଧାନସଭାରେ ଓମପ୍ରକାଶ ରାଜଭାରଙ୍କ ଦଳର ୬ ଜଣ ବିଧାୟକ ଅଛନ୍ତି।

ନିକଟରେ ଅଖିଳେଶ ଯାଦବ ଓମପ୍ରକାଶ ରାଜଭରଙ୍କ ବିରୋଧରେ ବର୍ଷି କହିଥିଲେ ଯେ ସୁହଲଦେବ ଭାରତୀୟ ସମାଜ ପାର୍ଟି ସହ ମେଣ୍ଟ କରିବା ପର ଠାରୁ ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା। ସମାଜବାଦୀ ମେଣ୍ଟରୁ ବାହାରିଯିବା ପରେ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ଓମ ପ୍ରକାଶ ରାଜଭାରଙ୍କୁ Y ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଅଖିଳେଶ ଯାଦବ କହିଛନ୍ତି ଯେ ଯେଉଁମାନେ ବିଜେପି ସରକାରକୁ ଖୁସି କରନ୍ତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ।

ସମାଜବାଦୀ ପାର୍ଟି ନେତୃତ୍ୱ ଉପରେ ଅସନ୍ତୁଷ୍ଟ ହୋଇ ଉଠିଥିବା ଚାଚା ଶିବପାଲ ଯାଦବଙ୍କ ବାବଦରେ ପ୍ରତିକ୍ରିୟା ରଖି ପୁତୁରା ଅଖିଳେଶ ଯାଦବ କହିଛନ୍ତି ଯେ ସେ ସର୍ବଦା ମୋର ଚାଚା ହୋଇ ରହିବେ। ହେଲେ ଯଦି ସେ ଅନୁଭବ କରନ୍ତି ଯେ ମୁଁ ତାଙ୍କୁ ଉଚିତ୍ ସମ୍ମାନ ଦେଇ ପାରୁ ନାହିଁ ତାହେଲେ ମୁଁ ତାଙ୍କୁ ମୁକ୍ତ କରିଦେଉଛି। ବର୍ତ୍ତମାନ ସେ ଯେଉଁ ଦଳ ସହ ଏକ ମେଣ୍ଟ କରିବାକୁ ଚାହୁଁଛନ୍ତି ସେ କରିପାରିବେ।

ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ଗଠିତ ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ହୋଇଥିଲା ସମାଜବାଦୀ ମେଣ୍ଟ। ମାତ୍ର ଏବେ ଏହି ମେଣ୍ଟରେ ସାମିଲ ଥିବା ୩ ସହଯୋଗୀ ଦଳ ଓମପ୍ରକାଶ ରାଜଭରଙ୍କ ସୁହଲଦେବ ଭାରତୀୟ ସମାଜ ପାର୍ଟି, ଶିବପାଲ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି, କେଶବ ଦେବ ମୌର୍ଯ୍ୟଙ୍କ (Keshav Dev Maurya) ମହାନ ଦଳ (Mahan Dal) ସମାଜବାଦୀ ମେଣ୍ଟରୁ ବାହାରି ଯାଇଛନ୍ତି। ହେଲେ ବର୍ତ୍ତମାନ ସମାଜବାଦୀ ପାର୍ଟି ଲାଗି ଆସିଛି ଏକ ଖୁସି ଖବର। ଦଳର ମେଣ୍ଟ ସହଯୋଗୀ ଅପନା ଦଳ କମେରାବାଦୀ ନେତା (Apna Dal Kamerawadi) ତଥା ସମାଜବାଦୀ ପାର୍ଟି ବିଧାୟକ ପଲ୍ଲବୀ ପଟେଲ (Pallavi Patel) କହିଛନ୍ତି ତାଙ୍କ ଦଳ ସମାଜବାଦୀ ପାର୍ଟି ସହ ମେଣ୍ଟ ଜାରି ରଖିବ ଏବଂ ଆସନ୍ତା ୨୦୧୪ ଲୋକସଭା ନିର୍ବାଚନରେ ଏକାଠି ଲଢିବ।

Also Read: Uttar Pradesh Politics: ଓମ ପ୍ରକାଶ ରାଜଭରଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେବ ବିଜେପି