ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକାଇ ଫସିଗଲେ ସମାଜବାଦୀ ପାର୍ଟି ବିଧାୟକ ଶହଜିଲ ଇସଲାମ
Advertisement

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକାଇ ଫସିଗଲେ ସମାଜବାଦୀ ପାର୍ଟି ବିଧାୟକ ଶହଜିଲ ଇସଲାମ

 ଉତ୍ତର ପ୍ରଦେଶ ପୋଲିସ ସମାଜବାଦୀ ପାର୍ଟି ବିଧାୟକ ଶହଜିଲ ଇସଲାମଙ୍କ ବିରୋଧରେ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକାଇ ଫସିଗଲେ ସମାଜବାଦୀ ପାର୍ଟି ବିଧାୟକ ଶହଜିଲ ଇସଲାମ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକାଇ ଫସି ଯାଇଛନ୍ତି ସମାଜବାଦୀ ପାର୍ଟି ବିଧାୟକ ଶହଜିଲ ଇସଲାମ। ଏହି ଘଟଣାରେ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜ୍ୟର ବରେଲି ଜିଲ୍ଲାର ଭୋଜିପୁରା ଆସନର ବିଧାୟକ ଶହଜିଲ ଇସଲାମ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଥିଲେ ଯେ ଯଦି ମୁଖ୍ୟମନ୍ତ୍ରୀଙ୍କ ପାଟିରୁ କୌଣସି କଥା ବାହାରେ ତାହେଲେ ଗୁଳି ଦ୍ୱାରା ଏହାର ଜବାବ ଦିଆଯିବ। 

ଏ ଘଟଣାରେ ଉତ୍ତର ପ୍ରଦେଶ ପୋଲିସ ସମାଜବାଦୀ ପାର୍ଟି ବିଧାୟକ ଶହଜିଲ ଇସଲାମଙ୍କ ବିରୋଧରେ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି। ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେବା ଭଳି ଢଙ୍ଗରେ ଅପଶବ୍ଦ କହିଥିବା ବିଧାୟକଙ୍କ ବିରୋଧରେ IPC ଧାରା ୫୦୪, ୫୦୬, ୧୫୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପ୍ରମାଣକୁ ଆଧାର କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବରେଲି ଏସଏସପି।

ଦଳ ପକ୍ଷରୁ ଆୟୋଜିତ ସମ୍ମାନ ସମାରୋହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସମାଜବାଦୀ ପାର୍ଟି ବିଧାୟକ ଶହଜିଲ ଇସଲାମ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ପ୍ରବଳ ବର୍ଷିଥିଲେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେଇ ସେ କହିଛନ୍ତି "ଯଦି ତାଙ୍କ ମୁହଁରୁ କଥା ବାହାରେ ତାହାଲେ ଆମ ବନ୍ଧୁକରୁ ବାହାରିବ ଗୁଳି"।

ଯେତେବେଳେ ମୁଁ ୨୮ ତାରିଖରେ ଶପଥ ନେବାକୁ ଯାଇଥିଲି ସେତେବେଳେ ଆମ ପୂର୍ବରୁ ଥିବା ବିଧାୟକ କହିଥିଲେ ଯେ ଆମର ୧୨୬ ଜଣ ବିଧାୟକ ଆସିଛନ୍ତି। ପୂର୍ବରୁ ଆମର ୪୭ ଜଣ ବିଧାୟକ ଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଆମକୁ ବହୁତ କିଛି କଥା କହିଥାନ୍ତି। ସେମାନେ କେବଳ ଆମକୁ ଗାଳି ଦେଇନାହାଁନ୍ତି ବରଂ ଆମ ସହ ବାକି ସବୁ କିଛି କାମ କରି ସାରିଛନ୍ତି। ବର୍ତ୍ତମାନ ଆମର ବହୁତ ଭଲ ଲୋକ ଅଛନ୍ତି। ଆମ ନେତା ଅଖିଳେଶ ଯାଦବ ବିରୋଧୀ ଦଳର ନେତା ଅଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ହୋଇ ଯୋଗୀ ଆଦିତ୍ୟନାଥ ଅପମାନଜନକ କଥା କୁହନ୍ତି ତାହେଲେ ଆମେ ମଧ୍ୟ ଚୁପ୍ ବସିବୁ ନାହିଁ। ଯଦି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମୁହଁରୁ କଥା ବାହାରେ ତାହାଲେ ଆମ ବନ୍ଧୁକରୁ ଧୂଆଁ ନୁହେଁ ବରଂ ଗୁଳି ବାହାରିବ। 

Also Read: 'ଯଦି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମୁହଁରୁ କଥା ବାହାରେ ତାହାଲେ ଆମ ବନ୍ଧୁକରୁ ବାହାରିବ ଗୁଳି'

ଆମ ନେତା ଅଖିଳେଶ ଯାଦବ ଘୋଷଣା କରିଛନ୍ତି ଆମେ ସମାଜବାଦୀ ବିଧାନସଭା ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସରକାରଙ୍କ ବିରୋଧରେ ଲଢେଇ କରିବୁ। ସମଜବାଦୀ ପାର୍ଟି କର୍ମକର୍ତ୍ତା ନିରାଶ ହେବାର କୌଣସି କାରଣ ନାହିଁ। କାରଣ ଦଳୀୟ କର୍ମକର୍ତ୍ତାଙ୍କ ମନୋବଳ ହ୍ରାସ ପାଇବାକୁ ଦିଆଯିବ ନାହିଁ। ଆମର ଅନେକ ବିଧାୟକ ୧ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେଥିପାଇଁ ଆମେ ବିରୋଧ କରିବୁ। ଦରକାର ପଡ଼ିଲେ ଆମେ ରାସ୍ତା ଜାମ କରିବୁ।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଡ଼କୁ ଇସାରା କରି ସମାଜବାଦୀ ପାର୍ଟି ବିଧାୟକ ଶହଜିଲ ଇସଲାମ କହିଛନ୍ତି ସେହି ଦିନ ଚାଲି ଗଲାଣି ଯେତେବେଳେ ତାଙ୍କର ଏକଛତ୍ରବାଦୀ ଶାସନ ଚାଲିଥିଲା। ବର୍ତ୍ତମାନ ବିଧାନସଭାରେ ଏକ ଦୃଢ ବିରୋଧ ଦଳ ରହିଛି।

ନିଜର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ଏହା ଉପରେ ସଫେଇ ଦେଇ ସେ କହିଛନ୍ତି ଏକ ନ୍ୟୁଜ୍ ଚ୍ୟାନେଲ ମୋ ଭିଡିଓ ଏଡିଟ୍ କରି ଏହାକୁ ବିବାଦୀୟ ଭାବେ ଦର୍ଶାଇଛି। ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଁ କହିଥିଲି ଯେ ଆମେ ଏକ ଦୃଢ ବିରୋଧୀ ଦଳ ହୋଇଥିବାରୁ ପ୍ରତ୍ୟେକ କଥାର ଜବାବ ସେପରି ଦେବୁ ଯେପରି ବନ୍ଧୁକରୁ ଧୂଆଁ ନୁହେଁ ଗୁଳି ବାହାରିଥାଏ।