UP Minister Rakesh Sachan: ଜେଲ ପରିସରରୁ ଗାଏବ ହୋଇଗଲେ ମନ୍ତ୍ରୀ, ପୋଲିସ ତଦନ୍ତ ଆରମ୍ଭ
Advertisement
Article Detail0/zeeodisha/odisha1293953

UP Minister Rakesh Sachan: ଜେଲ ପରିସରରୁ ଗାଏବ ହୋଇଗଲେ ମନ୍ତ୍ରୀ, ପୋଲିସ ତଦନ୍ତ ଆରମ୍ଭ

UP Minister Rakesh Sachan: ଏନେଇ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ ମନ୍ତ୍ରୀଙ୍କ ଆର୍ମସ୍ ଆକ୍ଟ କେସ୍ କେସ ସହ ଜଡ଼ିତ ଫାଇଲ୍ ତାଙ୍କ ଓକିଲଙ୍କ ପାଖରେ ରହିଥିଲା। ଯେତେବେଳେ ସେ ଅର୍ଡର ଚିଠି ଏବଂ ଦୋଷୀ ସାବ୍ୟସ୍ତ ହେବା ସହିତ ହଠାତ୍ କୋର୍ଟ ପରିସରରୁ ଅଦୃଶ୍ୟ ହୋଇଯାଇଥିଲେ।

UP Minister Rakesh Sachan: ଜେଲ ପରିସରରୁ ଗାଏବ ହୋଇଗଲେ ମନ୍ତ୍ରୀ, ପୋଲିସ ତଦନ୍ତ ଆରମ୍ଭ

UP Minister Rakesh Sachan: ରାଜ୍ୟର କାନପୁର ଜିଲ୍ଲାର ଏକ ଅଦାଲତରେ ଜାମିନ ମୁଚାଲିକା ପୂରଣ ନକରି କୋର୍ଟ ପରିସରରୁ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ରାକେଶ ସଚ୍ଚନ ନିଖୋଜ ହୋଇଯିବା ଘଟଣାରେ ରବିବାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି ପୋଲିସ। ଏନେଇ ପ୍ରତିକ୍ରିୟା ରଖି କାନପୁର ପୋଲିସ କମିଶନର ବିପି ଜୋଗନଣ୍ଡ କହିଛନ୍ତି ଯେ ଏସିପି ଅଶୋକ କୁମାର ସିଂହ ଏଫଆଇଆର ପଞ୍ଜୀକରଣ କରିବା ପୂର୍ବରୁ ପୋଲିସ ନିକଟରେ ହୋଇଥିବା ଲିଖିତ ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିବାକୁ କୁହାଯାଇଛି।

ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଜିଲ୍ଲା ଅଦାଲତରେ ଅବେଦନ କରିଥିବା ଉତ୍ତର ପ୍ରଦେଶ ମନ୍ତ୍ରୀ ସୋମବାର ଜାମିନ ପାଇଁ ଅଦାଲତରେ ହାଜର ହେବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ ଏଫଆଇଆର ପଞ୍ଜୀକରଣ କରିବା ପରିବର୍ତ୍ତେ ପ୍ରାଥମିକ ତଦନ୍ତ ମନ୍ତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଦ୍ୱାରା ସେ ଆଇନଗତ ସୁରକ୍ଷା ପାଇବା ପାଇଁ ଜାମିନ ପ୍ରଦାନ କରିପାରିବେ।

ମନ୍ତ୍ରୀ ରାକେଶ ସଚ୍ଚନ (UP Minister Rakesh Sachan) କହିଛନ୍ତି ଯେ ବରିଷ୍ଠ ଆଇନଜୀବୀଙ୍କ ଏକ ଟିମ୍ ସମ୍ପୃକ୍ତ ଅଦାଲତରେ ଅଛନ୍ତି ଏବଂ ଏହି ଘଟଣାର ତଦନ୍ତ କରିବେ। ତିନି ଦଶନ୍ଧି ପୁରୁଣା ଅସ୍ତ୍ରଶସ୍ତ୍ର ଆଇନ ମାମଲାରେ ଶନିବାର ଅତିରିକ୍ତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କି ନାହିଁ  ତାହା ସେ ଜାଣିନାହାଁନ୍ତି ବୋଲି କହିଛନ୍ତି ମନ୍ତ୍ରୀ। ମୁଁ ଅଦାଲତଙ୍କ ରାୟକୁ ସମ୍ମାନ କରିବି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଶନିବାର ରାତିରେ କୋର୍ଟ ପାଠକ କାମିନୀ ମନ୍ତ୍ରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ମନ୍ତ୍ରୀଙ୍କ ଆର୍ମସ୍ ଆକ୍ଟ କେସ୍ କେସ ସହ ଜଡ଼ିତ ଫାଇଲ୍ ତାଙ୍କ ଓକିଲଙ୍କ ପାଖରେ ରହିଥିଲା। ଯେତେବେଳେ ସେ ଅର୍ଡର ଚିଠି ଏବଂ ଦୋଷୀ ସାବ୍ୟସ୍ତ ହେବା ସହିତ ହଠାତ୍ କୋର୍ଟ ପରିସରରୁ ଅଦୃଶ୍ୟ ହୋଇଯାଇଥିଲେ।

ପ୍ରାୟ ୩ ଦଶକ ପୂର୍ବର ପୁରୁଣା ଆର୍ମସ୍ ଆକ୍ଟ ମାମଲାରେ ମନ୍ତ୍ରୀ ରାକେଶ ସଚ୍ଚନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଶନିବାର ଦିନ ଦଣ୍ଡବିଧାନ ଶୁଣାଣି କରାଯିବା ପୂର୍ବରୁ ଜାମିନ ମୁଚାଲିକା (Bail Bond) ପୂରଣ ନକରି କୋର୍ଟ ପରିସରରୁ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ରାକେଶ ସଚ୍ଚନ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ହେଲେ ନିଖୋଜ ଅଭିଯୋଗକୁ ମନ୍ତ୍ରୀ ଅସ୍ୱୀକାର କରି କହିଛନ୍ତି ଯେ ତାଙ୍କ ମାମଲା ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ତାଙ୍କ ମାମାଲା ତାଲିକାଭୁକ୍ତ ନ ଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ମନ୍ତ୍ରୀ କୋର୍ଟ ପରିସରରୁ ବାହାରି ଯାଇଥିଲେ ଯେତେବେଳେ କୋର୍ଟ ପ୍ରତିରକ୍ଷା ଓକିଲଙ୍କୁ ଦଣ୍ଡାଦେଶ ବାବଦରେ ପକ୍ଷ ରଖିବାକୁ କହିଥିଲେ। ଅଧିକାରୀ କହିଛନ୍ତି ଯେ ବରିଷ୍ଠ ନ୍ୟାୟିକ ଅଧିକାରୀଙ୍କ ସହ ମାରାଥନ ବୈଠକ ପରେ ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ପଞ୍ଜୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

Also Read: Uttar Pradesh Politics: ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

ଗତ ୧୯୯୧ ମସିହାରେ ପୋଲିସ ରାକେଶ ସଚ୍ଚନଙ୍କ ନିକଟରୁ ଏକ ବେଆଇନ ଅସ୍ତ୍ର ଉଦ୍ଧାର କରିଥିଲା। ମନ୍ତ୍ରୀ ସଚ୍ଚନ ସମାଜବାଦୀ ପାର୍ଟି (Samajwadi Party) ଏବଂ ଏହାର ମୁଖ୍ୟ ଅଖିଳେଶ ଯାଦବଙ୍କୁ (Akhilesh Yadav) ତାଙ୍କ ଟ୍ୱିଟ୍ ଏବଂ ରିଟ୍ୱିଟ ଉପରେ ଜବାବ ଦେଇ କହିଛନ୍ତି ଯେ ଯେତେବେଳେ ଆମେ ସେମାନଙ୍କ ସହ ଥିଲୁ ସେତେବେଳେ ଆମେ ବହୁତ ଭଲ ଥିଲୁ। ବର୍ତ୍ତମାନ ବିଜେପି ସହ ରହିଥିବାରୁ ଆମେ ଚୋର ହୋଇଯିବା ସହପଳାତକ ମନ୍ତ୍ରୀ ହୋଇଯାଇଛୁ।

ଗତ ୧୯୯୦ ଦଶକ ଆରମ୍ଭରେ ସମାଜବାଦୀ ପାର୍ଟିରୁ ରାଜନୀତି ଆରମ୍ଭ କରିଥିଲେ ରାକେଶ ସଚ୍ଚନ। ୧୯୯୩ ଏବଂ ୨୦୦୨ ବର୍ଷରେ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ ରାଜ୍ୟର କାନପୁର ଜିଲ୍ଲାର (Kanpur Nagar District) ଘାଟପୁର ବିଧାନସଭା ଆସନରୁ (Ghatampur Assembly Constituency) ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୦୯ ଲୋକସଭା ନିର୍ବାଚନରେ ସେ କଂଗ୍ରେସ (Congress) ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଫତେହପୁର ଲୋକସଭା ଆସନରୁ (Fatehpur Lok Sabha Constituency) ନିର୍ବାଚନରେ ହୋଇଥିଲେ। ମାତ୍ର ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପୂର୍ବରୁ ସେ କଂଗ୍ରେସ ଛାଡି ବିଜେପି (BJP) ହାତ ଧରିଥିଲେ। ଏହି ନିର୍ବାଚନରେ ସେ କାନପୁର ଦେହାତ ଜିଲ୍ଲାର (Kanpur Dehat District) ଭୋଗନିପୁର ବିଧାନସଭା ଆସନରୁ (Bhognipur Assembly Constituency) ନିର୍ବାଚିତ ହେବା ପରେ ସେ ମୁଖ୍ୟମନ୍ତ୍ରୀ ଯୋଗ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାରରେ ମନ୍ତ୍ରୀ ହୋଇଥିଲେ।