UP Poll 2022: କିପରି ମୁସଲିମ ଭୋଟ ପାଇବ BJP? ଉପାୟ କହିଲେ ସମାଜବାଦୀ ପାର୍ଟି ସାଂସଦ
Advertisement

UP Poll 2022: କିପରି ମୁସଲିମ ଭୋଟ ପାଇବ BJP? ଉପାୟ କହିଲେ ସମାଜବାଦୀ ପାର୍ଟି ସାଂସଦ

ବିବାଦୀୟ ବୟାନ ବାଜି କରିବାକୁ ନେଇ ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ଲୋକସଭା ସାଂସଦ  ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। 

UP Poll 2022: କିପରି ମୁସଲିମ ଭୋଟ ପାଇବ BJP? ଉପାୟ କହିଲେ ସମାଜବାଦୀ ପାର୍ଟି ସାଂସଦ

ଲକ୍ଷ୍ନୌ: ବିବାଦୀୟ ବୟାନ ବାଜି କରିବାକୁ ନେଇ ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ଲୋକସଭା ସାଂସଦ ଡ.ଶଫିକୁର୍ର ରେହମାନ ବର୍କ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ନିର୍ବାଚନରେ ବିଜେପି କିପରି ମୁସଲିମ ଭୋଟ ହାତେଇବ ତାହାର ଉପାୟ କହିଛନ୍ତି ସେ।

ଏନେଇ ସମାଜବାଦୀ ପାର୍ଟି ଲୋକସଭା ସାଂସଦ ଡ.ଶଫିକୁର୍ର ରେହମାନ ବର୍କ କହିଛନ୍ତି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରି ସେମାନଙ୍କ ଭୋଟ ନେବାକୁ ପ୍ରୟାସ କରୁଛି। ରାଜ୍ୟର ମୁସଲିମମ ବହୁଳ ଜିଲ୍ଲାରେ ଏଟିଏସ୍ କମାଣ୍ଡୋ ସେଣ୍ଟର ଏବଂ ପିଏସି ସେଣ୍ଟର ଖୋଲିବାକୁ ଘୋଷଣା କରି ମୁସଲମାନଙ୍କ ଉପରେ ଚାପ ସୃଷ୍ଟି କରିବାକୁ ବିଜେପି ସରକାର କାର୍ଯ୍ୟ କରୁଛି।

ମୁସଲମାନଙ୍କ ଉପରେ ଚାପ ସୃଷ୍ଟି କରିବା ବିଜେପି ସରକାରଙ୍କ ନୀତିର ଏକ ଅଂଶ। ଏହି କାରଣରୁ ଏଟିଏସ୍ କମାଣ୍ଡୋ ସେଣ୍ଟର ଏବଂ ପିଏସି କେନ୍ଦ୍ର ଖୋଲିବାକୁ ଘୋଷଣା କରାଯାଇଛି ଯେଉଁଠାରେ ମୁସଲମାନଙ୍କ ଜନସଂଖ୍ୟା ଅଧିକ ରହିଛି। ଦେଓବନ୍ଦ ଠାରେ ଏଟିଏସ୍ କମାଣ୍ଡୋ ସେଣ୍ଟର ଏବଂ ସମ୍ଭଲ ଠାର ପିଏସି ସେଣ୍ଟର ଖୋଲିବା ବିଜେପି ସରକାରଙ୍କ ନୀତିକୁ ଦର୍ଶାଉଛି।

Also Read: ଝିଅଙ୍କ ବିବାହ ବୟସ ବଢାଇବା ପରିବର୍ତ୍ତେ ଏହାକୁ ହ୍ରାସ କଲେ ମିଳିବ ଲାଭ: ସମାଜବାଦୀ ପାର୍ଟି ସାଂସଦ

ଅନ୍ୟପଟେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ବାବଦରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ରଖିଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜମୀୟତ୍ ଉଲେମା-ଇ-ହିନ୍ଦ ମୁଖ୍ୟ ମୌଲାନା ମହମୁଦ ମଦାନୀ।

ଏକ ଗଣମାଧ୍ୟମ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ନିର୍ବାଚନ ଭଳି ସମୟରେ କିମ୍ବା ରାଜନୈତିକ କାରଣ ଲାଗି ଜିନ୍ନାଙ୍କ ନାମ ବ୍ୟବହାର କରିବା ହେଉଛି ମୂର୍ଖାମୀ। ସ୍ୱାଧୀନତା ପୂର୍ବରୁ ଭାରତୀ ମୁସଲମାନ ଜିନ୍ନାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜିନ୍ନାଙ୍କ ପାଖରେ କୌଣସି ଭଲ ଗୁଣ ହୁଏତ ରହିଥାଇ ପାରେ ହେଲେ ଆମ ପାଇଁ ଏହାର କୌଣସି ମୂଲ୍ୟ ନାହିଁ। 

Also Read: 'ଗାଈ ଆମର ମାତା ଥିଲା, ଅଛି ଏବଂ ସର୍ବଦା ରହିବ'

ଜିନ୍ନାଙ୍କ ବାବଦରେ ସମାଜବାଦୀ ପାର୍ଟି ସୁପ୍ରିମୋ ରଖିଥିବା ବୟାନର କୌଣସି ପ୍ରଭାର ମୁସଲମାନ ସମ୍ପ୍ରଦାୟ ଉପରେ ପଡି଼ବ ନା ନାହିଁ ଏବଂ ଏଭଳି ବୟାନ ରଖିବା କାରଣରୁ ମୁସଲିମ ମତାଦାତା ଅଖିଲେଶ ଯାଦବଙ୍କୁ ଭୋଟ ଦେବେ ନା ନାହିଁ ତାହାର  ଜବାବ ରଖି ମୌଲାନା ମହମୁଦ ମଦାନୀ କହିଛନ୍ତି ଏହା କେବେ ହୋଇପାରିବ ନାହିଁ। ଭାରତରେ ରହୁଥିବା ମୁସଲମାନ ବାଇଚାନ୍ସ ଇଣ୍ଡିଆନ () ନୁହଁନ୍ତି ବରଂ ବାଇ ଚୟସ ଇଣ୍ଡିଆନ। ଜିନ୍ନାଙ୍କୁ ଭାରତୀୟ ମୁସଲମାନ ୧୯୪୨, ୧୯୧୪୬, ୧୯୪୭ ମସିହାରୁ ପ୍ରତ୍ୟାଖ୍ୟାନ କରିଆସିଛନ୍ତି। ଅଖିଳେଶ ଯାଦବ ଜିନ୍ନାଙ୍କ ନାମ କାହିଁକି ଉଲ୍ଲେଖ କଲେ? ଏନେଇ ସେ କହିଥିଲେ ବିଜେପି ନେତା ଆଡଭାନୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା କାହିଁକି ନେଇଥିଲେ ଏବଂ ବର୍ତ୍ତମାନ ଅଖିଲେଶ ଯାଦବ କାହିଁକି ନେଇଛନ୍ତି ସେମାନେ ତାହା କହିପାରିବେ।

fallback

ଜିନ୍ନାଙ୍କ ଉପରେ ପୁନର୍ବାର ପଚରାଯାଇଥିବା ପ୍ରଶ୍ନ ଉପରେ ମଦାନୀ କହିଛନ୍ତି ଏହା ମୂର୍ଖାମୀ ବ୍ୟତୀତ ଆଉ କିଛି ନୁହେଁ। ଜିନ୍ନାଙ୍କ ପାଖରେ କୌଣସି ଭଲ ଗୁଣ ରହିଥାଇପାରେ ହେଲେ ଆମ ପାଇଁ ତାହାର କୌଣସି ମୂଲ୍ୟ ନାହିଁ। ସେ କୁରାଢୀ ମାରି ଚାଲିଯାଇଥିଲେ। ତାଙ୍କ ସହିତ ଆମ କୌଣସି ସମ୍ପର୍କ ନାହିଁ। ଅଖିଳେଶ ଯାଦବ ଏକ ସ୍ୱାଧୀନ ରାଜନୈତିକ ଦଳର ନେତା। ବୋଧହୁଏ ସେ ତାଙ୍କର କୌଣସି ଗୁଣକୁ ପସନ୍ଦ କରୁଥାଇ ପାରନ୍ତି ତାହଲେ ସେ ତାଙ୍କ ପ୍ରଶଂସା କରିପାରନ୍ତି। ହେଲେ ଏହାକୁ ମୁସଲମାନଙ୍କ କାହିଁକି ଯୋଡ଼ା ଯାଉଛି? ମୁଁ ମଧ୍ୟ ଏହାକୁ ବିରୋଧ କରେ। ଯେ କେହି ଅନ୍ୟ ଜଣେ ଲୋକଙ୍କୁ ପ୍ରଶଂସା କରିପାରନ୍ତି। ବର୍ତ୍ତମାନ ଲୋକେ ଗଡସେଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି। 

Also Read: UP Poll 2022: ନିର୍ବାଚନ ମୈଦାନରେ ଦଳ, ଜେଲରେ ଦଳୀୟ ପ୍ରାର୍ଥୀ!

ଉତ୍ତର ପ୍ରଦେଶରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟ ଉଦ୍ଦେଶ୍ୟରେ ନିବେଦନ କରି ମୌଲାନା ମହମୁଦ ମଦାନୀ କହିଛନ୍ତି କୌଣସି ଦଳକୁ ପରାସ୍ତ କରିବାକୁ ଭୋଟ୍ ନିଦିଅନ୍ତୁ। ଭୋଟ ଦେବାର ଉଦ୍ଦେଶ୍ୟ ଜିତିବା ହେବା ଆବଶ୍ୟକ। ଭାରତୀୟ ମୁସଲମାନ ଭାରକୀୟ ଉପମହାଦେଶର ମୁସଲମାନଙ୍କ ତୁଳନାରେ କମ୍ ନୁହଁନ୍ତି, ବରଂ ଅଧିକ। କେତେକ ରାଜନୈତିକ ଦଳ ସେମାନଙ୍କର ଉଦ୍ଦେଶ୍ୟ ପୂରଣ କରିବାକୁ ମୁସଲମାନଙ୍କୁ ବଦନାମ କରିଛନ୍ତି।