Uttar Pradesh Violence:୩୫୭ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
Advertisement
Article Detail0/zeeodisha/odisha1222064

Uttar Pradesh Violence:୩୫୭ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଗତ ୧୦ ତାରିଖ ଶୁକ୍ରବାର ଜୁମା ନମାଜ ପରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜୁନ ୧୬ ତାରିଖ ଗୁରୁବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୫୭ ଉପଦ୍ରବୀଙ୍କୁ ଗିରଫ କରାଯାଇଛି।

Uttar Pradesh Violence:୩୫୭ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Uttar Pradesh Police:ଗତ ୧୦ ତାରିଖ ଶୁକ୍ରବାର ଜୁମା ନମାଜ ପରେ ରାଜ୍ୟରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ ୩୫୭ ଅଭିଯୁକ୍ତଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ। ହିଂସାକାଣ୍ଡ ଘଟଣାରେ ଜଡିତ ରହିଥିବା ଉପଦ୍ରବୀଙ୍କୁ ଚିହ୍ନଟ କରି ସେମାନଙ୍କ ଗିରଫଦାରୀ ପ୍ରକ୍ରିୟା ଜାରି ରଖିଛି ପୋଲିସ। ଶୁକ୍ରବାର ଜୁମା ନମାଜ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଭିଆଇଥିଲେ ଉପଦ୍ରବୀ।   

ଏନେଇ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ପୋଲିସ ଆଇନ ଶୃଙ୍ଖଳା ବିଭାଗ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଗତ ୧୦ ତାରିଖ ଶୁକ୍ରବାର ଜୁମା ନମାଜ ପରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜୁନ ୧୬ ତାରିଖ ଗୁରୁବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୫୭ ଉପଦ୍ରବୀଙ୍କୁ ଗିରଫ କରାଯାଇଛି। ରାଜ୍ୟର ପ୍ରୟାଗରାଜ ଜିଲ୍ଲାରୁ ୯୭, ସହାରନପୁର ଜିଲ୍ଲାରୁ ୮୫, ହାଥରସ ଜିଲ୍ଲାରୁ ୫୫, ମୁରାଦାବାଦ ଜିଲ୍ଲାରୁ ୪୦, ଫିରୋଜାବାଦ ଜିଲ୍ଲାରୁ ୨୦, ଆମ୍ବେଦକର ନଗର ଜିଲ୍ଲାରୁ ୪୧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  

ଏହା ବ୍ୟତୀତ ଆଲିଗଡ ଜିଲ୍ଲାରୁ ୬, ଲଖୀମପୁର ଖୀରୀ ଜିଲ୍ଲାରୁ ୮, ଜାଲୌନ ଜିଲ୍ଲାରୁ ୫ ଲୋକଙ୍କୁ ଗିରଫ କରାଯାଇଥିବା ଉତ୍ତର ପ୍ରଦେଶ ପୋଲିସ ଆଇନ ଶୃଙ୍ଖଳା ବିଭାଗ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି। ଗତ ଜୁନ ୧୦ ତାରିଖ ଶୁକ୍ରବାର ଜୁମା ନମାଜ ପରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ରାଜ୍ୟର ୯ ଜିଲ୍ଲାରେ ୧୩ FIR ରୁଜୁ କରିଛି ଉତ୍ତର ପ୍ରଦେଶ ପୋଲିସ। ହିଂସାକାଣ୍ଡ ସମୟରେ ୧୩ ସରକାରୀ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପଟେ ୫ ଗାଡ଼ିରେ ନିଆଁ ଲଗାଇ ଦେବା ସହ ତିନୋଟି ଗାଡ଼ିକୁ ହିଂସାକାଣ୍ଡ ସମୟରେ ଭାଙ୍ଗି ଦେଇଥିଲେ ଉପଦ୍ରବୀ।    

Also Read: ନୂପୂର ଶର୍ମାଙ୍କୁ ଗିରଫ ଦାବିରେ ଜୁମା ନମାଜ ପରେ ହିଂସାକାଣ୍ଡ

Also Read: ଦଙ୍ଗା ପରେ ଦଙ୍ଗାକାରୀଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେଲା ପୋଲିସ; ଭିଡ଼ିଓ ସେୟାର କଲେ ବିଧାୟକ

Also Read: Prophet Muhammad Row Protest: ନପୁର ଶର୍ମାଙ୍କ ବାହାନାରେ ରାଞ୍ଚିରେ ଉପଦ୍ରବୀଙ୍କ ହିଂସା; କର୍ଫ୍ୟୁ ଘୋଷଣା