Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ବଦଳୁଛି ରାଜନୈତିକ ପାଣିପାଗ
Advertisement
Article Detail0/zeeodisha/odisha1251824

Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ବଦଳୁଛି ରାଜନୈତିକ ପାଣିପାଗ

Uttar Pradesh Politics:

Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ବଦଳୁଛି ରାଜନୈତିକ ପାଣିପାଗ

Uttar Pradesh Politics: ବିଧାନସଭା, ବିଧାନ ପରିଷଦ, ରାଜ୍ୟସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶ ରାଜନୀତିରେ ଜାରି ରହିଛି ହଟଚମଟ। ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ସମାଜବାଦୀ ମେଣ୍ଟରୁ ସହଯୋଗୀ ଦଳ ଦୂରେଇ ଯାଉଥିବା ବେଳେ ଅନ୍ୟ ଦଳ ସମାଜବାଦୀ ପାର୍ଟିର ନିକଟତର ହେବାରେ ଲାଗିଛନ୍ତି। ବିଧାନସଭା ନିର୍ବାଚନରେ ସମାଜ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢିଥିବା ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଏବଂ ଅଖିଳେଶ ଯାଦବଙ୍କ ମଧ୍ୟରେ ତାଳମେଳ ଠିକ୍ ରହୁନାହିଁ। ଯାହାର ଉଦାହରଣ ବିଧାନସଭା ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ଅନ୍ୟପଟେ ସମାଜବାଦୀ ମେଣ୍ଟରେ ସାମିଲ ହୋଇଥିବା ଅନ୍ୟ ସହଯୋଗୀ ଦଳ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି। ମାତ୍ର ରାଷ୍ଟ୍ରପତି ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଏକାଠି ହୋଇ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଜଣାଇଛନ୍ତି।

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ବେଳେ ବଦଳିବାରେ ଲାଗିଛି ଉତ୍ତର ପ୍ରଦେଶ ରାଜନୈତିକ ପାଣିପାଗ। ଏନେଇ କୁହାଯାଉଛି ଯେ  ଆସନ୍ତା ୨୦୧୪ ଲୋକସଭା ନିର୍ବାଚନରେ ରାଜ୍ୟରେ ନୂତନ ରାଜନୈତିକ ସମୀକରଣ ଗଠନ ହୋଇପାରେ। ରାଷ୍ଟ୍ରପତି ନିର୍ବାଚନରୁ ଏହାର ଲକ୍ଷଣ ଦୃଶ୍ୟମାନ ହେଉଛି। ନିକଟରେ ରାଜଧାନୀ ଲକ୍ଷ୍ନୌ ଠାରେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସପକ୍ଷରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ରାତ୍ରୀ ଭୋଜନ ଆୟୋଜନ କରିଥିଲେ। ହେଲେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର କିମ୍ବା ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ହେଲେ ସମାଜବାଦୀ ପାର୍ଟି ପକ୍ଷରୁ ଆୟୋଜିତ ହେଉଥିବା ରାତ୍ରୀ ଭୋଜନରେ ଯୋଗ ଦେବା ଲାଗି କଂଗ୍ରେସ ବିଧାୟିକ ଆରାଧନା ମିଶ୍ର ମୋନାଙ୍କୁ ନିମନ୍ତ୍ରଣ ମିଳିଥିଲା।

ଅନ୍ୟପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ଏନଡିଏ ପ୍ରାର୍ଥୀ ଦ୍ରୌଦୀ ମୁର୍ମୁଙ୍କ ଲାଗି ଏକ ରାତ୍ରୀ ଭୋଜନ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର କିମ୍ବା ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଥିଲେ ଶିବପାଲ ଯାଦବ। ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ମୋତେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବାକୁ କହିଥିଲେ ଏବଂ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ତାଙ୍କୁ ଭୋଟ୍ ଦେବି। ଅନ୍ୟପଟେ ଓମ ପ୍ରକାଶ ରାଜଭର ଏକ ବିବୃତ୍ତିରେ କହିଛନ୍ତି ଯେ ସେ ଅଖିଳେଶ ଯାଦବଙ୍କ ଠାରୁ ଛାଡପତ୍ର ପାଇବାକୁ ଅପେକ୍ଷା କରିଛନ୍ତି।

ବର୍ତ୍ତମାନ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଦୂରତା ହ୍ରାସ ପାଉଥିବା କୁହାଯାଉଛି। ନିକଟରେ ଯେତେବେଳେ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ଦଳ ବିରୋଧି ଦଳ ମାନ୍ୟତା ହରାଇଲା ସେତେବେଳେ ସମାଜବାଦୀ ପାର୍ଟି ସହିତ କଂଗ୍ରେସ ଏହାକୁ ବିରୋଧ କରିଥିଲା। ପୂର୍ବତନ କଂଗ୍ରେସ ବିଧାନ ପରିଷଦ ସଦସ୍ୟ ଦୀପକ ସିଂହ ଏହାକୁ ନିୟମ ବିରୁଦ୍ଧରେ କହିଛନ୍ତି। ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି-କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଥିଲା। ମାତ୍ର ପରେ ଦୁଇ ଦଳ ଅଲଗା ହୋଇଯାଇଥିଲେ। ହେଲେ ବର୍ତ୍ତମାନ ପୁଣିଥରେ ଦୁଇ ଦଳ ମଧ୍ୟରେ ରାଜନୈତିକ ଦୂରତା ହ୍ରାସ ପାଇବାରେ ଲାଗିଛି।

Also Read: UP Politics: ବିଧାନ ପରିଷଦରେ ବିରୋଧି ଦଳ ପଦ ହରାଇଲା ସମାଜବାଦୀ ପାର୍ଟି

Also Read: Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ସମାଜବାଦୀ ମେଣ୍ଟରେ ଫାଟ

Also Read: UP Politics: ମହାନ ଦଳ ପରେ ସମାଜବାଦୀ ମେଣ୍ଟରୁ ବାହାରିଯିବ ସୁହଲଦେବ ଭାରତୀୟ ସମାଜ ପାର୍ଟି