UP Politics: ଟ୍ୱିଟ କୁ ନେଇ ଆରମ୍ଭ ହୋଇଗଲା ଚର୍ଚ୍ଚା, ପୁଣି ଏକାଠି ହେବେ କି SP-BSP?
Advertisement

UP Politics: ଟ୍ୱିଟ କୁ ନେଇ ଆରମ୍ଭ ହୋଇଗଲା ଚର୍ଚ୍ଚା, ପୁଣି ଏକାଠି ହେବେ କି SP-BSP?

SP BSP Alliance: ଗତ ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମେଣ୍ଟ କରି ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଏହି ନିର୍ବାଚନରେ ​​ପରାଜୟ ପରେ ଦୁଇ ଦଳ ଅଲଗା ହୋଇ ଯାଇଥିଲେ। 

UP Politics: ଟ୍ୱିଟ କୁ ନେଇ ଆରମ୍ଭ ହୋଇଗଲା ଚର୍ଚ୍ଚା, ପୁଣି ଏକାଠି ହେବେ କି SP-BSP?

Mayawati Akhilesh Yadav: ଉତ୍ତର ପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ଦରଦାମ ବୃଦ୍ଧି ଏବଂ କୃଷକଙ୍କ ସମସ୍ୟାକୁ ନେଇ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏନେଇ ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ଠାରୁ ବିଧାନସଭା ପର୍ଯ୍ୟନ୍ତ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା। ହେଲେ ପଦଯାତ୍ରା ଆୟୋଜନ ଲାଗି ଅନୁମତି ମିଳି ନ ଥିବାରୁ ପୋଲିସ ଏହାକୁ ବନ୍ଦ କରି ଦେଇଥିଲା। ଏହି ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ବିରୋଧି ଦଳ  ଅଖିଳେଶ ଯାଦବଙ୍କୁ ବିଏସପି ସୁପ୍ରିମୋ ମାୟାବତୀଙ୍କ ସମର୍ଥନ ମିଳିଛି। ପ୍ରାୟ ୪ ବର୍ଷ ପରେ ମାୟାବତୀ ଅଖିଳେଶ ଯାଦବଙ୍କ ସପକ୍ଷରେ କିଛି କହିଛନ୍ତି।

ଏନେଇ ବହୁଜନ ସମାଜବାଦୀ ପାର୍ଟି (Bahujan Samaj Party) ବିଏସପି ସୁପ୍ରିମୋ ମାୟାବତୀ (BSP Supremo Mayawati) ତିନୋଟି ଟ୍ୱିଟ୍ କରି ସମାଜବାଦୀ ପାର୍ଟି (Samajwadi Party) କିମ୍ବା ଏହାର ଅଧ୍ୟକ୍ଷ (SP President Akhilesh Yadav) ଅଖିଳେଶ ଯାଦବଙ୍କ ନାଁ ନ ନେଇ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାରଙ୍କୁ (Uttar Pradesh BJP Govt) ଟାର୍ଗେଟ କରିଛନ୍ତି। ସମାଜବାଦୀ ପାର୍ଟି ନେତାଙ୍କ ପଦଯାତ୍ରା ସମୟରେ ସେମାନଙ୍କୁ ଅଟକାଇବାକୁ ନେଇ ପାଇଁ ମାୟାବତୀ ବିଜେପି ସରକାରକୁ ଘେରିବାକୁ ଚେଷ୍ଟା କରିଛନ୍ତି। ଏନେଇ ସେ କହିଛନ୍ତି ବିକ୍ଷୋଭ ପ୍ରଦର୍ଶନକୁ ଅନୁମତି ନ ଦେବା ବିଜେପି ସରକାରଙ୍କ ନୂଆ ଏକଛତ୍ରବାଦୀ ନୀତି ପାଲଟିଛି।

Also Read: Uttar Pradesh Politic: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ବିରୋଧରେ ବର୍ଷିଲେ ବିଏସପି ସୁପ୍ରିମୋ ମାୟାବତୀ

ବିଏସପି ସୁପ୍ରିମୋ ମାୟାବତୀ ଟ୍ୱିଟ୍ କରି କହିଛନ୍ତି ଯେ ବିରୋଧୀ ଦଳଙ୍କୁ ସରକାରଙ୍କ ଜନ ବିରୋଧୀ ନୀତି ତଥା ଏହାର ନିରଙ୍କୁଶତା ତଥା ଅତ୍ୟାଚାର ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ନ ଦେବା ବିଜେପି ସରକାରଙ୍କ ଏକ ନୂତନ ଏକଛତ୍ରବାଦୀ ନୀତିରେ ପରିଣତ ହୋଇଛି। ଏହା ସହିତ କଥା କଥାରେ ଅଭିଯୋଗ ଦାଏର କରି ଲୋକଙ୍କୁ ଗିରଫ କରିବା ତଥା ବିରୋଧକୁ ଦମନ କରିବା ପାଇଁ ବିଜେପି ସରକାରଙ୍କ  ଧାରଣା ଅତ୍ୟନ୍ତ ମାରାତ୍ମକ। 

ଦ୍ୱିତୀୟ ଟ୍ୱିଟ୍‌ ରେ ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି ଏହି କ୍ରମରେ, ଫିସ୍ ବୃଦ୍ଧି ପ୍ରତିବାଦରେ ଛାତ୍ରଙ୍କ ପକ୍ଷରୁ କରାଯାଉଥିବା ଆନ୍ଦୋଳନକୁ ଯେପରି ଭାବେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦମନ କରିବାକୁ ଚେଷ୍ଟା କରାଯାଉଛି ତାହା ଅନୁଚିତ ଏବଂ ନିନ୍ଦନୀୟ। ଉତ୍ତର ପ୍ରଜେଶ ସରକାର ଏହାର ସ୍ୱେଚ୍ଛାଚିରିତାକୁ ତ୍ୟାଗ କରି ବିଶ୍ୱ ବିଦ୍ୟାଳୟ ଛାତ୍ରଙ୍କ ଦାବି ଉପରେ ସହାନୁଭୂତି ପୂର୍ବକ ବିଚାର କରାଯାଉ। ବିଏସପି ଏହି ଦାବି କରୁଛି। 

ତୃତୀୟ ଟ୍ୱିଟ ରେ ବିଏସପି ସୁପ୍ରିମୋ କହିଛନ୍ତି ଦରଦାମ ବୃଦ୍ଧି, ଦାରିଦ୍ର୍ୟ, ବେକାରୀ, ଖରାପ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆଇନ ଶୃଙ୍ଖଳା ପ୍ରତି ଉତ୍ତର ପ୍ରଦେଶ  ସରକାରଙ୍କ ଅବହେଳା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନ ଦେବା ତଥା ଏହାକୁ ଦମନ କରିବା ପୂର୍ବରୁ ଶାସକ ବିଜେପି  ଏ କଥା ଚିନ୍ତା କରିବା ଆବଶ୍ୟକ ଯେ କଥା କଥାରେ ବିଧାନ ଭବନ ସାମ୍ନାରେ ରାସ୍ତା ଅବରୋଧ କରିବାରେ  ସେମାଙ୍କର କଳା ଇତିହାସ ରହିଛି। 

ଗତ ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମେଣ୍ଟ କରି ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଏହି ନିର୍ବାଚନରେ ​​ପରାଜୟ ପରେ ଦୁଇ ଦଳ ଅଲଗା ହୋଇ ଯାଇଥିଲେ। ବର୍ତ୍ତମାନ ଟ୍ୱିଟ ପରେ ଅଖିଳେଶ ଯାଦବ ଏବଂ ମାୟାବତୀ ପୁଣି ଥରେ ଏକାଠି ହେବେ କି ନାହିଁ ତାହାକୁ ନେଇ ଉତ୍ତର ପ୍ରଦେଶ ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।