ଏହି ରାଜ୍ୟରେ କୌଣସି ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଥିବା ବେଳେ ପ୍ରତିବର୍ଷରେ ୫ ବର୍ଷରେ ଥରେ ସରକାର ବଦଳିବାର ପରମ୍ପରାରେ ଏଥର ଦେଖିବାକୁ ମିଳିଛି ବ୍ୟତିକ୍ରମ।
Trending Photos
ଡେରାଡୁନ: ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି। ଏହି ରାଜ୍ୟରେ କୌଣସି ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଥିବା ବେଳେ ପ୍ରତିବର୍ଷରେ ୫ ବର୍ଷରେ ଥରେ ସରକାର ବଦଳିବାର ପରମ୍ପରାରେ ଏଥର ଦେଖିବାକୁ ମିଳିଛି ବ୍ୟତିକ୍ରମ।
ମୋଟ ୭୦ ବିଧାନସଭା ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ସରକାର ଗଠନ କରିବାକୁ ୩୬ ବିଧାୟକ ସମର୍ଥନ ଆବଶ୍ୟକ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଶାସକ ବିଜେପି ୪୫ ସିଟ୍ ଜିତିଥିବା ବେଳେ ୨ ଆସନରେ ଆଗୁଆ ରହିଛି ଦଳ। ଖବର ଲେଖା ସରିବା ପର୍ଯ୍ୟନ୍ତ ବିଜେପି ଆବଶ୍ୟକ ବହୁମତ ଠାରୁ ଅଧିକ ୯ ଆସନ ପାଇଛି।
୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇଲା କେତେ ଆସନ?
କେତେ ଆସନରେ କେଉଁ ଦଳ ରହିଛି ଆଗୁଆ
୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଛି ଏକ ବ୍ୟତିକ୍ରମ। କାରଣ ଏହି ରାଜ୍ୟରେ କୌଣସି ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଥିବା ବେଳେ ପ୍ରତିବର୍ଷରେ ୫ ବର୍ଷରେ ଥରେ ସରକାର ବଦଳିବାର ପରମ୍ପରା ଉପରେ ଲାଗିଛି ବ୍ରେକ।
ଏଥର ବିଧାନସଭା ନିର୍ବାଚନରେ ରାଜ୍ୟର ୨ ଜଣ ମୁଖ୍ୟମନ୍ତ୍ରୀଙ୍କୁ ପରାଜୟର ସାମ୍ନା କରିବାକୁ ପଡି଼ଛି। ସେମାନେ ହେଉଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ।
ରାଜ୍ୟର ଖାଟିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ କଂଗ୍ରେସ ପ୍ରାର୍ଥୀ ଭୁୱନ ଚନ୍ଦ୍ର କପାଡି଼ ୬୫୭୯ ଏବଂ ଲାଲକୁଆଁ ଆସନରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କୁ ବିଜେପି ପ୍ରାର୍ଥୀ ଡ.ମୋହନ ସିଂହ ବିଷ୍ଟ ୧୭ ହଜାର ୫୨୭ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।