PM Modis advice to Tejashwi Yadav: ଆରଜେଡି ବିଧାୟକ ତଥା ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବଙ୍କ ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି।
Trending Photos
PM Modis advice to Tejashwi Yadav: ଓଜନ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପରାମର୍ଶକୁ ମାନିଛନ୍ତି ଆରଜେଡି ବିଧାୟକ ତଥା ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ। ବିହାର ବିଧାନସଭା ଶତବାର୍ଷିକୀ ପାଳନ ହେବା ଅବସରରେ ଆରଜେଡି ବିଧାୟକଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ସେ ତାଙ୍କ ଓଜନ ହ୍ରାସ କରିବା ଆବଶ୍ୟକ। ଏବେ ଲାଗୁଛି ଯେ ବିହାର ବିରୋଧି ଦଳ ନେତା ପ୍ରଧାନମନ୍ତ୍ରୀଙ୍କ ଏହି ପରାମର୍ଶ ଗ୍ରହଣ କରିଛନ୍ତି।
ଆରଜେଡି ବିଧାୟକ (RJD MLA) ତଥା ବିହାର ବିରୋଧି ଦଳ ନେତା (Bihar Opposition Leader) ତେଜସ୍ୱୀ ଯାଦବଙ୍କ (Tejashwi Yadav) ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବ୍ୟାୟାମ କରୁଥିବା ଦେଖାଯାଉଛି। ଭିଡିଓରେ ତେଜସ୍ୱୀ ଯାଦବ ଏକ ଗାଡ଼ିକୁ ଠେଲୁଛନ୍ତି। ଆରଜେଡି ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏହି ଭିଡିଓ ଟ୍ୱିଟ୍ କରାଯାଇଛି।
ଏହାପୂର୍ବରୁ ତେଜସ୍ୱୀ ଯାଦବଙ୍କ କ୍ରିକେଟ୍ ଖେଳିବାର ଭିଡିଓ ସେୟାର କରିଥିଲେ। ଏନେଇ ସେ କହିଛନ୍ତି ଜୀବନ ହେଉ କିମ୍ବା ଖେଳ ପଡିଆ, ଜିତିବା ପାଇଁ ସର୍ବଦା ଖେଳିବା ଆବଶ୍ୟକ। ଆପଣ ଯେତେ ମନରେ ଯୋଜନା କରିବେ, ଆପଣ ପଡ଼ିଆରେ ଭଲ ପ୍ରଦର୍ଶନ କରିବେ। ବହୁତ ସମୟ ପରେ ହାତରେ ବ୍ୟାଟ୍ ବଲ୍ ଧରିଥିଲେ ସେ। ଯେତେବେଳେ ଡ୍ରାଇଭର, ରୋଷେୟା, ଝାଡୁଦାର, ମାଳି, ଗୋରକ୍ଷକ ରାକ୍ଷୀ ଏବଂ ତତ୍ତ୍ବାବଧାରକ ଆପଣଙ୍କ ସାଥୀ ହୁଅନ୍ତି ସେତେବେଳେ ଆପଣଙ୍କୁ ଆଉଟ କରିବା ଅଧିକ ସନ୍ତୋଷଜନକ ହୋଇଯାଏ।
उसे गुमाँ है कि हमारी उड़ान कुछ कम है
हमें यक़ीं है कि ये आसमान कुछ कम है।
pic.twitter.com/wFLapFHl19— Rashtriya Janata Dal (@RJDforIndia) July 25, 2022
ଗତ ଜୁଲାଇ ୧୨ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ତେଜସ୍ୱୀ ଯାଦବଙ୍କ ଆଡକୁ ମୁହଁ କରି ପ୍ରଧାନମନ୍ତ୍ରୀ ମୋଦୀ (PM Modi) ପ୍ରଥମେ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ ଆପଣ ଆପଣଙ୍କ ଓଜନ ହ୍ରାସ କରିବା ଆବଶ୍ୟକ। ବିରୋଧି ଦଳ ନେତାଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ ବିହାର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
Also Read: Bihar: ଭାଷଣ ପାଇଁ ଟ୍ରୋଲ ହେଲେ ବିରୋଧି ଦଳ ନେତା ତେଜସ୍ୱୀ ଯାଦବ
Also Read: ପାଠ ପଢିବା ଉପରେ ଗୁରୁତ୍ୱ ଦିଅନ୍ତୁ ତେଜସ୍ୱୀ ଯାଦବ: ନୀରଜ କୁମାର