Uttar Pradesh: ବିଧାନସଭାରେ କ'ଣ କରୁଛନ୍ତି ଶାସକ ଦଳ ବିଧାୟକ? ଭିଡ଼ିଓ ସେୟାର କରି ଜଣାଇଲେ ବିରୋଧି ଦଳ ନେତା
Advertisement
Article Detail0/zeeodisha/odisha1369211

Uttar Pradesh: ବିଧାନସଭାରେ କ'ଣ କରୁଛନ୍ତି ଶାସକ ଦଳ ବିଧାୟକ? ଭିଡ଼ିଓ ସେୟାର କରି ଜଣାଇଲେ ବିରୋଧି ଦଳ ନେତା

Up Assembly Viral Video: ବିଧାନସଭାରେ ବିଧାୟକଙ୍କ କାରନାମାର ଭିଡ଼ିଓ ସେୟାର କରି ଶାସକ ଦଳକୁ ଟାର୍ଗେଟ କରିଛି ବିରୋଧି ଦଳ।

Uttar Pradesh: ବିଧାନସଭାରେ କ'ଣ କରୁଛନ୍ତି ଶାସକ ଦଳ ବିଧାୟକ?  ଭିଡ଼ିଓ ସେୟାର କରି ଜଣାଇଲେ ବିରୋଧି ଦଳ ନେତା

Uttar Pradesh Assembly: ସଦ୍ୟ ଏକ ଭାଇରାଲ ଭିଡି଼ଓ ପାଇଁ ଚର୍ଚ୍ଚାକୁ ଆସିଛି ଉତ୍ତର ପ୍ରଦେଶ ବିଧାନସଭା। ଯେଉଁଥିରେ ଜଣେ ବିଧାୟକଙ୍କ କାରନାମାର ଭିଡି଼ଓ ରେକର୍ଡ ହୋଇଛି। ଏହି ଭିଡ଼ିଓ ସେୟାର କରି ବିରୋଧି ଶାସକ ଦଳକୁ ଟାର୍ଗେଟ କରିଛି।  ବିଧାୟକଙ୍କ କାରନାମାର ଭିଡି଼ଓ ଏବେ ରାଜ୍ୟ ରାଜ୍ୟନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ସଦ୍ୟ ଉତ୍ତର ପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ (Uttar Pradesh Assembly Monsoon Session) ଅନିର୍ଦ୍ଦିଷ୍ଟ କାଳ ପାଇଁ ଶେଷ ହୋଇଛି। ଗୃହ କାର୍ଯ୍ୟ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧ ଦଳ ମଧ୍ୟରେ ବିତର୍କ ହୋଇଥିଲା। ଗୃହ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବନ୍ଦ ହୋଇନଥିଲା ହଙ୍ଗାମା। 

ଗୃହ କାର୍ଯ୍ୟ ଚାଲିଥିବା ସମୟରେ ୨ ଜଣ ବିଜେପି ବିଧାୟକଙ୍କ ଭିଡିଓ (Viral Video of UP BJP MLA) ସେୟାର କରି ବିରୋଧି ସମାଜବାଦୀ ପାର୍ଟି (Samajwadi Party) ଶାସକ ଦଳ ବିଜେପି (BJP) କୁ ଟାର୍ଗେଟ କରିଛି। ଏହି ଭାଇରାଲ ଭିଡିଓ ରେ ଜଣେ ବିଜେପି ବିଧାୟକଙ୍କୁ ଗୃହରେ ତମାଖୁ ଖାଉଥିବାର ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଜଣେ ବିଧାୟକଙ୍କୁ ମୋବାଇଲ ଗେମ ଖେଳୁଥିବାର ଦେଖିବାକୁ ମିଳିଥିଲା।

 

ବିଧାନସଭାରେ ଶାସକ ବିଜେପି ବିଧାୟକଙ୍କ କାରନାମାର ଭିଡ଼ିଓ ଟ୍ୱିଟର ଯୋଗେ ସେୟାର କରିଛି ବିରୋଧି ସମାଜବାଦୀ ପାର୍ଟି। ଏନେଇ ଟ୍ୱିଟ୍ କରି ବିରୋଧି ଦଳ ପକ୍ଷରୁ କୁହାଯାଇଛି ଯେ, ବିଜେପି ବିଧାୟକ ଗୃହର ସମ୍ମାନକୁ କ୍ଷୁର୍ଣ୍ଣ କରୁଛନ୍ତି! ଗୃହରେ ମହୋବା ଆସନର ବିଜେପି ବିଧାୟକ ମୋବାଇଲ୍ ଗେମ ଖେଳ ଖେଳୁଥିବା ଝାନ୍ସି ଆସନର ବିଜେପି ବିଧାୟକ ତମାଖୁ ଖାଉଛନ୍ତି। ଏହି ଲୋକଙ୍କ ଜନସାଧାରଣଙ୍କ ସମସ୍ୟାର ଜବାବ ନାହିଁ। ସେମାନେ ଗୃହ ମନୋରଞ୍ଜନ କେନ୍ଦ୍ର ଭାବେ ଦେଖୁଛନ୍ତି। ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଲଜ୍ଜାଜନକ। 

Also Read: UP Politics: ବିରୋଧୀ ଦଳ ନେତା ଅଖିଲେଶ ଯାଦବଙ୍କ ବିରୋଧରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
 
ଅନ୍ୟପଟେ ଏହି ଭିଡ଼ିଓ ସେୟାର କରିଛନ୍ତି ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବ (UP Opposition Leader Akhilesh Yadav)। ଏନେଇ ଟ୍ୱିଟ କରି ବିରୋଧ ଦଳ ନେତା କହିଛନ୍ତି, ' ଶାସକ ବିଜେପି ବିଧାୟକ ଉତ୍ତର ପ୍ରଦେଶ ବିଧାନସଭା ଅଧିବେଶନରେ ତାସ ଖେଳି  ରାଜ୍ୟକୁ ଧ୍ୱଂସ କରୁଛନ୍ତି। ଏହି ବିଜେପି ବିଧାୟକଙ୍କୁ ଧନ୍ୟବାଦ, ଯେଉଁମାନେ ଏହି ଭିଡିଓ ରେକର୍ଡିଂ କରି ଏହାକୁ ଭାଇରାଲ କରି ଜନସାଧାରଣଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛନ୍ତି। ଏବେ ଏହା ଦେଖିବାକୁ ହେବ ଯେ, ଏହି ବିଧାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ କେବେ ନୈତିକତାର ବୁଲଡୋଜର ଚଳାଇବେ?