Uttar Pradesh Politics: ସମାଜବାଦୀ ପାର୍ଟି ପାଖରୁ ନୀତି ନିୟମ ପାଳନ କରିବାର ଆଶା କରିବା କେବଳ କଳ୍ପନା ମାତ୍ର। କୌଣସି ଦଳ କିମ୍ବା ବ୍ୟକ୍ତି ବିଶେଷ ଗଣତାନ୍ତ୍ରିକ ଉପାୟରେ ନିଜ ମତମତ ରଖିବାରେ କୌଣସି ଅସୁବିଧା ନାହିଁ।
Trending Photos
UP Assembly Monsoon Session: ଉତ୍ତର ପ୍ରଦେଶ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ ନେତା ଅଖିଲେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିରୋଧି ଦଳ ନେତାଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଅରାଜକତା ପାଇଁ କୌଣସି ସ୍ଥାନ ନାହିଁ। ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟମ୍ବର ୧୯ ତାରିଖ ସୋମବାର ଠାରୁ ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।
ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Uttar Pradesh Chief Minister Yogi Adityanath) ବିରୋଧୀ ଦଳ ଅଖିଳେଶ ଯାଦବ (UP Opposition Leader Akhilesh Yadav) ଏବଂ ସମାଜବାଦୀ ପାର୍ଟି (Samajwadi Party) ବିରୋଧରେ ବର୍ଷିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ସମାଜବାଦୀ ପାର୍ଟି ପାଖରୁ ନୀତି ନିୟମ ପାଳନ କରିବାର ଆଶା କରିବା କେବଳ କଳ୍ପନା ମାତ୍ର।
ସୋମବାର ଠାରୁ ଆରମ୍ଭ ହୋଇଯାଇଛି ଉତ୍ତର ପ୍ରଦେଶ ବିଧାନ ମଣ୍ଡଳର (Uttar Pradesh Vidhan Mandal) ମୌସୁମୀ ଅଧିବେଶନ (Monsoon Session)। ରାଜ୍ୟର ୨୫ କୋଟି ଲୋକଙ୍କ ଆକାଂକ୍ଷା ଏବଂ ଆଶାକୁ ଗୃହରେ ଉପସ୍ଥାପନ କରି ସମସ୍ତ ସଦସ୍ୟ ସେହି ସମସ୍ୟା ମାଧ୍ୟମରେ ସାଧାରଣ ଲୋକଙ୍କ ଭାବନା ସହିତ ସେମାନଙ୍କ ଭାବନାକୁ ଯୋଡିବାର ସୁଯୋଗ ପାଇବେ।
Also Read: ପ୍ରଚାର ମୈଦାନ ପରେ ବିଧାନସଭାରେ ମୁହାଁମୁହିଁ ଯୋଗୀ ଆଦିତ୍ୟନାଥ-ଅଖିଲେଶ ଯାଦବ
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ସରକାର (BJP Govt of Uttar Pradesh) ୨୫ କୋଟି ଲୋକଙ୍କ ହିତ ପାଇଁ ବିନା କୌଣସି ଭେଦ ଭାବରେ କାର୍ଯ୍ୟ କରିବା ଜାରି ରଖିଛି। ବିଜେପି ସରକାର ସମାଜର ଶେଷ ଭାଗରେ ବସିଥିବା ବ୍ୟକ୍ତିଙ୍କ ପାଖରେ ସରକାରୀ ଯୋଜନାର ଲାଭ ପହଞ୍ଚାଉଛି। ବିଭିନ୍ନ ସମସ୍ୟାର ସାମ୍ନା କରାଯାଉ ଥିଲେ ମଧ୍ୟ ଏଠାରେ ଅଭାବ ଏବଂ ଅରାଜକତା ପାଇଁ କୌଣସି ସ୍ଥାନ ନାହିଁ।
ବିରୋଧି ଦଳ ନେତା ଅଖିଳେଶ ଯାଦବଙ୍କ ପଦଯାତ୍ରା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କୌଣସି ଦଳ କିମ୍ବା ବ୍ୟକ୍ତି ବିଶେଷ ଗଣତାନ୍ତ୍ରିକ ଉପାୟରେ ନିଜ ମତମତ ରଖିବାରେ କୌଣସି ଅସୁବିଧା ନାହିଁ। ଯଦି ବିରୋଧି ସମାଜବାଦୀ ପାର୍ଟି ଅନୁମତି ମାଗିଥାନ୍ତା ତାହେଲେ ସହଜ ମାର୍ଗ ହୋଇଥାନ୍ତା ତାହା ପ୍ରଶାସନ ସେମାନଙ୍କୁ ଯୋଗାଇ ଦେଇଥାନ୍ତେ। ମୁଣ ଭାବୁଛି ସମାଜବାଦୀ ପାର୍ଟି ପାଖରୁ କୌଣସି ନୀତି ନିୟମ ପାଳନ କରିବାର ଆଶା କରିବା କେବଳ ଏକ କଳ୍ପନା ବୋଲି କୁହାଯାଇ ପାରେ।
Also Read: ବିଧାନସଭାରେ ବିରୋଧି ଦଳ ନେତାଙ୍କ ବୟାନକୁ ନେଇ ବ୍ୟଥିତ ଉପମୁଖ୍ୟମନ୍ତ୍ରୀ
ପୂର୍ବରୁ ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ମୁହାମୁହିଁ ହୋଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିରୋଧି ଦଳ ନେତା ଅଖିଳେଶ ଯାଦବ। ଗୃହରେ ମହିଳାଙ୍କ ପ୍ରତି ବଢୁଥିବା ଅପରାଧ ପ୍ରସଙ୍ଗ ଉଠାଇ ସାରିଛନ୍ତି ବିରୋଧୀ ଦଳର ନେତା। ଏହାର ଜବାବ ରଖି ମୁଖ୍ୟମନ୍ତ୍ର କହିଛନ୍ତି ଯେ ଏହା ହେଉଛି ବିଜେପି ସରକାର। ଏଠାରେ ଏହା କୁହାଯାଇ ପାରିବ ନାହିଁ ଯେ ପୁରୁଷ ଭୁଲ କରି ଦେଇଛନ୍ତି। ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ କହିଥିଲେ ଯେ ପୁଅ ମାନେ ଭୁଲ କରିଥାନ୍ତି।
Also Read: ଉପମୁଖ୍ୟମନ୍ତ୍ରୀଙ୍କୁ କହିଲେ ବିରୋଧି ଦଳ ନେତା, 'ଆପଣ କଣ ଆପଣଙ୍କ ବାପାଙ୍କ ଠାରୁ ପଇସା ଆଣୁଛନ୍ତି'
ଗତ ମେ ମାସରେ ଉତ୍ତର ପ୍ରଦେଶ ବିଧାନସଭାରେ ଅପରାଧ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହି ସାରିଛନ୍ତି ଯେ, କୌଣସି ପ୍ରକାର ଅପରାଧ କ୍ଷମା ଯୋଗ୍ୟ ନୁହେଁ। ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କାହାର ନାମ ନାମ ନ ନେଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅପରାଧୀ ଯିଏ ହେଲେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।