Gujarat Election 2022: କେତେ ପ୍ରତିଶତ ଭୋଟ ପାଇବ ଆମ ଆଦମୀ ପାର୍ଟି? ସର୍ଭେରୁ ମିଳିଲା ଜବାବ
Advertisement

Gujarat Election 2022: କେତେ ପ୍ରତିଶତ ଭୋଟ ପାଇବ ଆମ ଆଦମୀ ପାର୍ଟି? ସର୍ଭେରୁ ମିଳିଲା ଜବାବ

Survey on Gujarat Election 2022: ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ଆପ୍ କେତେ ପ୍ରତିଶତ ଭୋଟ ପାଇବ ସେ ନେଇ ଏକ ସର୍ଭେ କରାଯାଇଥିଲା। ହେଲେ ସର୍ଭେରୁ ଯେଉଁ ଫଳାଫଳ ମିଳିଛି, ତାହା ଉଭୟ  ବିଜେପି-କଂଗ୍ରେସ ଲାଗି ଚିନ୍ତା ବଢାଇ ଦେଇଛି। 

Gujarat Election 2022: କେତେ ପ୍ରତିଶତ ଭୋଟ ପାଇବ ଆମ ଆଦମୀ ପାର୍ଟି? ସର୍ଭେରୁ ମିଳିଲା ଜବାବ

Gujarat Assembly Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ  ଆଉ ସପ୍ତାହେ ସମୟ ବାକି ରହିଛି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆମ ଆଦମୀ ପାର୍ଟି ଏବେ ଉଭୟ  ବିଜେପି-କଂଗ୍ରେସ ଲାଗି ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ଆପ୍ କେତେ ପ୍ରତିଶତ ଭୋଟ ପାଇବ ସେ ନେଇ ଏକ ସର୍ଭେ କରାଯାଇଥିଲା। ହେଲେ ସର୍ଭେରୁ ଯେଉଁ ଫଳାଫଳ ମିଳିଛି, ତାହା ଉଭୟ  ବିଜେପି-କଂଗ୍ରେସ ଲାଗି ଚିନ୍ତା ବଢାଇ ଦେଇଛି। କାରଣ ଆମ ଆଦମୀ ପାର୍ଟି ଭାଗରେ ପଡୁଥିବା ଭୋଟ୍ ସେୟାର ଦ୍ୱାରା ବିଜେପି-କଂଗ୍ରେସ କ୍ଷତି ସହିପାରନ୍ତି।  

ଏହି ସର୍ଭେ ସି ଭୋଟର (C Voter Election Survey) ପକ୍ଷରୁ କରାଯାଇଛି। ଚଳିତ ବର୍ଷ ଅନୁଷ୍ଠିତ ଗୁଜୁରାଟ ବିଧାନସଭା ନିର୍ବାଚନରେ ଏଥର ବିଜେପି ୪୫.୪% ଭୋଟ୍ ପାଉଥିବା ଜଣାପଡ଼ିଛି। ଗତ ନିର୍ବାଚନ ତୁଳନାରେ ଚଳିତ ଥର  ବିଜେପି ୩.୭% ଭୋଟ୍ ହରାଇପାରେ। ଏହି ସର୍ଭେ ଅନୁଯାୟୀ କଂଗ୍ରେସ ଖାତାରେ ୨୯.୧% ଭୋଟ୍ ପଡ଼ିପାରେ। ସର୍ଭେ ଅନୁଯାୟୀ କଂଗ୍ରେସ ଏଥର ୧୨.୪% ଭୋଟ୍ ହରାଇପାରେ। ସର୍ଭେ ଫଳାଫଳ ଅନୁଯାୟୀ ଆମ୍ ଆଦମୀ ପାର୍ଟି ୨୦.୨% ଭୋଟ୍ ପାଇପାରେ।

୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ କାହାକୁ ମିଳିବ କେତେ ଭୋଟ?
ବିଜେପି: ୪୫.୪%
କଂଗ୍ରେସ: ୨୯.୧% 
ଆମ ଆଦମୀ ପାର୍ଟି: ୨୦.୨%

୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ କାହାକୁ ମିଳିଥିଲା କେତେ ଭୋଟ?
ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ​ଆମ୍ ଆଦମୀ ପାର୍ଟି ୨୯ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଦଳ ନିର୍ବାଚନ ଲଢୁଥିବା ସମସ୍ତ ଆସନରେ ଅମାନତ ହରାଇଥିଲା। NOTA ବଟନ୍ ଦବାଇଥିବା ମତଦାତାଙ୍କ ସଂଖ୍ୟା ଆପ୍ ପାଇଥିବା ଭୋଟ୍ ଠାରୁ ଅଧିକ ଥିଲା। ଗତ ଥରର ଗୁଜୁରାଟ ବିଧାନସଭା ନିର୍ବାଚନରେ ୫ ଲକ୍ଷ ୫୧ ହଜାର ୨୯୪ ଜଣ ମତଦାତା NOTA ବଟନ୍ ଦବାଇଥିଲେ। ଆମ୍ ଆଦମୀ ପାର୍ଟି ୨୯ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ମୋଟ ୨୯ ହଜାର ୫୧୭ ଭୋଟ ପାଇଥିଲା। ଏହି ସମସ୍ତ ଆସନରେ ୭୫ ହଜାର ୮୮୦ ମତଦାତା NOTA ବଟନ୍ ଦବାଇଥିଲେ।

ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି କେବଳ  କତରଗାମ ଆସନରେ NOTA ଠାରୁ ଅଧିକ ଭୋଟ୍ ପାଇଥିଲା। ଏହି ଆସନରେ ଆପ ପ୍ରାର୍ଥୀ ୪୧୩୫ ଖଣ୍ଡ ଭୋଟ୍ ପାଇଥିବାବେଳେ NOTA ବିକଳ୍ପ ଉପରେ ୧୯୬୩ ଭୋଟ୍ ମିଳିଥିଲା। ଅନ୍ୟପଟେ ୨୦ ଆସନରେ ଦଳକୁ ତିନି ଅଙ୍କ ସଂଖ୍ୟାରେ ଭୋଟ୍ ମିଳିଥିଲା ଏବଂ ୧୬ ଆସନରେ ୫ ଶହରୁ କମ୍ ଭୋଟ୍ ମିଳିଥିଲା। ଆଙ୍କଲେଶ୍ୱର ଆସନରେ ଆପ ସର୍ବନିମ୍ନ ୨୪୩ ଖଣ୍ଡ ଭୋଟ୍ ପାଇଥିଲା। ଏଠାରେ ୨୭୩୨ ଜଣ ମତଦାତା NOTA ବିକଳ୍ପ ଚୟନ କରିଥିଲେ।  ଯାହା ଦଳ ପାଇଥିବା ଦ୍ୱାରା ଭୋଟ୍ ସଂଖ୍ୟା 10 ଗୁଣରୁ ଅଧିକ ଥିଲା।

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ମତଦାନ ଡିସେମ୍ବର ୧ ଏବଂ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଗୋଟିଏ ସପ୍ତାହ ବାକି ଅଛି। ଆମ୍ ଆଦମୀ ପାର୍ଟି ସମେତ ସମସ୍ତ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର କରାଯାଉଛି। ଆପ ଆଶା କରୁଛି ଯେ ଲୋକେ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଢବୀଙ୍କୁ ଭୋଟ୍ ଦେବେ। ଦଳ ତାଙ୍କୁ ଜଣେ ଗରିବ ଏବଂ ଜଣେ କୃଷକର ପୁତ୍ର ଭାବେ ଉପସ୍ଥାପନ କରୁଛି। ବିଗତ ୨୭ ବର୍ଷ ଧରି ଗୁଜୁରାଟରେ ବିଜେପି କ୍ଷମତାସୀନ ରହିବା ସହ କଂଗ୍ରେସ ବିରୋଧୀ ଆସନରେ ବସିଛି। ଏଥର ଆମ୍ ଆଦମୀ ପାର୍ଟି ନିଜକୁ ଉଭୟ ବିଜେପି-କଂଗ୍ରେସ ବିକଳ୍ପ ଭାବେ ଉପସ୍ଥାପିତ କରୁଛି।