Maharashtra Politics: କେଉଁଠି ରହିଛି ବିଜେପି ଚାଣକ୍ୟଙ୍କ ନଜର
Advertisement
Article Detail0/zeeodisha/odisha1327417

Maharashtra Politics: କେଉଁଠି ରହିଛି ବିଜେପି ଚାଣକ୍ୟଙ୍କ ନଜର

Maharashtra BJP Unit:  ଯଦିଓ ପ୍ରତିବର୍ଷ ଗଣେଶ ଚତୁର୍ଥୀ ଅବସରରେ ବିଜେପି ଚାଣକ୍ୟ ମୁମ୍ବାଇ ଗସ୍ତ କରିଥାନ୍ତି ହେଲେ ଏଥର ସେ ୫ ସେପ୍ଟେମ୍ବରରୁ ମୁମ୍ବାଇ ଗସ୍ତ କରିବାକୁ ଯାଉଛନ୍ତି। ଏଥର ଗଣେଶ ଚତୁର୍ଥୀ ୩୧ ଅଗଷ୍ଟରୁ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ କରାଯାଉଛି। ଏଭଳି ପରିସ୍ଥିତିରେ ତାଙ୍କର ମୁମ୍ବାଇ ଗସ୍ତକୁ ଅନେକ ଅର୍ଥ ମଧ୍ୟ ବାହାର କରାଯାଉଛି। 

Maharashtra Politics: କେଉଁଠି ରହିଛି ବିଜେପି ଚାଣକ୍ୟଙ୍କ ନଜର

BJP Chanakyas Mumbai Tour: ଗଣେଶ ମହୋତ୍ସବ ମହାରାଷ୍ଟ୍ରର ଗଣ ପର୍ବ ବୋଲି ବିବେଚନା କରାଯାଏ। ଏହାକୁ ଦେଖିବା ପାଇଁ ହଜାର ହଜାର ଲୋକ ଏକତ୍ରୀତ ହୋଇଥାନ୍ତି। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରରେ ଗଣେଶ ମହୋତ୍ସବ ଚଳିତ ବର୍ଷ ଅଧିକ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହା ପଛରେ ଦୁଇଟି କାରଣ ରହିଛି। ପ୍ରଥମ କାରଣ ଏହା ଯେ ବିଗତ ୨ ବର୍ଷ ଧରି ଦେଶରେ ତାଣ୍ଡବ ମଚାଇଥିବା କୋରୋନା ମହାମାରୀର ପ୍ରକୋପ ନିୟନ୍ତ୍ରଣକୁ ଆସିବା ପରେ ବର୍ତ୍ତମାନ ପ୍ରଥମ ଥର ପାଇଁ ସାର୍ବଜନୀନ ଗଣେଶ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଦ୍ୱିତୀୟ କାରଣକୁ ରାଜନୈତିକ ଦୃଷ୍ଟିରୋଣରୁ ଦେଖାଯାଉଛି। କାରଣ ଗତ ଏକ ମାସେ ପୂର୍ବେ ମହରାଷ୍ଟ୍ର ରାଜନୀତିରେ ହୋଇଥିଲା କ୍ଷମତା ପରିବର୍ତ୍ତନ। 

ଏବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଭାବେ ପରିଚିତ ଅମିତ ଶାହା (BJP Chanakya Amit Shah) ମୁମ୍ବାଇ ଗସ୍ତରେ (Amit Shahs Mumbai Tour) ଅଛନ୍ତି। ଯଦିଓ ପ୍ରତିବର୍ଷ ଗଣେଶ ଚତୁର୍ଥୀ (Ganesh Chaturthi) ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ମୁମ୍ବାଇ ଗସ୍ତ କରିଥାନ୍ତି। ଏଥର ମଧ୍ୟ ସେ ୫ ସେପ୍ଟେମ୍ବରରୁ ମୁମ୍ବାଇ ଗସ୍ତ କରିବାକୁ ଯାଉଛନ୍ତି। ଏଥର ଗଣେଶ ଚତୁର୍ଥୀ ୩୧ ଅଗଷ୍ଟରୁ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ କରାଯାଉଛି। ଏଭଳି ପରିସ୍ଥିତିରେ ତାଙ୍କର ମୁମ୍ବାଇ ଗସ୍ତକୁ ଅନେକ ଅର୍ଥ ମଧ୍ୟ ବାହାର କରାଯାଉଛି। ସେ ମୁମ୍ବାଇ ଗସ୍ତ ସମୟରେ ମହାରାଷ୍ଟ୍ର ବିଜେପି (Maharashtra BJP Unit) ଶାଖାର ବରିଷ୍ଠ ନେତାଙ୍କ ସହ ଏକ ବୈଠକ କରିପାରନ୍ତି ବୋଲି କୁହାଯାଉଛି। ବିଜେପି ଚାଣକ୍ୟଙ୍କ ମୁମ୍ବାଇ ଗସ୍ତ ପଛରେ ରହିଥିବା ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଆଗକୁ ମୁମ୍ବାଇ ନଗର ନିଗମ ନିର୍ବାଚନ (Brihan Mumbai Corporation Election) ହେବାକୁ ଯାଉଛି। 

ମୁମ୍ବାଇ ଗସ୍ତ ସମୟରେ ବିଜେପି ଚାଣକ୍ୟ ଅମିତ ଶାହ ମହାରାଷ୍ଟ୍ର ଏବଂ ମୁମ୍ବାଇ ଶାଖା (Mumbai BJP Unit) ନେତାଙ୍କ ସହ ଅନେକ ବୈଠକ କରିବେ। ଏନେଇ ପ୍ରତିକ୍ରିୟା ରଖି ଜଣେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ମୋଦି ଏବଂ ଶାହାଙ୍କ କଥା ଆସିବା ପରେ କୌଣସି ଛୁଟି ନାହିଁ। ଯଦି ଏପରି ଲାଗୁଛି ଯେ ସେ ଲାଲବାଗଚା ରାଜା (ମୁମ୍ବାଇ ସହରର ସର୍ବ ପୁରାତନ ଗଣେଶ ମଣ୍ଡଳ ମଧ୍ୟରୁ ଅନ୍ୟତମ) ପୂଜା କରିବାକୁ ମୁମ୍ବାଇ ଆସୁଛନ୍ତି ତାହେଲେ ସେ ରାଜ୍ୟ କୋର କମିଟି ଟିମ ସହ ଅନେକ ବୈଠକ କରିବେ। 

Also Read:  'ଯଦି ଅମିତ ଶାହ ତାଙ୍କ କଥା ରଖିଥାନ୍ତେ ତାହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଥାନ୍ତା ବିଜେପି'

ମୁମ୍ବାଇ ଗସ୍ତ ଅବସରରେ ବିଜେପି ଚାଣକ୍ୟ ଅମିତ ଶାହା ୨୦୨୪ ଲୋକସଭା (Lok Sabha Election 2024) ଏବଂ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ (Maharashtra Assembly Election 2024) ଲାଗି ଦଳୀୟ ରଣନୀତି ପ୍ରସ୍ତୁତ କରିବା ଉପରେ  ଚର୍ଚ୍ଚା କରିବେ। ମାତ୍ର ତାଙ୍କ ନଜର ଏବେ ୨୨୭ ୱାର୍ଡ ବିଶିଷ୍ଟ ମୁମ୍ବାଇ ନଗର ନିଗମ ଉପରେ ରହିଛି। ମହାରାଷ୍ଟ୍ର ବିଜେପି ରାଜ୍ୟ ଶାଖା ନେତାଙ୍କ ସହ ହେବାକୁ ଯାଉଥିବା ବୈଠକରେ ବିଶ୍ୱର ସବୁଠାରୁ ଧନୀ ନଗର ନିଗମ ଭାବେ ପରିଚିତ ମୁମ୍ବାଇ ନଗର ନିଗମ ନିର୍ବାଚନରେ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ଶିବସେନାକୁ ମାତ ଦେବା ପାଇଁ ଦଳୀୟ କ୍ୟାଡରକୁ ସକ୍ରିୟ କରିବା। ଓବିସି ସଂରକ୍ଷଣ ପ୍ରସଙ୍ଗରେ ଅଟକି ରହିଥିବା ଏହି ନିର୍ବାଚନ ଆସନ୍ତା ବର୍ଷ ଜାନୁଆରୀ-ଫେବୃଆରୀ ମାସରେ ହୋଇପାରେ। 

ବିଗତ ୩ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଶିବସେନା-ବିଜେପି ମେଣ୍ଟ ଦଖଲରେ ରହିଥିଲା ମୁମ୍ବାଇ ନଗର ନିଗମ। ମାତ୍ର ବର୍ତ୍ତମାନ ମହାରାଷ୍ଟ୍ର ରାଜନୈତିକ ପରିସ୍ଥିତି ବଦଳିସାରିଛି। ବିଜେପି-ଶିବସେନା ମେଣ୍ଟ ଭାଙ୍ଗି ସାରିଛି। ଏଭଳି ପରିସ୍ଥିତିରେ ବିଜେପି ଏଠାରେ ମଧ୍ୟ ଉଦ୍ଧବ ଠାକରେଙ୍କୁ ପରାସ୍ତ କରିବାକୁ ପ୍ରସ୍ତୁତି କରୁଛି। ରାଜନୈତିକ ବିଶେଷଜ୍ଞ ଶିବସେନାକୁ ମୁମ୍ବାଇର ଦଳ ଭାବେ ଦେଖିଥାନ୍ତି। ଆସନ୍ତାବର୍ଷ ହେବାକୁ ଯାଉଥିବା ନିର୍ବାଚନରେ ବିଜେପି ନା ଶିବସେନା କିଏ ମାରିବ ବାଜି ତାହା ସମୟ କହିବ।