Opposition Candidate: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ପ୍ରାର୍ଥୀ ଛିଡା କରିପାରନ୍ତି ବିରୋଧି।
Trending Photos
Opposition Candidate: ଚଳିତ ବର୍ଷ ଅଗଷ୍ଟ ୬ ତାରିଖରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଉଠିଲାଣି ଦେଶର ରାଜନୀତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୫ ଜୁଲାଇରୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଯାହା ୧୯ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୨୦ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ହେଉଛି ୨୦ ଜୁଲାଇ। ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟରେ ଶେଷ ହେଉଛି।
ଉପନିର୍ବାଚନରେ ପ୍ରାର୍ଥୀ କିଏ ହେବ ସେ ନେଇ ବିଜେପି ନେତୃତ୍ୱାଧିନ ଏନଡି଼ଏ ମେଣ୍ଟ କିମ୍ବା ବିରୋଧି ଦଳ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ। ପ୍ରାର୍ଥୀ ଘୋଷଣା ପାଇଁ ଏକଜୁଟ ହେବାରେ ଲାଗିଛନ୍ତି ବିରୋଧି ଦଳ। ବିଭିନ୍ନ ବିରୋଧି ଦଳର ନେତା ଆସନ୍ତା ୨-୩ ମଧ୍ୟରେ ଏକ ବୈଠକ କରି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ପ୍ରାର୍ଥୀ ଦେବା ଉପରେ ନିଷ୍ପତ୍ତି ନେବେ। ରାଷ୍ଟ୍ରପତି ନିର୍ବାଚନ ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ପ୍ରାର୍ଥୀ ଛିଡା କରିପାରନ୍ତି ବିରୋଧି।
ଏନେଇ ମିଳିଥିବା ଖବର ଅନୁସାରେ ଏହି ବୈଠକ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବ। ଏହି ବୈଠକରେ ଏନସିପି ମୁଖ୍ୟ ନେତା ଶରଦ ପାୱାର ଯୋଗଦେବେ। ଦିଲ୍ଲୀ ଠାରେ ଅନୁଷ୍ଠିତ ହେଉଥିବା ବୈଠକରେ ଏନସିପି, ବାମ ଦଳ, ଆରଜେଡି, ସମାଜବାଦୀ ପାର୍ଟି, ଡିଏମକେ, ଟିଏମସି ସମେତ ଅନ୍ୟ ଦଳ ଯୋଗ ଦେଇପାରନ୍ତି।
ଉପରାଷ୍ଟ୍ରପତି ନିର୍ବାଚନ ୨୦୨୨ ପାଇଁ ଏ ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ନାଁ ପ୍ରକାଶ କରାଯାଇ ନାହିଁ। ହେଲେ ବିରୋଧି ଦଳ ଦେଶର ଦ୍ୱିତୀୟ ଶୀର୍ଷ ସାମ୍ବିଧାନିକ ପଦ ପାଇଁ ମିଳିତ ପ୍ରାର୍ଥୀ ଛିଡା କରିପାରେ। ଅନ୍ୟପଟେ ଶାସକ ଏନଡିଏ ମେଣ୍ଟ ଏହି ଏହି ପଦ ପାଇଁ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ।
Also Read: President Election 2022: ପ୍ରାର୍ଥୀ ହେବାକୁ ନେଇ ନାସ୍ତିବାଣୀ ଶୁଣାଇଲେ ଫାରୁକ ଅବଦୁଲ୍ଲା-ଶରଦ ପାୱର
Also Read: President Election 2022: ଶରଦ ପାୱାରଙ୍କ ବୈଠକରୁ ଦୂରେଇଗଲେ ମମତା ବାନାର୍ଜୀ
Also Read: Presidential Election 2022: ପ୍ରାର୍ଥୀ ଚୟନ ନେଇ ବିରୋଧି ଦଳ ପକ୍ଷରୁ ବୈଠକ ଆୟୋଜିତ