Madhya Pradesh Politics: ଭାରତ ଯୋଡା ଯାତ୍ରା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ହଳଦିଆ ଚାଉଳ ଦେଲେ କଂଗ୍ରେସ ନେତା, ଜାଣନ୍ତୁ ଏହାର କାରଣ
Advertisement

Madhya Pradesh Politics: ଭାରତ ଯୋଡା ଯାତ୍ରା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ହଳଦିଆ ଚାଉଳ ଦେଲେ କଂଗ୍ରେସ ନେତା, ଜାଣନ୍ତୁ ଏହାର କାରଣ

Bharat Jodo Yatra: ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ନେତା ଅରୁଣ ଯାଦବ ଏବଂ ସୁରେନ୍ଦ୍ର ସିଂହ ଶେରା ମହାରାଷ୍ଟ୍ର କରୋଲି ଠାରେ ପହଞ୍ଚିଛନନ୍ତି। ସେଠାରେ ପହଞ୍ଚି ପାରମ୍ପରିକ ଢଙ୍ଗରେ ହଳଦିଆ ଚାଉଳ ଦେବା ସହ ଭାରତ ଯୋଡ ଯାତ୍ରାକୁ ମଧ୍ୟ ପ୍ରଦେଶ ଆଣିବାକୁ ନିମନ୍ତ୍ରଣ କରିଥିଲେ। 

Madhya Pradesh Politics: ଭାରତ ଯୋଡା ଯାତ୍ରା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ହଳଦିଆ ଚାଉଳ ଦେଲେ କଂଗ୍ରେସ ନେତା, ଜାଣନ୍ତୁ ଏହାର କାରଣ

Congress Leader Rahul Gandhi: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡା ଯାତ୍ରା ବର୍ତ୍ତମାନ ମଧ୍ୟ ପ୍ରଦେଶରେ ପହଞ୍ଚିବାକୁ ଯାଉଛି। ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି କଂଗ୍ରେସ ନେତା କର୍ମକର୍ତ୍ତା। ଭାରତ ଯୋଡ଼ ଯାତ୍ରା ରାଜ୍ୟରେ ପହଞ୍ଚିବା ପୂର୍ବରୁ ମଧ୍ୟ ପ୍ରଦେଶ କଂଗ୍ରେସ  ନେତୃତ୍ୱ ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିବା ପାଇଁ ଏକ ବିଶେଷ ଉପାୟ ଅବଲମ୍ବନ କରିଛନ୍ତି। ମଧ୍ୟ ପ୍ରଦେଶ ଲାଗି  ରାହୁଲ ଗାନ୍ଧୀଙ୍କୁ ହଳଦିଆ ଚାଉଳ ଦେଇ ନିମନ୍ତ୍ରଣ କରିଛନ୍ତି ମଧ୍ୟ ପ୍ରଦେଶ କଂଗ୍ରେସ ନେତା। ଭାରତ ଯୋଡ ଯାତ୍ରା ବର୍ତ୍ତମାନ ମହାରାଷ୍ଟ୍ରରେ ଚାଲିଛି। ଆସନ୍ତା ୨୩ ନଭେମ୍ବରରେ ମଧ୍ୟ ପ୍ରଦେଶ ବୁରହାନପୁର ଜିଲ୍ଲାରେ ପ୍ରବେଶ କରିବ ଭାରତ ଯୋଡ ଯାତ୍ରା।

ମଧ୍ୟ ପ୍ରଦେଶ କଂଗ୍ରେସ କମିଟି (Madhya Pradesh Congress Committee) ନେତା ଅରୁଣ ଯାଦବ ଏବଂ ସୁରେନ୍ଦ୍ର ସିଂହ ଶେରା ମହାରାଷ୍ଟ୍ର କରୋଲି ଠାରେ ପହଞ୍ଚିଛନନ୍ତି। ସେଠାରେ ପହଞ୍ଚି ପାରମ୍ପରିକ ଢଙ୍ଗରେ ହଳଦିଆ ଚାଉଳ ଦେବା ସହ ଭାରତ ଯୋଡ ଯାତ୍ରା (Bharat Jodo Yatra)  ମଧ୍ୟ ପ୍ରଦେଶ (Madhya Pradesh) ଆଣିବାକୁ ନିମନ୍ତ୍ରଣ କରିଥିଲେ। କାହାକୁ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିବାକ ମଧ୍ୟ ପ୍ରଦେଶରେ ହଳଦିଆ ଚାଉଳ (Madhya Pradesh Yellow Rice Tradition) ଦେବାର ପରମ୍ପରା ରହିଛି।

ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେବା ଲାଗି ଘର ଘର ବୁଲି ଲୋକଙ୍କୁ ନିମନ୍ତ୍ରଣ କରୁଛନ୍ତି କଂଗ୍ରେସ କର୍ମକର୍ତ୍ତା (Congress)। ଏନେଇ ସେମାନେ ନିଜ ସହ ହଳଦିଆ ଚାଉଳ ନେଇ ଲୋକଙ୍କ ଘରେ ପହଞ୍ଚୁଛନ୍ତି। ହଳଦିଆ ଚାଉଳ ଦେଇ ଭାରତ ଯୋଡ ଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ନିମନ୍ତ୍ରଣ କରୁଛନ୍ତି କଂଗ୍ରେସ ନେତା। ଦଳ ପକ୍ଷରୁ ଆୟୋଜିତ ହୋଇଥିବା ପଦଯାତ୍ରାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ଚାହୁଁଛି କଂଗ୍ରେସ। 

ଆସନ୍ତା ୨୯ ତାରିଖରେ ମଧ୍ୟ ପ୍ରଦେଶ ଉଜ୍ୱୈନ ଜିଲ୍ଲାରେ ପହଞ୍ଚିବ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ ଯାତ୍ରା। ଉଜ୍ୱୈନ ଠାରେ ପହଞ୍ଚିବା ପରେ ବାବା ମହାକାଳଙ୍କ ଦର୍ଶନ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଅବସରରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।  

ଭାରତ ଯୋଡା ଯାତ୍ରା ନଭେମ୍ବର ୨୧ ଏବଂ ୨୨ ନଭେମ୍ବର ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଅଟକି ରହିବ। ଆସନ୍ତା ୨୩ ନଭେମ୍ବରରେ ମଧ୍ୟ ପ୍ରଦେଶ ଅଭିମୁଖେ ଯିବ। ଆସନ୍ତା ୨୩ ନଭେମ୍ବରରେ ମଧ୍ୟ ପ୍ରଦେଶ ବୁରହାନପୁର ଜିଲ୍ଲାରେ ପ୍ରବେଶ କରିବ ଭାରତ ଯୋଡ ଯାତ୍ରା। ଏହି ଯାତ୍ରା ମଧ୍ୟ ପ୍ରଦେଶରେ ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବ ଏବଂ ଏହା ପରେ ରାଜସ୍ଥାନ ଅଭିମୁଖେ ବାହାରିବ। କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଯାଇଥିବା ଭାରତ ଯୋଡ଼ ଯାତ୍ରା କନ୍ୟାକୁମାରୀ ଠାରୁ  କାଶ୍ମୀର ପର୍ଯ୍ୟନ୍ତ ଚାଲିବ। ପ୍ରଥମେ ଏହି ଯାତ୍ରା ତାମିଲନାଡୁରୁ ଆରମ୍ଭ ହୋଇ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଦେଇ ମଧ୍ୟ ମଧ୍ୟ ପ୍ରଦେଶ ଆଡକୁ ୟାଉଛି। ଦେଶର ଦକ୍ଷିଣ ଭାଗରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ବର୍ତ୍ତମାନ ଉତ୍ତର ଭାରତ ଆଡ଼କୁ ମୁହାଁଇଛି।