ଇସ୍ତଫା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିପ୍ଲବ ଦେବ- ମମତା ବାନାର୍ଜୀ
Advertisement

ଇସ୍ତଫା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିପ୍ଲବ ଦେବ- ମମତା ବାନାର୍ଜୀ

ଇସ୍ତଫା  ପ୍ରସଙ୍ଗରେ ଟିଏମସି ପକ୍ଷରୁ କରାଯାଇଥିବା ଟାର୍ଗେଟ ଉପରେ ଜବାବ ରଖିଛନ୍ତି ନିଜେ ବିପ୍ଲବ ଦେବ।

ଇସ୍ତଫା ପ୍ରସଙ୍ଗକୁ ନେଇ ମୁହାଁମୁହିଁ  ବିପ୍ଲବ ଦେବ- ମମତା ବାନାର୍ଜୀ

Resigns  of  Tripura  CM: ଇସ୍ତଫା ପ୍ରସଙ୍ଗକୁ ନେଇ  ମୁହାଁମୁହିଁ  ହୋଇଛନ୍ତି ପୂର୍ବତନ  ତ୍ରିପୁରା ମୁଖ୍ୟମନ୍ତ୍ରୀ  ବିପ୍ଲବ ଦେବ  ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ।  ଇସ୍ତଫା  ପ୍ରସଙ୍ଗରେ ଟିଏମସି ପକ୍ଷରୁ କରାଯାଇଥିବା ଟାର୍ଗେଟ ଉପରେ ଜବାବ ରଖିଛନ୍ତି ନିଜେ ବିପ୍ଲବ ଦେବ।

ମେ ୧୪ ତାରିଖ ଶନିବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିପ୍ଲବ ଦେବ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି  ଟ୍ୱିଟ କରି  ଟିଏମସି ପକ୍ଷରୁ କୁହାଯାଇଥିଲା, "ବିଦାୟ ...ଏଥର ମୁକ୍ତି ମିଳିବ।  ଯିଏ ହଜାର ହଜାର ତ୍ରିପୁରା ଲୋକଙ୍କୁ ନିରାଶ କରିଛନ୍ତି। ବହୁତ କ୍ଷତି କରିସାରିଛନ୍ତି। ଏତେ ପରିମାଣରେ ହୋଇଥିଲା ଯେ ବିଜେପି  ନେତୃତ୍ୱ ମଧ୍ୟ ତାଙ୍କ ବିଫଳତାକୁ ନେଇ ଅସନ୍ତୁଷ୍ଟ ହୋଇଥିଲେ।  ରାଜ୍ୟରେ ଟିଏମସି ଯାହା ହାସଲ କରିଛି ତାହାକୁ ବିଜେପି ଗ୍ରହଣ କରି ପାରୁନାହିଁ। ପରିବର୍ତ୍ତନ ଅପରିହାର୍ଯ୍ୟ। " 

Also Read: Rajasthan Election 2023: କାହା ନେତୃତ୍ୱରେ ନିର୍ବାଚନ ଲଢିବ ବିଜେପି?

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ  ଟିଏମସି ପକ୍ଷରୁ ରଖାଯାଇଥିବା ପ୍ରତିକ୍ରିୟା ଉପରେ ଜବାବ ରଖି ନିଜେ ବିପ୍ଲବ ଦେବ କହିଛନ୍ତି ଦଳର ଶୀର୍ଷ  ନେତୃତ୍ୱ କହିବା ପରେ ମୁଁ  ଇସ୍ତଫା ଦେଇଛି।  ସଙ୍ଗଠନ  ରହିଲେ ସରକାର ଗଠନ  କରିହେବ।  ମୁଁ ଦଳୀୟ ସଙ୍ଗଠନରେ କାମ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ମୋତେ  ଦେଇଥିବାରୁ ମୁଁ  ତ୍ରିପୁରାବାସୀ ଏବଂ ବିଜେପି କେନ୍ଦ୍ରୀୟ ନେତୃତ୍ୱକୁ ଧନ୍ୟବାଦ ଜଣାଉଛି। ହୃଦୟର ସହ  ମୁଁ ମୋ ରାଜ୍ୟର ସେବା କରିଛି। ରାଜ୍ୟର ଉନ୍ନତି ପାଇଁ ମୁଁ ସର୍ବଦା କାର୍ଯ୍ୟ କରିବି।  ତ୍ରିପୁରା ନିଶ୍ଚିତ ଭାବେ ବିକାଶ ପଥରେ ଆଗକୁ ବଢିବ।  "ଜୟ ହିନ୍ଦ" 

Also Read: ବିଧାନସଭା ନିର୍ବାଚନ ପୂର୍ବରୁ ବଦଳି ଯିବକି ଏହି ରାଜ୍ୟର ନେତୃତ୍ୱ?

ନିକଟରେ କେନ୍ଦ୍ର  ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ତ୍ରିପୁରା ମୁଖ୍ୟମନ୍ତ୍ରୀ  ପଦରୁ ଇସ୍ତଫା ଦେଇଛନ୍ତି  ବିପ୍ଲବ ଦେବ। ତାଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଥିଲା ଅନେକ ଚର୍ଚ୍ଚା।  ଏନେଇ କୁହାଯାଇଥିଲା ବିଜେପି ଏହାର ଦଳୀୟ ସଙ୍ଗଠନ ଏବଂ ସରକାରରେ ପରିବର୍ତ୍ତନ କରିପାରେ।  ବିପ୍ଲବ ଦେବଙ୍କ ଇସ୍ତଫା ଦେବାର ୧ ଘଣ୍ଟା ପରେ ନୂଆ ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ  ମାଣିକ ସାହା ନିଯୁକ୍ତ ହୋଇଥିଲେ।  ଏହି ଅବସରରେ ନିଜେ ବିପ୍ଲବ  ଦେବ କହିଥିଲେ ବିଧାୟକ ଦଳ ନିର୍ବାଚିତ ହୋଇଥିବାରୁ ମୁଁ ମାଣିକ ସାହାଙ୍କୁ ଶୁଭେଚ୍ଛା ଜଣାଉଛି।  ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ତ୍ରିପୁରା ଆହୁରି ସମୃଦ୍ଧ ହେବ।