ଏଥର ପ୍ରାର୍ଥୀଙ୍କୁ ଖାଦ୍ୟପେୟ ଠାରୁ ଆରମ୍ଭ କରି ମାସ୍କ, ସାନିଟାଇଜର, ସାବୁନ୍, ପିପିଏ କିଟ୍ ପ୍ରଭୃତି ସାମଗ୍ରୀ ଲାଗି ହୋଇଥିବା ଖର୍ଚ୍ଚର ହିସାବ ଦେବାକୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ନିର୍ବାଚନ ଆୟୋଗ।
Trending Photos
ନୂଆଦିଲ୍ଲୀ: କୋରୋନା ମହାମାରୀ ପ୍ରଭାବ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇନଥିବା ବେଳେ ଚଳିତ ବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଚଳିତ ଥର ଏକ ଭିନ୍ନ ଉପାୟରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି। ଏଥର ନିର୍ବାଚନ ଆୟୋଗ କେବଳ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବୃଦ୍ଧି କରିନାହାଁନ୍ତି ବରଂ କିଛି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏନେଇ କୁହାଯାଇଛି ପ୍ରତ୍ୟେକ ପ୍ରାର୍ଥୀଙ୍କୁ ବିଭିନ୍ନ କ୍ଷେତ୍ରରେ କରିଥିବା ଖର୍ଚ୍ଚର ହିସାବ ଦେବାକୁ ହେବ ଯାହା ମଧ୍ୟରେ କୋଭିଡ ପ୍ରୋଟୋକଲ ଲାଗି ବ୍ୟବହୃତ ହୋଇଥିବା ସାମଗ୍ରୀ ମଧ୍ୟ ସାମିଲ ରହିଛି।
ଚଳିତ ବର୍ଷ ହେଉଥିବା ବିଧାନସଭା ନିର୍ବାଚନ କୋଭିଡ ପ୍ରୋଟୋକଲ ଗାଇଡଲାଇନ ଅନୁସାରେ ଅନୁଷ୍ଠିତ ହେବ। ଏଥର ପ୍ରାର୍ଥୀଙ୍କୁ ଖାଦ୍ୟପେୟ ଠାରୁ ଆରମ୍ଭ କରି ମାସ୍କ, ସାନିଟାଇଜର, ସାବୁନ୍, ପିପିଏ କିଟ୍ ପ୍ରଭୃତି ସାମଗ୍ରୀ ଲାଗି ହୋଇଥିବା ଖର୍ଚ୍ଚର ହିସାବ ଦେବାକୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନରେ ହୋଇଥିବା ପ୍ରତ୍ୟେକ ଖର୍ଚ୍ଚର ହିସାବ ପ୍ରାର୍ଥୀଙ୍କୁ ଦେବାକୁ ହେବ ଯାହା ନିର୍ବାଚନରେ ହୋଇଥିବା ଖର୍ଚ୍ଚ ସହିତ ସିଧାସଳଖ ଜଡିତ ରହିଥିବ।
ଏଥର ନିର୍ବାଚନ ଆୟୋଗ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାକୁ ବଢାଇଛନ୍ତି। ଚଳିତ ୨୦୨୨ ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ପ୍ରାର୍ଥୀଙ୍କ ଖର୍ଚ୍ଚ ସମ୍ପର୍କରେ ଏହି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ଦରଦାମ ବୃଦ୍ଧି ଏବଂ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ଦାବିକୁ ପୂରଣ କରିବା ଲାଗି ଗଠିତ ହୋଇଥିବା କମିଟି ଆଧାରରେ ନିର୍ବାଚନ ଖର୍ଚ୍ଚ ସୀମାକୁ ବଢାଯାଇଛି।
Also Read: ଦାଗୀ ନେତାଙ୍କୁ ନିର୍ବାଚନରେ କାହିଁକି କଲେ ପ୍ରାର୍ଥୀ? କାରଣ ସାର୍ବଜନୀନ କରିବେ ରାଜନୈତିକ ଦଳ
ବଡ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଖର୍ଚ୍ଚ ସୀମାକୁ ୭୦ ଲକ୍ଷରୁ ୯୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଦିଲ୍ଲୀ, ଜାମ୍ମୁ କାଶ୍ମୀର ଛାଡି ବାକି ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ ତଥା ଛୋଟ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଖର୍ଚ୍ଚ ସୀମାକୁ ୫୪ ଲକ୍ଷରୁ ୭୫ ଲକ୍ଷକୁ ବୃଦ୍ଧି କରାଯାଇଛି। ସେହିପରି ବଡ ରାଜ୍ୟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ବର୍ତ୍ତମାନ ୨୮ ଲକ୍ଷ ବଦଳରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ସ୍ୱାଧିନତା ପାଇବେ। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ତଥା ଛୋଟ ରାଜ୍ୟରେ ନିର୍ବାଚନ ଖର୍ଚ୍ଚ ସୀମା ୨୦ ଲକ୍ଷରୁ ୨୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ନିର୍ବାଚନୀ ଖର୍ଚ୍ଚକୁ ନେଇ ନିର୍ବାଚନ ଆୟୋଗ ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ସହ ଆଲୋଚନା କରିବା ପରେ ପ୍ରତ୍ୟେକ ଖର୍ଚ୍ଚର ମୂଲ୍ୟ ସ୍ଥିର କରିଛନ୍ତି। ଏଥର କୋରୋନା ମହମାରୀର ସୁରକ୍ଷା ପାଇଁ ବ୍ୟବହୃତ ସାମଗ୍ରୀର ଖର୍ଚ୍ଚର ହିସାବ ନିର୍ବାଚନ ଖର୍ଚ୍ଚ ସହିତ ଯୋଡା଼ଯାଇଛି। ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି। ଯେଉଁଠାରେ ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗ କରାଯାଇ ପାରିବ।
ନିର୍ବାଚନୀ ଖର୍ଚ୍ଚକୁ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ସ୍ଥିର ହୋଇଥିବା ହିସାବ ତାଲିକା
Also Read: Assembly Election 2022: କାହିଁକି ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି? ଜାଣନ୍ତୁ ଏହାର କାରଣ
ଖାଦ୍ୟ ପେୟ ତାଲିକା
ଏହା ସହିତ ପ୍ରାର୍ଥୀଙ୍କୁ ପୂଜା ପାଠ, ଯଜ୍ଞ ଆଦି କାର୍ଯ୍ୟ ଖର୍ଚ୍ଚର ହିସାବ ଦେବାକୁ ହେବ। ଏନେଇ ମୂଲ୍ୟ ୧୧୦୦ ଟଙ୍କା ସ୍ଥିର ହୋଇଛି। ଦଳୀୟ କିମ୍ବା ପ୍ରାର୍ଥୀଙ୍କ ଦ୍ୱାରା ଗାଡି ଯୋଗେ କରାଯାଉଥିବା ପ୍ରଚାର ମଧ୍ୟ ଖର୍ଚ୍ଚ ସୀମା ସ୍ଥିର କରିଛନ୍ତି ନିର୍ବାଚନ ଆୟୋଗ। ଏନେଇ ପ୍ରାର୍ଥୀଙ୍କୁ ବ୍ୟାଙ୍କ ଖାତା ଖୋଲିବାକୁ ପଡ଼ିବ ଏବଂ ସେହି ଖାତାରୁ ନିର୍ବାଚନୀ ଖର୍ଚ୍ଚର ହିସାବ ଦେବେ ପ୍ରାର୍ଥୀ।