Telangana Politics: ରାଜ୍ୟ ଛାଡ଼ି କାହିଁକି ଜାତୀୟ ରାଜନୀତି ମୁହାଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର?
Advertisement

Telangana Politics: ରାଜ୍ୟ ଛାଡ଼ି କାହିଁକି ଜାତୀୟ ରାଜନୀତି ମୁହାଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର?

TRS Supremo KCR: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ହେବ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩। ରାଜ୍ୟ ରାଜନୀତି ଛାଡ଼ି କେସିଆର କାହିଁକି ଜାତୀୟ ରାଜନୀତି ମୁହାଁ ହେବାକୁ ନେଇ ରାଜନୈତିକ ମହଲରେ ଜାରି ରହିଛି ଚର୍ଚ୍ଚା। 

Telangana Politics: ରାଜ୍ୟ ଛାଡ଼ି କାହିଁକି ଜାତୀୟ ରାଜନୀତି ମୁହାଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର?

Telangana CM KCR: ରାଜ୍ୟ ରାଜନୀତି ଛାଡି ଏବେ ଜାତୀୟ ରାଜନୀତି ମୁହାଁ ହୋଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ଏହିକ୍ରମରେ ସେ  ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢେଇ କରିବା ପାଇଁ  ବିରୋଧୀ ଦଳଙ୍କୁ ଏକାଠି କରିବାରେ ଲାଗିଛନ୍ତି। ଗୋଟିଏ ପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତା ଗଠନ ଉଦ୍ଦେଶ୍ୟରେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଅନ୍ୟପକ୍ଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେସିଆର ଆଗାମୀ ୨୦୨୩ ତେଲେଙ୍ଗାନା ବିଧାନସଭା ନିର୍ବାଚନ ବଦଳରେ ଏବେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ବାବଦରେ ଘୋଷଣା କରିଛନ୍ତି। 

ସେପ୍ଟମ୍ବର ୫ ତାରିଖ ସୋମବାର ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) ଲାଗି ନିର୍ବାଚନୀ ଇସ୍ତାହାର ଘୋଷଣା କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (Telangana CM) ତଥା ଟିଆରଏସ ମୁଖ୍ୟ କେସିଆର (TRS Supremo KCR) କହିଛନ୍ତି ଯେସ, ​​ ଯଦି କେନ୍ଦ୍ରରେ ଅଣ ବିଜେପି ସରକାର (Non BJP Govt) କ୍ଷମତାକୁ ଆସେ ତାହେଲେ ଦେଶର ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଏବଂ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। 

Also Read: Telangana Politics: 'ଦେଶରେ ବିଭାଜନକାରୀ ରାଜନୀତି କରୁଛି ବିଜେପି'

ରାଜ୍ୟର ନିଜାମାବାଦ ଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ମୋଦି ସରକାରଙ୍କ (Modi Govt) ବିରୋଧରେ ଅଭିଯୋଗ ଆଣି ସେ କହିଛନ୍ତି ଯେ, ଚାଷୀଙ୍କୁ ନିଜ ଜମିରେ ବ୍ୟବହାର କରାଯାଉଥିବା ପମ୍ପ ସେଟ ଉପରେ ମିଟର ଲଗାଇବାକୁ ବାଧ୍ୟ କରାଯାଉଛି। ଦେଶର ସମସ୍ତ କୃଷକ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପରେ ଅଣ-ବିଜେପି ପତାକା ଉତ୍ତୋଳନ କରିବେ। ଆମେ ଏହି ଗରିବ ବିରୋଧୀ, କୃଷକ ବିରୋଧୀ, ଶ୍ରମ ବିରୋଧୀ ସରକାରକୁ କେନ୍ଦ୍ରର ଶାସନ ଗାଦିରୁ ହଟାଇବୁ। ଆମର ନିଜ ସରକାର ମଧ୍ୟ ଜାତୀୟ ସ୍ତରରେ କ୍ଷମତାକୁ ଆସିବ। ମୁଁ ଦେଶର କୃଷକଙ୍କୁ ଏକ ଖୁସି ଖବର ଦେଉଛି। ତାହା ହେଉଛି ଯଦି ଆପଣ କେନ୍ଦ୍ରରେ ଅଣ ବିଜେପି ସରକାର ଗଠନ କରନ୍ତି, ତାହେଲେ ଆପଣଙ୍କୁ ତେଲେଙ୍ଗାନା ଚାଷୀଙ୍କ ଭଳି ମାଗଣା ବିଦ୍ୟୁତ୍ ସେବା ଏବଂ ଜଳ ସେଚନ ସୁବିଧା ଯୋଗାଇ ଦିଆଯିବ। ଦେଶରେ ଏପରି କୌଣସି ରାଜ୍ୟ ନାହିଁ ଯିଏ  ଏହାର ଚାଷୀଙ୍କ ସମେତ ସମସ୍ତଙ୍କୁ ୨୪ ଘଣ୍ଟିଈ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେଉଛି। ତେଲେଙ୍ଗାନା ହେଉଛି ଏକମାତ୍ର ରାଜ୍ୟ ଯାହା ପ୍ରତ୍ୟେକ ଦଳିତ ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଥାଏ। 

Also Read: Telangana CM KCR: 'କେନ୍ଦ୍ରରେ କ୍ଷମତାରେ ବସିଥିବା ମନ୍ଦ ଲୋକଙ୍କ ବିଦାୟ ପରେ ଯାଇ ଦେଶର ଭଲ ହୋଇପାରିବ'

କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବର୍ଷି  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି ଯେ, ମୋଦି ସରକାର ସାର, ଡିଜେଲ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି କରି କୃଷକଙ୍କ ପାଇଁ କୃଷି କାର୍ଯ୍ୟକୁ ଆହୁରି କଷ୍ଟସାଧ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଯାହା ଦ୍ୱାରା ଚାଷ ଜମିକୁ କୃଷକଙ୍କ ହାତରୁ ଛଡ଼ାଇ ନିଆଯାଇ କର୍ପୋରେଟ ସଂସ୍ଥାକୁ ହସ୍ତାନ୍ତର କରାଯାଇପାରିବ। ଦେଶର ସମସ୍ତ ଚାଷୀଙ୍କୁ ମାଗଣା ବିଦ୍ୟୁତ୍ କିମ୍ବା ଜଳ ସେଚନ ସୁବିଧା ଯୋଗାଇବାକୁ ପ୍ରସ୍ତୁତ ନଥିବା ବେଳେ ଏନପିଏ ନାମରେ କେନ୍ଦ୍ର ସରକାର ୧୨ ଲକ୍ଷ କୋଟି ଟଙ୍କା ଋଣ ଛାଡ କରିଛି। ଚାଷୀଙ୍କୁ ମାଗଣା ବିଦ୍ୟୁତ୍ କିମ୍ବା ଜଳ ସେଚନ ସୁବିଧା ଯୋଗାଇବାକୁ କେବଳ ୧.୪୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।

ଟିଆରଏସ ମୁଖ୍ୟ କେସିଆର ମୁଖ୍ୟ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପଚାରିଛନ୍ତି ଯେ କ'ଣ ସେ ଜାତୀୟ ରାଜନୀତିରେ ପ୍ରବେଶ କରିବେ? ଏହି ପ୍ରଶ୍ନର ଉତ୍ତରରେ ଲୋକଙ୍କ ସମର୍ଥନ ଜଣାଇ ସେ କହିଛନ୍ତି ଯେ ତେଲେଙ୍ଗାନା ରାଜ୍ୟରୁ ଦେଶ ପାଇଁ ସଂଗ୍ରାମ ଆରମ୍ଭ ହେବା ଆବଶ୍ୟକ। ଦେଶରେ ଏପରି ସରକାରର ଆବଶ୍ୟକତା ନାହିଁ ଯାହା ବିରୋଧୀ ଦଳକୁ ବିଭାଜିତ କରେ ଏବଂ ବିରୋଧି ଦଳ ସରକାରଙ୍କୁ ହଟାଇବା ପାଇଁ ବିଧାୟକଙ୍କୁ ନେଇ  ରାଜନୈତିକ ଘୋଡ଼ାବେପାର କରେ। 

Also Read: KCR Targets PM Modi: ଦେଶରେ ଲାଗୁ ହୋଇଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି

ରାଜ୍ୟ ରାଜନୀତି ଛାଡ଼ି କେସିଆର କାହିଁକି ଜାତୀୟ ରାଜନୀତି ମୁହାଁ ହୋଇଛନ୍ତି ତାହାର କୌଣସି ସ୍ପଷ୍ଟ କାରଣ ମିଳିନାହିଁ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ହେବ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ (Telangana Assembly Election 2023) । ବର୍ତ୍ତମାନ ରାଜ୍ୟ ରାଜ୍ୟନୀତି ଛାଡ଼ି ଜାତୀୟ ରାଜନୀତିରେ ସେ ବିଜେପି ବିରୋଧି ମେଣ୍ଟର ନେତତ୍ୱ ନେବାକୁ ଅଣ୍ଟାଭିଡ଼ିଛନ୍ତି। ଅନ୍ୟପଟେ ବିଜେପି ତେଲେଙ୍ଗାନା ରାଜନୀତିରେ (Telangana Politics) ଟିଆରସକୁ ଘେରିବା ପାଇଁ କୌଣସି ସୁଯୋଗ ହାତ ଛଡା କରୁନାହିଁ। ହେଲେ ଉଭୟଙ୍କ ମଧ୍ୟରୁ କିଏ ହେବ ସଫଳ ବିଜେପି ନା କେସିଆର ତାହା ସମୟ କହିବ।