Mission 2024; ବିରୋଧି ପକ୍ଷର ନେତୃତ୍ୱ ନେବେକି NCP Supremo?
ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲାଗି ଏନସିପି ପକ୍ଷରୁ ବିରୋଧି ଦଳଙ୍କୁ ନେଇ ଏକ ମେଣ୍ଟ ଗଠନ କରାଯାଇପାରେ।
ନୂଆଦିଲ୍ଲୀ: ଆସନ୍ତା ମଙ୍ଗଳବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ବିରୋଧି ପକ୍ଷ ନେତାଙ୍କ ସମେତ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ବୈଠକ ଆୟୋଜନ କରୁଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ସୋମବାର ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ସେ ଭେଟିବା ପରେ ଏପରି ବୈଠକ ଆୟୋଜିତ ହେବା ସମ୍ପର୍କରେ ଘୋଷଣା କରାଯାଇଛି।
ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) ଲାଗି ଅଣ-ବିଜେପି ଦଳଙ୍କୁ (Non BJP Party) ନେଇ ଏନସିପି ସୁପ୍ରିମୋ (NCP Supremo) ଶରଦ ପାୱାର (Sharad Power) ଏକ ମେଣ୍ଟ ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆସନ୍ତାକାଲି ଆୟୋଜିତ ହେଉଥିବା ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।
Also Read: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ Shivsena ବିଧାୟକଙ୍କ ବିବାଦୀୟ ବୟାନ,କହିଲେ...
ବିଗତ କିଛି ବର୍ଷ ବିରୋଧି ଦଳ ନେତାଙ୍କୁ ଏକାଠି କରିବାରେ ଲାଗିପଡ଼ିଛନ୍ତି ଶରଦ ପାୱାର। ଆଗାମୀ ଲୋକସଭା ନିର୍ବାଚନ ପାଇଁ ସାମ୍ଭାବ୍ୟ ମେଣ୍ଟ ଗଠନ କରିବା ସମ୍ପର୍କରେ ସେମାନଙ୍କ ସହ ଆସନ୍ତାକାଲି ହେବାକୁ ଯାଉଥିବା ବୈଠକରେ ଚର୍ଚ୍ଚା କରିପାରନ୍ତି ଶରଦ ପାୱାର।
ଆସନ୍ତାକାଲି ଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଯାଉଛି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଏନସିପି (Nationalist Congress Party-NCP) ଜାତୀୟ କାର୍ଯ୍ୟକାରିଣୀ ବୈଠକ (NCP National Executive Meeting)। ଏନସି ମୁଖ୍ୟ ଫାରୁଖ ଅବଦୁଲ୍ଲା (NC Supremo Farooq Abdullah), ଟିଏମସି ନେତା ଯଶୋୱନ୍ତ ସିହ୍ନା (TMC Leader Yashwant Sinha), ସିପିଆଇ ଜାତୀୟ ସମ୍ପାଦକ ଡି.ରାଜାଙ୍କ (CPI General Secretary D.Raja) ସମେତ ଅନ୍ୟ ବ୍ୟକ୍ତିବିଶେଷ ଏହି ବୈଠକରେ ଯୋଗ ଦେଇପାରନ୍ତି।
Also Read: ଗୃହମନ୍ତ୍ରୀଙ୍କୁ ଜବାବ ମାଗିଲା 'Saamana'; BJP କହିଲା ନାଟକ ବନ୍ଦ କରୁ Shivsena
ଏହି ବୈଠକରେ ଯୋଗଦେବା ଲାଗି ପ୍ରାୟ ୧୫ ବିରୋଧି ଦଳଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଅଳ୍ପ କିଛି ଦଳ ସମ୍ମତି ଜଣାଇଛନ୍ତି। ଉଭୟ କଂଗ୍ରେସ (Congress) ଆଉ ଶିବସେନା (Shivsena) ଏଥିରେ ଯୋଗଦେବେ ନା ନାହିଁ ତାହା ଉପରେ ରହିଛି ନଜର। ମହାରାଷ୍ଟ୍ରରେ ଏହି ୩ ଦଳଙ୍କୁ ନେଇ ଗଠିତ ମହାବିକାଶ ଅଘାଡ଼ି ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଠନ କରିଛି।
ସହଯୋଗୀ ଶିବସେନା ନେତା ସଞ୍ଜୟ ରାଉତ (Sanjay Raut) ଦେଇଥିବା ବୟାନ ପରେ ଏନସିପି ସୁପ୍ରିମୋ ବିରୋଧି ଦଳଙ୍କୁ ଏପରି ଏକ ବୈଠକ ଆୟୋଜନ କରିବା ରାଜନୈତିକ ପାଣିପାଗକୁ ଆହୁରି ସରଗରମ କରିଛି। କିଛି ଦିନ ପୂର୍ବ ଶିବସେନାର ଏହି ନେତା ଜଣଙ୍କ କହିଥିଲେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧି ଦଳ ସାମ୍ଭାବ୍ୟ ମେଣ୍ଟ ଗଠନ କରିବା ପ୍ରସଙ୍ଗରେ ଆଲୋଚନା କରିବା ଆବଶ୍ୟକ।
Also Read: ସଂସଦରେ ଉଠିଲା ମହାରାଷ୍ଟ୍ର ପ୍ରସଙ୍ଗ; ମୁହାଁମୁହିଁ BJP-Maha Vikas Aghadi
ବିଗତ ୧୦ ଦିନ ମଧ୍ୟରେ ନିର୍ବାଚନୀ ରଣନୀତିକାର (Poll Strategist) ପ୍ରଶାନ୍ତ କିଶୋରଙ୍କୁ (Prashant Kishore) ଦୁଇ ଦୁଇ ଥର ଭେଟି ସାରିଛନ୍ତି ଏନସିପି ମୁଖ୍ୟ। ଉଭୟଙ୍କ ମଧ୍ୟରେ ହୋଇଥିବା ଭେଟଘାଟକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି। ଗତ ୨୦୧୪ ଲୋକସଭା ନିର୍ବାଚନ ଲାଗି ବିଜେପି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ ପ୍ରଶାନ୍ତ କିଶୋର। ଏହି ନିର୍ବାଚନ ପରେ ସେ ବିଭିନ୍ନ ଅଣ-ବିଜେପି ଦଳ ପାଇଁ ଏହି କାର୍ଯ୍ୟ ମଧ୍ୟ କରୁଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ, ତାମିଲନାଡୁ ଆଦି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସେ ଉଭୟ ଟିଏମସି, ଡିଏମକେ ଲାଗି ଦଳୀୟ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ।